Connect with us

ଓଡିଶା

ମୁଖ୍ୟମନ୍ତ୍ରୀଙ୍କ ଫମ୍ପା ମାଠିଆ ମନ୍ତବ୍ୟ ଉପରେ ବିଜେପିର କଡା ଜବାବ

ସାଙ୍କେତିକ ଚିତ୍ର

ମୁଖ୍ୟମନ୍ତ୍ରୀଙ୍କ ଫମ୍ପା ମାଠିଆ ମନ୍ତବ୍ୟ ଉପରେ ବିଜେପିର କଡା ଜବାବ
– ରେଳ ବିକାଶ ପାଇଁ ମୋଦି ସରକାରରୁ ୫୨୦୦ କୋଟି ଟଙ୍କା ଆସିବା ଫମ୍ପା ମାଠିଆ କି ?
-ମୁଖ୍ୟମନ୍ତ୍ରୀ ତାଙ୍କର ୪ଟି ଯୋଜନା, ହିତାଧିକାରୀ ସଂଖ୍ୟା ଓ ଏଥିପାଇଁ ବ୍ୟୟବରାଦ ହୋଇଥିବା ଅର୍ଥରାଶିକୁ ବିନା କାଗଜ ଦେଖି କହିବାକୁ ଆହ୍ୱାନ
ଭୁବନେଶ୍ୱର ବିଜେଡିର ପଦଯାତ୍ରାରେ ବିଜେପିକୁ ମୁଖ୍ୟମନ୍ତ୍ରୀ ଫମ୍ପା ମାଠିଆ କହିବା ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ମୋଦି ସରକାରଙ୍କର ଓଡିଶା ପାଇଁ ବିକାଶ ମୂଳକ କାମର ନାଁ ଗଣାଇ ଏହା ଫମ୍ପା ମାଠିଆର ଆବାଜ କି ବୋଲି ବିଜେପି ରାଜ୍ୟ ଉପ ସଭାପତି ସମୀର ମହାନ୍ତି ପ୍ରଶ୍ନ କରିଛନ୍ତି । ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ଓଡିଶା ସରକାରଙ୍କ ଦ୍ୱାରା ଚାରିଟି ସାମାଜିକ ବିକାଶ ଯୋଜନାର ନାଁ ସହିତ ଏଥିରେ ହିତାଧିକାରୀ ସଂଖ୍ୟା ଓ ଅର୍ଥ ବିନା କାଗଜରେ ଗଣମାଧ୍ୟମ ଆଗରେ କହିବା ପାଇଁ ଆହ୍ୱାନ ଜଣାଇଛନ୍ତି ଶ୍ରୀ ମହାନ୍ତିା
ରାଜ୍ୟରେ ରେଳ ବିକାଶ ପାଇଁ ୟୁପିଏ ଶେଷ ପାଂଚ ବର୍ଷରେ ୪୧୯୦ କୋଟି ଟଙ୍କା ଆସିଥିବା ବେଳେ ମୋଦି ସରକାରର କେବଳ ପଂଚମ ବର୍ଷରେ ୫୨୦୦ କୋଟି ଟଙ୍କା ଆସିବା ଫମ୍ପା ମାଠିଆ କି ? ରେଳବାଇ କ୍ଷେତ୍ରରେ ପାଂଚ ବର୍ଷରେ ମୋଦି ଶାସନରେ ୨୦୨୧୩ ଟଙ୍କା ଆସିଛି । ସ୍ୱାଧୀନତାରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୪୬୩୯ କିମି ଜାତୀୟ ରାଜମାର୍ଗ ଥିବା ବେଳେ ମୋଦି ସରକାରଙ୍କ ପାଂଚ ବର୍ଷରେ ୫୪୪୯ କିମି ଜାତୀୟ ରାଜପଥ ନିର୍ମାଣ ପାଇଁ ନୀତିଗତ ନିଷ୍ପତି ଓ ଅର୍ଥର ବ୍ୟବସ୍ଥା ହେବା ଫମ୍ପା ଆବାଜ କି ? କେବଳ ପେଟ୍ରୋଲିୟମ ବିଭାଗ ପକ୍ଷରୁ ଏକ ଲକ୍ଷ ୩୪ ହଜାର ୭୮୦ କୋଟି ଟଙ୍କାରୁ ଉର୍ଧ ପୁଂଜିନିବେଶରେ ଭିତିଭୂମି ଓ ବିକାଶ ଯୋଜନା ଫମ୍ପା ଆବାଜ କି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।
ରାଜ୍ୟ ସରକାରଙ୍କର ଚାରିଟି ଜନ ମଙ୍ଗଳକାରୀ ଯୋଜନା, ହିତାଧିକାରୀ ସଂଖ୍ୟା ଓ ଏଥି ପାଇଁ ବ୍ୟୟବରାଦ ହୋଇଥିବା ଅର୍ଥରାଶିକୁ ବିନା କାଗଜ ଦେଖି ଗଣମାଧ୍ୟମ କ୍ୟାମେରା ସାମନାରେ କହିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀ ମହାନ୍ତି ଆହ୍ୱାନ ଜଣାଇଛନ୍ତି । ଏହି ଅବସରରେ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା