Connect with us

ଓଡିଶା

ସାମ୍ବାଦିକଙ୍କୁ ସାଂସଦଙ୍କ ଦୁର୍ବ୍ୟବହାର ଅଭିଯୋଗରେ ରାଜ୍ୟପାଳଙ୍କୁ ଦାବିପତ୍ର

ସାଙ୍କେତିକ

ସାମ୍ବାଦିକଙ୍କୁ ସାଂସଦଙ୍କ ଦୁର୍ବ୍ୟବହାର ଅଭିଯୋଗରେ ରାଜ୍ୟପାଳଙ୍କୁ ଦାବିପତ୍ର
କେନ୍ଦ୍ରାପଡ଼ା, ୦୬ ନଭେମ୍ବର – କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି କାର୍ଯ୍ୟରତ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିଥିବା ପ୍ରତିବାଦରେ ଜିଲ୍ଲା ସାମ୍ବାଦିକମାନେ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ଏହି ଘଟଣାକୁ ନେଇ ସାଂସଦଙ୍କ ବିରୁଦ୍ଧରେ କେନ୍ଦ୍ରାପଡା ଟାଉନ୍ ଥାନାରେ ଅଭିଯୋଗ ହୋଇଛି ।
ଘଟଣାରୁ ପ୍ରକାଶ ଯେ ଗତକାଲି ଅପରାହ୍ନରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ଶ୍ରୀ ବଳଦେବଜୀଉଙ୍କ ମନ୍ଦିରର ଉନ୍ନତି କଳ୍ପେ ଘୋଷଣା କରିବା କାର୍ଯ୍ୟକ୍ରମ ରହିଥିଲା । ସେଥିରେ ଯୋଗ ଦେବାକୁ ଆସିଥିବା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କୁ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧିମାନେ ମତାମତ ମାଗିଥିଲେ । ସାଂସଦ ଶ୍ରୀ ମହାନ୍ତି ଓଟିଭି ପ୍ରତିନିଧି ମନୋଜ ସ୍ୱାଇଁକୁ ମତାମତ ଦେବାକୁ ମନା କରିବା ସହିତ ଦୁର୍ବ୍ୟବହାର କରିଥିଲେ । ଏପରି ଅପୀିତିକର ଘଟଣାକୁ କେନ୍ଦ୍ରାପଡା ଜିଲ୍ଲା ସାମ୍ବାଦିକମାନେ ବିରୋଧ କରି ଆଜି ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏଥିସହିତ ଦୁର୍ବ୍ୟବହାରର ଶିକାର ହୋଇଥିବା ସାମ୍ବାଦିକ ମନୋଜ ସ୍ୱାଇଁ ସାଂସଦ ଶ୍ରୀ ମହାନ୍ତିଙ୍କ ନାମରେ କେନ୍ଦ୍ରାପଡା ଟାଉନ୍ଥାନାରେ ଅଭିଯୋଗ କରିଛନ୍ତି । ଏହି ଘଟଣାଟି କେନ୍ଦ୍ରାପଡା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ସାଂସଦ ସେପରି କିଛି ଦୁର୍ବ୍ୟବହାର କରିନାହାଁନ୍ତି ବୋଲି ଘଟଣା ସ୍ଥଳରେ ଉପସ୍ଥିତ ଥିବା ବିଜେଡି ସମର୍ଥକମାନେ ସଫେଇ ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା