Connect with us

ଆଞ୍ଚଳିକ

ହାଇୱା-ତେଲ ଟ୍ୟାଙ୍କର ଧକ୍କା : ଡ୍ରାଇଭର ଜୀବନ୍ତ ଦଗ୍ଧ

SOCIAL MEDIA

ହାଇୱା-ତେଲ ଟ୍ୟାଙ୍କର ଧକ୍କା : ଡ୍ରାଇଭର ଜୀବନ୍ତ ଦଗ୍ଧ
ସୁନ୍ଦରଗଡ଼,୨୪ା୧୦ : ହାଇୱା ସହିତ ମୁହାଁମୁହିଁ ଧକ୍କା ହୋଇ ଜଳିଗଲା ତେଲ ଟ୍ୟାଙ୍କର । ଦୁର୍ଘଟଣାରେ ଜୀବନ୍ତ ଜଳିଗଲେ ତେଲ ଟ୍ୟାଙ୍କରର ଡ୍ରାଇଭର । ହେଲପରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବୁର୍ଲା ମେଡିକାଲରେ ଭର୍ତି କରାଯାଇଛି । ସୋନପୁର-ସମ୍ବଲପୁର ରାସ୍ତାର ପତ୍ରାପାଲି ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।

ଦୁର୍ଘଟଣା ପରେ ସମ୍ବଲପୁର-ସୋନପୁର ରାସ୍ତାରେ ପ୍ରାୟ ୨ ଘଂଟା ଧରି ଯାନବାହନ ଚଳାଚଳ ବ୍ୟାହତ ହୋଇଛି । ସୂଚନା ଅନୁଯାୟୀ, ସମ୍ବଲପୁରରୁ ସୋନପୁର ଅଭିମୁଖେ ଆସୁଥିବା ଏକ ତେଲ ବୋଝେଇ ଟ୍ୟାଙ୍କର ସହିତ ବିପରୀତ ଦିଗରୁ ଆସୁଥିବା ଏକ ହାଇୱା ଗାଡି ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ ଉଭୟ ଗାଡିରେ ନିଆଁ ଲାଗି ଯାଇଥିଲା । ଟ୍ୟାଙ୍କର ଡ୍ରାଇଭର କମଳେଶ ସିଂ ଗାଡିରୁ ବାହାରିନପାରି ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ହେଲପର ଧିରେନ ନାୟକ କୌଣସି ମତେ ଜୀବନ ବଂଚାଇ ବାହାରକୁ ବାହାରି ଆସିଥିଲେ । ହେଲପର ଧିରେନଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

ମୃତ ଡ୍ରାଇଭର କମଳେଶଙ୍କ ଘର ବିହାର ରାଜ୍ୟରେ ଏବଂ ଗୁରୁତର ଆହତ ହେଲପର ଧିରେନଙ୍କ ଘର ବଲାଙ୍ଗିର ଖେଲକମୁଣ୍ଡାରେ ବୋଲି ଜଣାପଡିଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁ ଲିଭାଇବା ପରେ ସମ୍ପୃକ୍ତ ରୁଟ୍ ରେ ଗାଡି ଚଳାଚଳ ସ୍ୱାଭାବିକ୍ ହୋଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ