Connect with us

ଓଡିଶା

ସଂସ୍କୃତି ମନ୍ତ୍ରୀଙ୍କ ହାଇଦ୍ରାବାଦ୍ ଗସ୍ତ ମାମଲାର ତଦନ୍ତ ହେଉ : କଂଗ୍ରେସ

ସାଙ୍କେତିକ

ସଂସ୍କୃତି ମନ୍ତ୍ରୀଙ୍କ ହାଇଦ୍ରାବାଦ୍ ଗସ୍ତ ମାମଲାର ତଦନ୍ତ ହେଉ : କଂଗ୍ରେସ
ଭୁୁବନେଶ୍ୱର, ୨୯ ନଭେମ୍ବର – ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଦୁଇ ମହିଳା ଅତିଥିଙ୍କୁ ସରକାରୀ ଖର୍ଚ୍ଚରେ ହାଇଦ୍ରାବାଦ ନେବା ଘଟଣାରେ ମନ୍ତ୍ରୀ ସ୍ପଷ୍ଟୀକରଣ ଦେବାକୁ ଗୃହରେ ଦାବି ହୋଇଥିଲା । ବାଚସ୍ପତି ମଧ୍ୟ ଏଥିପାଇଁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଏଭଳି ଏକ ସଂଗୀନ ଓ ଗୁରୁତର ଅଭିଯୋଗକୁ ମନ୍ତ୍ରୀ ବିକ୍ରମ ଆରୁଖ ଅତି ହାଲୁକା ଭାବେ ନେଇ ଏକ ଧାଡିକିଆ ସ୍ପଷ୍ଟୀକରଣ ରଖିଲେ । ମନ୍ତ୍ରୀଙ୍କର ହାଇଦ୍ରାବାଦ ଗସ୍ତ ଖର୍ଚ୍ଚ ରାଜ୍ୟ ସରକାର କେବଳ ବହନ କରିଛନ୍ତି ଏବଂ ଅନ୍ୟ ଦୁଇ ମହିଳା ସହଯାତ୍ରୀଙ୍କର କୌଣସି ଖର୍ଚ୍ଚ ରାଜ୍ୟ ସରକାର ବହନ କରିନାହାନ୍ତି । ଏହି ମାମଲାର ତଦନ୍ତ କରାଯିବା ସହ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ରଖିବାକୁ ରାଜ୍ୟ କଂଗ୍ରେସ ଦାବି କରିଛି ।

ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ କହିଛନ୍ତି ଯେ ସଂସ୍କୃତି ମନ୍ତ୍ରୀଙ୍କ ବଦଳରେ ଯେଉଁ ମନ୍ତ୍ରୀ ବିଧାନସଭା ଭଳି ପବିତ୍ର ଗୃହରେ ଉତର ରଖିଲେ ସେ ମନ୍ତ୍ରୀ ମଧ୍ୟ ନିଜେ ନିଜ ପତ୍ନୀଙ୍କ ନାମରେ ଇଚ୍ଛାଧିନ କୋଟାରୁ ଏକାଧିକ ଘର ନେଇଥିଲେ ଏବଂ ଧରାପଡିବା ପରେ ଲୋକଲଜ୍ଜାକୁ ଭୟ କରି ଘର ମଧ୍ୟ ଫେରାଇଥିଲେ । ସେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଯେ ଯଦି ରାଜ୍ୟ ସରକାର ମନ୍ତ୍ରୀଙ୍କ ଗସ୍ତ ଖର୍ଚ୍ଚ କରିଛନ୍ତି ବୋଲି କହୁଛନ୍ତି, ତେବେ ରାଜ୍ୟ ସରକାର କହିବେ କି ୪ ଅକ୍ଟୋବର ଏବଂ ୫ ଅକ୍ଟୋବରରେ କଟାଯାଇଥିବା ବିମାନ ଟିକେଟ୍ ରେ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଏବଂ ଦୁଇଜଣ ଭଦ୍ର ମହିଳା ଆର. ମହାପାତ୍ର ଏବଂ ଏସ୍.ଏସ୍. ମହାପାତ୍ରଙ୍କ ନାମ ଉଲ୍ଲେଖ ଅଛି । ମନ୍ତ୍ରୀ ରାଜ୍ୟ ବାହାରକୁ ଓଡିଶାର ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ଗସ୍ତ କରୁଥିବା ବେଳେ ଏହି ଖର୍ଚ୍ଚ ସାଧାରଣତଃ ରାଜ୍ୟ ସରକାର ବା ପର୍ଯ୍ୟଟନ ଶିଳ୍ପର ବିଭାଗ ବହନ କରିଥାଏ । କିନ୍ତୁ କିଭଳି ଭାବରେ ଏବଂ କେଉଁ ଉଦ୍ଦେଶ୍ୟରେ ତାଜ୍ କ୍ରିଷ୍ଣା ଇଂଟରନ୍ୟାସନାଲ ହୋଟେଲର ଖର୍ଚ୍ଚ ଓ ବିମାନ ଭଡା ଖର୍ଚ୍ଚ ଫେଡେରେସନ୍ ଅଫ ଇଣ୍ଡିଆନ୍ ଚ୍ୟାମ୍ବର୍ସ ଅଫ୍ କମର୍ସ ବହନ କରିଥିଲା । ଏଥିରୁ ସ୍ପଷ୍ଟ ପ୍ରମାଣିତ ରାଜ୍ୟ ସରକାରଙ୍କ ପାଖରେ ଘୋର ଆର୍ଥିକ ଅଭାବ ଯୋଗୁଁ ପ୍ରାଇଭେଟ୍ ସଂସ୍ଥାମାନେ ମନ୍ତ୍ରୀ ଏବଂ ତାଙ୍କ ଅତିଥିଙ୍କର ସମସ୍ତ ଗସ୍ତ ଖର୍ଚ୍ଚ ବହନ କରିଛନ୍ତି ।
ଖାଲି ସେତିକି ନୁହେଁ, ଏହି ଦୁଇ ଭଦ୍ର ମହିଳାଙ୍କ ଦ୍ୱାରା ଓଡିଶାର ପର୍ଯ୍ୟଟନ ଶିଳ୍ପର କିଭଳି ବିକାଶ ଘଟିଲା ବା ଏହି ଦୁଇ ଭଦ୍ର ମହିଳା ପୂର୍ବରୁ କେବେ ଅନ୍ୟ କୌଣସି ରାଜ୍ୟରେ ‘ରୋଡ୍ ସୋ’ରେ ଭାଗ ନେଇଛନ୍ତି କି ନାହିଁ ଏବଂ ଏହି ଦୁଇ ମହିଳା ରାଜ୍ୟର ମନ୍ତ୍ରୀଙ୍କ ସହିତ ଏକତ୍ର ବିମାନ ଯାତ୍ରା କରିବା ଓ ପଂଚତାରକା ହୋଟେଲରେ ରହିବା ନଜିର ଅଛିକି ? ସବୁଠାରୁ ବଡ ଆଶ୍ଚର୍ଯ୍ୟର କଥା ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀଙ୍କର ପଦବୀ ଅନୁଯାୟୀ କୌଣସି ପଂଚତାରକା ହୋଟେଲରେ ରହିବାର ରାଜ୍ୟ ସରକାରଙ୍କ ବିଧି ବିରୁଦ୍ଧାଚରଣ କରୁଥିବା ସତ୍ୱେ କିଭଳି ମନ୍ତ୍ରୀ ମହୋଦୟ ଓ ତାଙ୍କର ଦୁଇ ମହିଳା ଅତିଥି ପଂଚତାରକା ହୋଟେଲରେ ରହିଲେ, ଏହା ମଧ୍ୟ ତଦନ୍ତ ସାପେକ୍ଷ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା