Connect with us

ଓଡିଶା

ସାଧାରଣ ନିର୍ବାଚନ ପରେ ହେବ ଯୁବକଂଗ୍ରେସର ସାଂଗଠନିକ ନିର୍ବାଚନ

ସାଙ୍କେତିକ ଚିତ୍ର

ସାଧାରଣ ନିର୍ବାଚନ ପରେ ହେବ ଯୁବକଂଗ୍ରେସର ସାଂଗଠନିକ ନିର୍ବାଚନ
ଭୁବନେଶ୍ୱର ରାଜ୍ୟରେ ସାଧାରଣ ନିର୍ବାଚନ ପରେ ଯୁବ କଂଗ୍ରେସର ରାଜ୍ୟ, ଜିଲା ଓ ବିଧାନସଭା ସ୍ତରୀୟ ସଂଗଠନ ଚାଲିବା ସହିତ ନିର୍ବାଚନ ଆନୁଷ୍ଠନିକ ଭାବେ ହେବ ବୋଲି ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପାଇଁ ନିୟୋଜିତ ରିଟରନିଂ ଅଫିସର ଶ୍ରୀ ବିପିନ୍ ନେଗି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ସେ କହିଥିଲେ ଯେ ଅକ୍ଟୋବର ୧ ତାରି ରିଖ ଠାରୁ ଯୁବ କଂଗ୍ରେସର ନୂତନ ସଭ୍ୟ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଅଛି । ଯୁବ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ କେଶବ ଚନ୍ଦ୍ର ଯାଦବ ଗତକାଲି କଂଗ୍ରେସ ଭବନଠାରେ ଆନୁଷ୍ଠାନିକ ଭାବେ ସଭ୍ୟ ସଂଗ୍ରହ ପ୍ରକ୍ରିୟାର ଆରମ୍ଭ କରିଥିଲେ । ସେହି କ୍ରମରେ ଆଜି ଯୁବ କଂଗ୍ରେସ ଇଲେକ୍ସନ କମିଶନ ଏବଂ ପ୍ରଦେଶ ରିଟନିଂ ଅଫିସରଙ୍କ ଉପସ୍ଥିତିରେ ୩୩ ଟି ସାଂଗଠନିକ ଜିଲା ମଧ୍ୟରୁ ୪ ଟି ଜିଲା ସଭାପତି ନିମନ୍ତେ ଲଟେରୀ ମାଧ୍ୟମରେ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି । ଯାଜପୁର, ନୂଆପଡ଼ା, ରାଉରକେଲା ଓ ଗଜପତି ଜିଲା ସଭାପତି ପଦ ପାଇଁ ଅନୁସୂଚିତ ଜାତି / ଜନଜାତିଙ୍କ ପାଇଁ ସଂରକ୍ଷିତ ରଖାଯାଇଛି । ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ପ୍ରାଥମିକ ସଦସ୍ୟ ଓ ସକ୍ରିୟ ସଦସ୍ୟତା ଗ୍ରହଣ କାର୍ଯ୍ୟକ୍ରମ ଚାଲୁରହିବ ।

ଏହି ସାମ୍ବାଦିକ ସମ୍ମିଳନୀରେ ଯୁବ କଂଗ୍ରେସ ନିର୍ବାଚନ କମିଶନର ୱାଇ ଭେଙ୍କଟେସ ଭେଗି, ରାଜ୍ୟ ଯୁବ କଂଗ୍ରେସ ସଭାପତି ଶ୍ରୀ ଲୋକନାଥ ମହାରଥିଙ୍କ ସମେତ ସେକ୍ ଅମୀର ମହମ୍ମଦ, ଶିଶୀର ମାଦାଳ, ରଂଜିତ ପାତ୍ର, ଦେବାଶିଷ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା