Connect with us

ଦେଶ

ସାବରିମାଲା ମନ୍ଦିର ମଧ୍ୟକୁ ମହିଳାମାନଙ୍କୁ ପ୍ରବେଶ ଅନୁମତି :- ସୁପ୍ରିମକୋର୍ଟ

ସାଙ୍କେତିକ ଚିତ୍ର

ନୂଆଦିଲ୍ଲୀ,୨୮ା୯ : ଶୁକ୍ରବାର ଦିନ ସର୍ବୋଚ୍ଚ ନ୍ୟାୟାଳୟ କେରଳର ସାବରିମାଲା ମନ୍ଦିର ମଧ୍ୟକୁ ମହିଳାମାନଙ୍କୁ ପ୍ରବେଶ କରିବାକୁ ଅନୁମତି ଦେଇଛନ୍ତି । ଶହ ଶହ ବର୍ଷ ଧରି ୧୦ରୁ ୫୦ ବର୍ଷୀୟ ବର୍ଗର ମହିଳାମାନଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ କରିବାକୁ ବାରଣ କରାଯାଉଥିଲା । ଏହି ପ୍ରଥାକୁ ବେଆଇନ୍ ଏବଂ ଅଣସାମ୍ବିଧାନିକ ବୋଲି ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି ।

ସୁପ୍ରିମକୋର୍ଟ କହିଲେ ଯେ, ସମସ୍ତ ଭକ୍ତ ସମାନ ହୋଇଥିବାରୁ ଲିଙ୍ଗ ଭେଦ ଯୋଗୁଁ ବୈଷମ୍ୟ ଅଣାଯାଇ ପାରିବନାହିଁ । ପ୍ରଧାନ ବିଚାରପତି ଦୀପକ ମିଶ୍ର, ବିଚାରପତି ଆର୍ ଏଫ୍ ନରିମ୍ୟାନ୍, ଏ ଏମ୍ ଖାନ୍ୱିଲକର, ଡିୱାଇ ଚନ୍ଦ୍ରଚୂଡ ଓ ଇନ୍ଦୁ ମାଲହୋତ୍ରାଙ୍କୁ ନେଇ ଗଠିତ ପାଞ୍ଚଜଣିଆ ଖଣ୍ଡପୀଠ ୪:୧ ସଂଖ୍ୟା ଗରିଷ୍ଠତାରେ ମହିଳାମାନଙ୍କ ସପକ୍ଷରେ ରାୟ ଦେଇଛନ୍ତି । ନିଜ ରାୟରେ ଜଷ୍ଟିସ୍ କହିଥିଲେ ଯେ, ପାଞ୍ଚ ଜଣ ବିଚାରପତିଙ୍କ ମଧ୍ୟରୁ ଚାରିଜଣଙ୍କ ମତ ସମାନ ହୋଇଥିବା ବେଳେ ବିଚାରପତି ଇନ୍ଦୁ ମାଲହୋତ୍ରା ଏ ମାମଲାରେ ଭିନ୍ନ ମତ ଦେଇଛନ୍ତି । ଜଷ୍ଟିସ୍ ଇନ୍ଦୁ ମାଲହୋତ୍ରା କହିଥିଲେ କି, ଧାର୍ମିକ ପ୍ରଥା କ’ଣ ତାହା ଉପାସକମାନଙ୍କ ଦ୍ୱାରା ନିର୍ଦ୍ଧାରଣ କରାଯିବ? ଏହାର ନିର୍ଦ୍ଧାରଣ ବିଚାର ବିଭାଗର ଅନ୍ତର୍ଭୁକ୍ତ ନୁହେଁ ।

ପ୍ରଧାନ ବିଚାରପତି ଦୀପକ ମିଶ୍ର, ବିଚାରପତି ଆର୍ଏଫ୍ ନରିମ୍ୟାନ୍, ଏ ଏମ୍ ଖାନ୍ୱିଲକର, ଡିୱାଇ ଚନ୍ଦ୍ରଚୂଡ ରାୟ ଅଭିନ୍ନ ଥିଲା । ମୁଖ୍ୟ ବିଚାରପତି ଦୀପକ ମିଶ୍ର କହିଲେ ଯେ, ମାନସିକ ଅଭିଜ୍ଞତା ଆଧାରକୁ ଜାବୁଡି ଧରି ମହିଳାଙ୍କ ଅଧିକାର ଚପାଇ ହେବନାହିଁ । ପ୍ରଭୁ ଆୟାପ୍ପାଙ୍କ ଭକ୍ତମାନେ ହିନ୍ଦୁ, ଭିନ୍ନ ଧାର୍ମିକ ଗୋଷ୍ଠୀର ନୁହନ୍ତି । କୌଣସି ମାନସିକ ଏବଂ ଜୈବିକ କାରଣକୁ ବୈଧତା ମିଳିବ ନାହିଁ ଯଦି ତାହା ସମୟର କଷଟି ପଥର ଅତିକ୍ରମ ନ କରି ପାରିଲା । ସାବରିମାଲା ମନ୍ଦିର ଜରି କରିଥିବା କଟକଣାକୁ ଜରୁରୀ ଧାର୍ମିକ ପ୍ରଥା ବୋଲି ଧରାଯାଇ ପାରିବନାହିଁ ।

ସର୍ବୋଚ୍ଚ ଅଦାଲତ କହିଲେ ଯେ, ଧାର୍ମିକ ନୈତିକତାରେ ଜଣଙ୍କ ଆତ୍ମସମ୍ମାନକୁ ବଳି ପକାଇ ହେବନାହିଁ, ମହିଳାଙ୍କୁ ଉପାସନା ଅଧିକାରରୁ ବଞ୍ôଚତ କରିବାକୁ ଏହା ବାହାନା ହୋଇ ପାରିବ ନାହିଁ । ଋତୁକାଳରେ ମହିଳାଙ୍କୁ ମନ୍ଦିର ପ୍ରବେଶ କରିବାକୁ ମଧ୍ୟ ମନା କରାଯାଇ ପାରିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ ରାୟ ଶୁଣାଇଛନ୍ତି । ଏଭଳି ପ୍ରଥା ମହିଳାଙ୍କ ସମ୍ମାନ ବିରୋଧୀ ଏବଂ ସମ୍ବିଧାନ ଏଥିପାଇଁ ଅନୁମତି ଦିଏନାହିଁ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ