Connect with us

ଆଞ୍ଚଳିକ

“ତିତ୍ଲି’ ଯୋଗୁଁ ୬ ଜିଲ୍ଲା ୫୨ ବ୍ଲକ୍ କ୍ଷତିଗ୍ରସ୍ତ

ସାଙ୍କେତିକ ଚିତ୍ର

“ତିତ୍ଲି’ ଯୋଗୁଁ ୬ ଜିଲ୍ଲା ୫୨ ବ୍ଲକ୍ କ୍ଷତିଗ୍ରସ୍ତ
ଭୁବନେଶ୍ୱର,୧୨ା୧୦ : ସାମୁଦ୍ରିକ ଝଡ଼ ତିତଲିରେ ୬ଟି ଜିଲ୍ଲାର ୫୨ଟି ବ୍ଲକ କ୍ଷତିଗ୍ରସ୍ତ ହୋଇଛି ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି । ଏହି ୬ଟି ଜିଲ୍ଲାଗୁଡ଼ିକ ହେଲା ଗଜପତି, ଗଂଜମା, ରାୟଗଡ଼ା, ପୁରୀ, କନ୍ଧମାଳ, କେନ୍ଦ୍ରାପଡ଼ା । ଗଂଜାମ ଜିଲ୍ଲାର ସର୍ବାଧିକ ୨୨ଟି ବ୍ଲକ୍ କ୍ଷତିଗ୍ରସ୍ତ ହୋଇଥିଲା ବେଳେ ରାୟଗଡ଼ାର ୨ଟି ବ୍ଲକ୍ କ୍ଷତିଗ୍ରସ୍ତ ହୋଇଛି । ସମ୍ପୃକ୍ତ ଜିଲ୍ଲାର ବସବାସ କରୁଥିବା ୩୮ ଲକ୍ଷ ୭୭ ଜହାର ୪୪ ଜଣ ଜନସାଧାରଣ ଏଥିରେ ପ୍ରଭାବିତ ହୋଇଛନ୍ତି । ୧୧୬୨ଟି ରିଲିଫ୍ କେନ୍ଦ୍ରରେ ୩ ଲକ୍ଷ ୨୫ ହଜାର ୬୪୪ ଜଣଙ୍କୁ ଆଶ୍ରୟ ଦିଆଯାଇଛି । ଆଜି ୧ ଲକ୍ଷ ୨୭ ହଜାର ୨୬୨ ଜଣଙ୍କୁ ୯୬୩ଟି ରିଲିଫ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି ।

ପ୍ରାଥମିକ ରିପୋର୍ଟ ଅନୁଯାୟୀ ଗଂଜାମ, କନ୍ଧମାଳ ଓ ପୁରୀ ଜିଲ୍ଲାରେ ୧ ହଜାର ୫୧୪ ବାସଗୃହ ନଷ୍ଟ ହୋଇଛି । ଏଥିମଧ୍ୟରୁ ଗଂଜାମ ଜିଲ୍ଲାରେ ସର୍ବାଧିକ ୧୪୫୫ ବାସଗୃହ ନଷ୍ଟ ହୋଇଥିଲା ବେଳେ ପୁରୀରେ ୩୮, କନ୍ଧମାଳରେ ୨୧ ଟି ବାସଗୃହ ନଷ୍ଟ ହୋଇଛି । ଏହା ବ୍ୟତୀତ ଗଂଜାମ ଜିଲ୍ଲାରେ ୮୫ ହଜାର ୬୧୨ ହେକ୍ଟର ଚାଷ ଜମି ନଷ୍ଟ ହୋଇଛି । ୫୦ ହଜାର ଗୃହପାଳିତ ପଶୁ ପ୍ରଭାବିତ ହୋଇଥିଲା ବେଳେ ୧୫୪୩ ଗୃହପାଳିତ ପଶୁ ମୃତ୍ୟୁବରଣ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ