Connect with us

ଓଡିଶା

ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘର ନବୀନ ନିବାସ ଘେରାଉ ଉଦ୍ୟମ

ସାଙ୍କେତିକ

ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘର ନବୀନ ନିବାସ ଘେରାଉ ଉଦ୍ୟମ
ଭୁୁବନେଶ୍ୱର,୨୯ ନଭେମ୍ବର – ନିଖିଳ ଓଡ଼ିଶା ଅଣନିଯୁକ୍ତି ତାଲିମପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘ ପକ୍ଷରୁ ଶୁକ୍ରବାର ନବୀନ ନିବାସ ଘେରାଉ କରାଯାଇଥିଲା । ଏଥିପାଇଁ ଏକ ବିରାଟ ପଟୁଆରରେ ଯାଉଥିବା ସମୟରେ ଶିଶୁଭବନ ଛକରେ ହଜାର ହଜାର ମହିଳା ସ୍ୱାସ୍ଥ୍ୟକର୍ମୀମାନଙ୍କୁ ପୋଲିସ୍ ଗିରଫ କରିନେଇ ଥିଲା । ସେମାନଙ୍କ ମଧ୍ୟରୁ ତିନିଜଣ ମହିଳା ସଙ୍କଟାପନ୍ନ ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଜୀବନ ସହ ସଂଗ୍ରାମ କରୁଛନ୍ତି । ଯଦି ସରକାର ସଂଘର ଦାବି ପ୍ରତି ସଚେତନ ନହୁଅନ୍ତି, ତେବେ ଆଗାମୀ ଦିନରେ ସଂଘର ତରଫରୁ ଯେଉଁ ପଦକ୍ଷେପ ନିଆଯିବ, ସେଥିପାଇଁ ସରକାର ଦାୟୀ ରହିବେ ବୋଲି ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଲୋକସେବା ଭବନରେ ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସମ୍ପାଦକଙ୍କ ତତ୍ୱାବଧାନରେ ଏକ ବୈଠକର ଆୟୋଜନ କରାଯାଇଥିଲା । ଉକ୍ତ ବୈଠକରେ ସରକାରଙ୍କ ତରଫରୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ଓ ଅନ୍ୟାନ୍ୟ କର୍ମଚରୀଙ୍କ ସହ ନିଖିଳ ଓଡ଼ିଶା ଅଣନିଯୁକ୍ତି ତାଲିମପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘର ଆଲୋଚନା ହୋଇଥିଲା । ଦୀର୍ଘ ସମୟ ଆଲୋଚନା ପରେ କିଛି ସୁଫଳ ନ ମିଳିବାରୁ ସଂଘ କ୍ଷୋଭ ପ୍ରକାଶ କରି ଆଲୋଚନାକୁ ବର୍ଜନ କରିଥିଲା । ଏହାପରେ ଶତାଧିକ ମହିଳା ପଟୁଆରରେ ଯାଇ ନବୀନ ନିବାସ ଘେରାଉ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା