Connect with us

ଓଡିଶା

ସମୀର ମହାନ୍ତି ଧରିଲେ ଓଡିଶା ବିଜେପିର ମଙ୍ଗ

ସାଙ୍କେତିକ

ସମୀର ମହାନ୍ତି ଧରିଲେ ଓଡିଶା ବିଜେପିର ମଙ୍ଗ
ଭୁବନେଶ୍ୱର,୧୬ ଜାନୁଆରୀ – ରାଜ୍ୟ ବିଜେପିର ସଭାପତି ହୋଇଛନ୍ତି ସମୀର ମହାନ୍ତି । ଗୁରୁବାର ଦିନ ରାଜ୍ୟ ବିଜେପି କାର୍ଯ୍ୟାଳୟରେ କେନ୍ଦ୍ରୀୟ ନେତାଙ୍କ ଉପସ୍ଥିତିରେ ସେ ସଭାପତି ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଓଡିଶା ଦାୟିତ୍ୱରେ ଥିବା କେନ୍ଦ୍ରୀୟ ନେତା ନରେନ୍ଦ୍ର ସିଂହ ତୋମାର ଗୁରୁବାର ଅପରାହ୍ନରେ ସମୀର ମହାନ୍ତିଙ୍କ ନାମ ଘୋଷଣା କରିଥିଲେ । ଆଜି ସଭାପତି ପଦବୀ ପାଇଁ ନାମାଙ୍କନ ଦାଖଲ କରାଯାଇଥିଲା । ସମୀର ମହାନ୍ତି ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବାରୁ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିଲେ ଆସନ୍ତାକାଲି ସେ ବିଧିବଦ୍ଧ ଭାବେ ଦାୟିତ୍ୱ ନେବେ ।

ସମୀର ମହାନ୍ତି ୨୦୧୬ରୁ ରାଜ୍ୟ ବିଜେପିର ଉପସଭାପତି ଭାବେ କାର୍ଯ୍ୟ କରିଆସୁଛନ୍ତି । ୧୯୭୭ରେ ଏବିଭିପିରୁ ସେ ରାଜ୍ୟନୈତିକ କ୍ୟାରିଅର ଆରମ୍ଭ କରିଥିଲେ । ୧୯୮୦ରେ ଏବିଭିପି ରାଜ୍ୟ ଉପସଭାପତି ପରେ ୧୯୮୪ରେ ବିଜେପି ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ । ଏହା ପରେ ବିଡିଏର ଉପ ସୂଚନା ଅଧିକାରୀ ଭାବେ ସରକାରୀ ଚାକିରିରେ ଯୋଗ ଦେଇଥିଲେ । ତେବେ ୧୦ ବର୍ଷ ପରେ ଚାକିରିରୁ ଇସ୍ତଫା ଦେଇ ବିଜେପି ଭୁବନେଶ୍ୱର ଜିଲ୍ଲା ଉପସଭାପତି ଦାୟିତ୍ୱ ନେଇଥିଲେ । ୨୦୦୯ରେ ସେ ଭୁବନେଶ୍ୱର ଏକାମ୍ର ଆସନରୁ ପ୍ରାର୍ଥୀ ହୋଇଥିଲେ ।

ପୂର୍ବରୁ ରାଜ୍ୟ ସଭାପତି ହେବା ନେଇ ବହୁ ଜଣଙ୍କ ନାମ ଚର୍ଚ୍ଚାକୁ ଆସିଥିଲେ ହେଁ ସମୀର ମହାନ୍ତି ଓ ପୃଥ୍ୱୀରାଜ ହରିଚନ୍ଦନଙ୍କ ନାମ ସାମ୍ନାକୁ ଆସିଥିଲା । ତେବେ ସମୀରଙ୍କୁ ସଭାପତି କରିବା ନେଇ ସମସ୍ତେ ସହମତ ହୋଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା