Connect with us

ଅପରାଧ

ସଡକ ଦୁର୍ଘଟଣାରେ ୩ ମୃତ

ସାଙ୍କେତିକ ଚିତ୍ର

ସଡକ ଦୁର୍ଘଟଣାରେ ୩ ମୃତ
କେନ୍ଦୁଝର,୨୪ା୧୦ : ବୁଧବାର ସଂଧ୍ୟା ହୋଇ ଆସୁଥିବା ବେଳେ ଏକ ରାସ୍ତା ଦୁର୍ଘଟଣାରେ ଗୋଟିଏ ପରିବାରର ୩ ଜଣଙ୍କର ଦୁଃଖଦ ମୃତ୍ୟୁ ହୋଇଥିବାବେଳେ ଜଣେ ଶିଶୁ ଗୁରୁତର ହୋଇଛି । ମୟୁରଭଞ ଜିଲ୍ଲାର ଚଢେଇଭୋଳ ଅଂଚଳର ଏମ.ଡି. ସଜିଦ ତାଙ୍କର ପତ୍ନୀ ଓ ଦୁଇ ଝିଅଙ୍କ ସହ ଏକ ବାଇକରେ କେନ୍ଦୁଝରରୁ ଚଢେଇଭୋଳ ଫେରୁଥିବେ ବେଳେ ୪୯ ନମ୍ବର ଜାତୀୟ ରାଜପଥର ଚେମଣା ଠାରେ ବିପରିତ ଦିଗରୁ ଆସୁଥିବା ଏକ ପିକଅପ୍ ଭ୍ୟାନ ସହ ମୁହାଁମୁହିଁ ଧକ୍କା ହୋଇଥିଲା ।

ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ସାଜିଦ୍, ତାଙ୍କ ପତ୍ନୀ ତମନା ବିବି ଓ ଗୋଟିଏ ଝିଅକୁ ମୃତ୍ୟୁ ଘୋଷଣା କରିଥିଲେ । ଏବଂ ଅନ୍ୟ ଏକ ଝିଅ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି । ଉତ୍ୟକ୍ତ ଲୋକଙ୍କ ମାଡ଼ରେ ଦୁର୍ଘଟଣା ଘଟାଇଥିବା ପିକଅପ୍ ଡ୍ରାଇଭର ଗୁରୁତର ଅବସ୍ଥାରେ ମୁଖ୍ୟ ଚିକିତ୍ସାଳରେ ମଧ୍ୟ ଭର୍ତି ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ