Connect with us

ଆଞ୍ଚଳିକ

ଲଗାଣ ବର୍ଷାରେ କାନ୍ଥ ପଡ଼ି ୩ ମୃତ

ସାଙ୍କେତିକ ଚିତ୍ର

ଲଗାଣ ବର୍ଷାରେ କାନ୍ଥ ପଡ଼ି ୩ ମୃତ
ଭୁବନେଶ୍ୱର,୧୨ା୧୦ : ବର୍ଷାରେ ଗଜପତି ଜିଲ୍ଲାର ଗୋଷାଣୀବ୍ଲକର ଲାବଣ୍ୟଗଡ଼ ଗାଁରେ କାନ୍ଥ ଭୁଷୁଡ଼ି ପଡ଼ିବା ଫଳରେ ଦୁଇଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି । ସେହିପରି କାଶୀନଗର ବ୍ଲକର ଧିଡ଼ିଙ୍ଗାଗଡ଼ ବ୍ଲକର କାନ୍ଥ ଭୁଷୁଡ଼ି ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି । ଅନ୍ୟପକ୍ଷରେ ଏହି ବର୍ଷାଜଳରେ ଖୁଂଟା ବ୍ଲକର ଜେ.ଇ ବାଜୁଂଟ ଟୁଡ଼ୁ କାର ସହ ଭାସି ଯାଇଥିଲେ । ପରେ ସ୍ଥାନୀୟ ଲୋକମାନେ ଅକ୍ଳାନ୍ତ ପରିଶ୍ରମ କରି କାର ସହ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଛନ୍ତି । ବଡ଼ସାହି-ବେଲାମ-ଜୋଡ଼ିପାଳ ରାସ୍ତାର କଲଭର୍ଟ ଉପରେ ଯାଉଥିଲା ବେଳେ ଏହି ଅଘଟଣ ଘଟିଥିଲା । ଉପକୂଳ ଅଂଚଳ ବାଲେଶ୍ୱର ଓ ଜଗତସିଂହପୁର ଜିଲ୍ଲାରେ ଅବିଶ୍ରାନ୍ତ ବର୍ଷା ଜାରି ରହିଛି । ଯାହାଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ