Connect with us

ଆଞ୍ଚଳିକ

ଉତ୍କଳ ବିଶ୍ୱବିଦ୍ୟାଳୟରେ ଭିସି ଅଫିସ୍ ରେ ଅଗ୍ନିକାଣ୍ଡ

ସାଙ୍କେତିକ

ଉତ୍କଳ ବିଶ୍ୱବିଦ୍ୟାଳୟରେ ଭିସି ଅଫିସ୍ ରେ ଅଗ୍ନିକାଣ୍ଡ
ଭୁବନେଶ୍ୱର , ୨୪ ଅକ୍ଟୋବର – ଭୁବନେଶ୍ୱର ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଗ୍ନିକାଣ୍ଡ ଘଟିଛି । ବିଶ୍ୱ ବିଦ୍ୟାଳୟର କୂଳପତିଙ୍କ କାର୍ଯ୍ୟାଳୟରେ ଥିବା ସିଣ୍ଡିକେଟ୍ ହଲରେ ନିଆଁ ଲାଗିଥିଲା । ଏଥିରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନଷ୍ଟ ହୋଇଯାଇଥିବା ବେଳେ ସମ୍ପୂର୍ଣ୍ଣ ସିଣ୍ଡିକେଟ୍ ହଲ୍ ପୋଡି ପାଉଁଶ ହୋଇଯାଇଛି ।

ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ବିଶ୍ୱବିଦ୍ୟାଳୟରେ ପହଂଚି ନିଆଁକୁ ଆୟତ କରିବା ପାଇଁ ଚେଷ୍ଟା କରିଥିଲେ ହେଁ ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ଭିସିଙ୍କ କକ୍ଷ ଭିତରେ ପ୍ରବେଶ କରିପାରିନଥିଲେ ଅଗ୍ନିଶମ କର୍ମଚାରୀ । ହଲର ଝରକା କାଚ ଭଙ୍ଗାଯାଇ ବାହାରୁ ପାଣି ପକାଯାଇ ନିଆଁକୁ ଆୟତ କରାଯାଇଥିଲା । ମାତ୍ର ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନାହିଁ ।
ସୂଚନା ଅନୁଯାୟୀ ଗୁରୁବାର ଭିସିଙ୍କ ଚ୍ୟାମ୍ୱରରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବୈଠକ ଶେଷ ହେବା ପରେ ନିଆଁ ଲାଗିଥିଲା । ସନ୍ଧ୍ୟା ପ୍ରାୟ ୬ରୁ ସାଢେ ୬ଟା ଭିତରେ ଭିସିଙ୍କ ଚ୍ୟାମ୍ୱର ନିକଟରେ ଥିବା ସିଣ୍ଡିକେଟ୍ ହଲ୍ ରୁ ଧୂଆଁ ବାହାରିଥିବା ଦେଖିବାକୁ ମିଳିଥିଲା । ପରେ ନିଆଁ ବ୍ୟାପୀ ଯାଇଥିଲା । ୨ ଟି ଅଗ୍ନିଶମ ଟିମ୍ ବହୁ ଉଦ୍ୟମ ପରେ ନିଆଁକୁ ଆୟତ କରିଥିଲେ । ଖବର ଲେଖାଯିବା ପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଜଣାପଡିନଥିବା ବେଳେ କ୍ଷୟକ୍ଷତିର ଆକଳନ କରାଯାଇ ନାହିଁ ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ