Connect with us

ଓଡିଶା

ସର୍ବାଧିକ ଭୋଟ୍ ରେ ଜିତି ରେକର୍ଡ କଲେ ରୀତା ସାହୁ

ସାଙ୍କେତିକ

ସର୍ବାଧିକ ଭୋଟ୍ ରେ ଜିତି ରେକର୍ଡ କଲେ ରୀତା ସାହୁ
ଭୁବନେଶ୍ୱର, ୨୪ ଅକ୍ଟୋବର – ଇତିହାସ ରଚିଛନ୍ତି ରୀତା ସାହୁ । ସର୍ବାଧିକ ଭୋଟ୍ ବ୍ୟବଧାନରେ ଜିତିବାର ରେକର୍ଡ ନିଜ ନାମରେ କରିଛନ୍ତି ବିଜେପୁରର ବିଜେଡି ପ୍ରାର୍ଥୀନୀ ଶ୍ରୀମତୀ ରୀତା ସାହୁ । ନିକଟତମ ପ୍ରତିନ୍ଦ୍ୱନ୍ଦ୍ୱୀ ବିଜେପିର ସନତ ଗଡ଼ତିଆଙ୍କୁ ୯୭, ୯୯୦ ଭୋଟରେ ପରାଜିତ କରିଛନ୍ତି ସେ ।

ଏ କ୍ଷେତ୍ରରେ ନିଜ ଦଳର ମୁଖିଆ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । ସାଧାରଣ ନିର୍ବାଚନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେପୁରରୁ ୧୧୦୬୦୪ ଖଣ୍ଡ ଭୋଟ ପାଇଥିବା ବେଳେ ୫୭,୧୨୨ ଖଣ୍ଡ ଭୋଟରେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସନତ ଗଡତିଆଙ୍କୁ ପରାଜିତ କରିଥିଲେ । କିନ୍ତୁ ରୀତା ୧ ଲକ୍ଷ ୩୫ ହଜାର ୯୫୭ ଭୋଟ ପାଇବା ସହ ୯୭,୯୯୦ ଭୋଟ ବ୍ୟବଧାନରେ ସନତଙ୍କୁ ହରାଇ ରାଜ୍ୟ ନିର୍ବାଚନୀ ଇତିହାସରେ ନୂଆ ରେକର୍ଡ ଯୋଡ଼ିଛନ୍ତି ।

ଓଡ଼ିଶା ବିଧାନସଭା ଇତିହାସରେ ସବୁଠାରୁ ବଡ଼ ବିଜୟର ରେକର୍ଡ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କ ନାମରେ ଥିଲା । ସେ ୨୦୦୦ ମସିହାରେ ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀରୁ ପ୍ରତିନ୍ଦ୍ୱନ୍ଦ୍ୱିତା କରି ତାଙ୍କର ନିକଟତମ ପ୍ରତିନ୍ଦ୍ୱନ୍ଦ୍ୱୀଙ୍କୁ ୯୪, ୫୫୪ ଭୋଟରେ ପରାଜିତ କରିଥିଲେ । ତେବେ ତାଙ୍କର ଏହି ରେକର୍ଡକୁ ଆଜି ବିଜୁ ଜନତା ଦଳ ପ୍ରାର୍ଥୀ ରୀତା ସାହୁ ଭଙ୍ଗ କରିଛନ୍ତି ।

ସୂଚନାଯୋଗ୍ୟ ଯେ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ପାରମ୍ପରିକ ଆସନ ହିଞ୍ଜଳି ଓ ବିଜେପୁରରୁ ଲଢି ବିଜୟୀ ହୋଇଥିଲେ । ପରେ ବିଜେପୁର ଆସନରୁ ଇସ୍ତଫା ଦେବା ପରେ ଗତ ୨୧ ତାରିଖରେ ଉପ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା