Connect with us

ଅପରାଧ

ମୁଖ୍ୟ ଶାସନ ସଚିବଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ସାଙ୍କେତିକ ଚିତ୍ର

ମୁଖ୍ୟ ଶାସନ ସଚିବଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
କେବେସୁଦ୍ଧା ଲୋକାୟୁକ୍ତ କାର୍ଯ୍ୟକାରୀ କରିବ ଜଣାଅ
ଭୁବନେଶ୍ୱର,୨୪ା୧୦ : କେବେ ସୁଦ୍ଧା ଲୋକାୟୁକ୍ତ ଆକ୍ଟ କାର୍ଯ୍ୟକାରୀ କରି ଲୋକପାଳ ନିଯୁକ୍ତି ଦିଆଯିବ ତାହା ଜଣାଇବା ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷରେ ଏହି ନିଯୁକ୍ତି ନେଇ ଆଉ ୩ ମାସ ମହଲତ ଦେବାଲାଗି ରାଜ୍ୟ ସରକାର କରିଥିବା ଆବେଦନକୁ କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି । ଲୋକାୟୁକ୍ତ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏହି ରାୟ ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ,ଏହି ମାମଲାରେ ସୁପ୍ରିମକୋର୍ଟ ଗତ ଜୁଲାଇ ୧୦ ତାରିଖରେ ରାଜ୍ୟ ସରକାରଙ୍କୁ ୩ ମାସ ମହଲତ ଦେଇଥିଲେ । ସୁପ୍ରିମକୋର୍ଟ ଜୁଲାଇ ୧୦ର ଶୁଣାଣିରେ କହିଥିଲେ ଯେ ୨୦୧୮ ଜୁଲାଇ ୭ ତାରିଖରେ ଓଡ଼ିଶା ଲୋକାୟୁକ୍ତ ଅ।ଇନ କାର୍ଯ୍ୟକାରୀ ହୋଇଛି । ସେହି ଆଧାରରେ ଲୋକାୟୁକ୍ତ ନିଯୁକ୍ତ ହେବେ । ଚଳିତ ମାସ ୧୦ ତାରିଖରେ ସୁପ୍ରିମକୋର୍ଟ ଦେଇଥିବା ସମୟସୀମା ଶେଷ ହୋଇଛି । ଫଳରେ ରାଜ୍ୟ ସରକାର ଏକ ସାନି ସତ୍ୟପାଠ ଜରିଅ।ରେ ଅ।ଉ ୩ ମାସ ସମୟ ଚାହିଁଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ