Connect with us

ଓଡିଶା

ବୁକ୍ ସର୍କୁଲାର ମାନୁନଥୁବା ନେଇ ଗୃହରେ ଉଦବେଗ

ବୁକ୍ ସର୍କୁଲାର ମାନୁନଥୁବା ନେଇ ଗୃହରେ ଉଦବେଗ
ଭୁବନେଶ୍ୱର, ୨୦ ନଭେମ୍ବର – ରାଜ୍ୟ ସରକାରୀ କର୍ମଚାରୀ ମାନେ ବୁକ୍ ସର୍କୁଲାରକୁ ମାନୁନାହାନ୍ତି । ବାରମ୍ବାର ଏହାର ଉଲ୍ଲଂଘନ କରୁଛନ୍ତି । ମୁଖ୍ୟମନ୍ତ୍ରୀ , ବାଚସ୍ପତିଙ୍କ ଅଫିସ୍ ମଧ୍ୟ ଏହି ସର୍କୁଲାରକୁ ମାନୁନଥୁବା ନେଇ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି କଂଗ୍ରେସ ଦଳ ନେତା ନରସିଂହ ମିଶ୍ର ।
ସେ କହିଛନ୍ତି ଯେ ଚିଠି ଦେଲେ କୌଣସି ଉତର ଆସୁନାହିଁ । ପ୍ରାପ୍ତି ସ୍ୱୀକାରୋକ୍ତି ମଧ୍ୟ ମିଳୁନାହିଁ । ଟେଲିଫୋନ୍ କଲେ ଅଫିସର ମିଟିଂରେ ବ୍ୟସ୍ତ ଥିବା କହୁଛନ୍ତି । ସରକାରୀ କର୍ମଚାରୀଙ୍କ ନିକଟକୁ ଆସୁଥିବା ଫୋନ୍ କଲ ରେଜିଷ୍ଟର ହେବାର ନିୟମ ରହିଛି । ତାହାକୁ କେହି ମାନୁ ନାହାନ୍ତି । ମନଇଚ୍ଛା ଶାସନ ଚାଲିଛି । ତେଣୁ ବାଚସ୍ପତି ବୁକ୍ ସର୍କୁଲାର -୪୭ ମାନିବାକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଶ୍ରୀ ମିଶ୍ର ଦାବି କରିଥିଲେ ।
ଅନ୍ୟପକ୍ଷରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଥିଲେ ଯେ ରାଜ୍ୟ ସରକାର , ଖୋଦ୍ ମୁଖ୍ୟ ଶାସନ ସଚିବ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି । ପରବର୍ତୀ ସମୟରେ ଏପରି ହେଲେ ଶୃଙ୍ଖଳା କମିଟିକୁ ଜଣାଇବାକୁ ସେ କହିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା