Connect with us

ଓଡିଶା

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ସାଙ୍କେତିକ ଚିତ୍ର

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
ଭୁବନେଶ୍ୱର,୧୨ା୧୦ : ରାଜ୍ୟ ସରକାର କିଛି ବିଭାଗର କର୍ମଚାରୀଙ୍କ ପୂଜା ଛୁଟି ବାତିଲ କରିଛନ୍ତି । ବାତ୍ୟା ପରେ ବନ୍ୟା ସ୍ଥିତି ନେଇ ସରକାର ଶୁକ୍ରବାର ଛୁଟି ବାତିଲ କରିଥିବା ଘୋଷଣା କରିଛନ୍ତି । ସରକାର ରିଲିଫ ବ୍ୟବସ୍ଥା ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସଚିବାଳୟ କର୍ମଚାରୀ ଓ ବିଭାଗୀୟ ମୁଖ୍ୟଙ୍କ ଛୁଟି ବାତିଲ ହୋଇଛି । ଅକ୍ଟୋବର ୨୪ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ ଜାରି ରହିବ ।

ପୂଜା ଛୁଟି ସମୟରେ ଅଫିସ ଖୋଲା ରଖିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଯେଉଁମାନଙ୍କୁ ଛୁଟି ଅନୁମତି ମିଳିଥିଲା ସେମାନଙ୍କ ଛୁଟି ମଧ୍ୟ ବାତିଲ କରାଯାଇଛି । ବାତ୍ୟା ଓ ପରବର୍ତ୍ତୀ ବନ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ରାଜ୍ୟର ଦକ୍ଷିଣ ଓ କେନ୍ଦ୍ରାଞ୍ଚଳ ଜିଲ୍ଲାର ଜିଲ୍ଲାପାଳଙ୍କ ଛୁଟି ବାତିଲ ହୋଇଛି । ‘ତିତ୍ଲି’ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ପରେ ଋଷିକୁଲ୍ୟଶ ଓ ଅନ୍ୟ ନଦୀ ଗୁଡିକରେ ବନ୍ୟା ଜଳ ପ୍ରବାହିତ ହେଉଛି । ସେହିଭଳି ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ଗୁରୁବାର ସକାଳ ଠାରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା