Connect with us

ଓଡିଶା

ସଂସଦ ଘେରାଉ ପାଇଁ ଆଜି ଦିଲ୍ଲୀ ଯିବେ

ସାଙ୍କେତିକ

ସଂସଦ ଘେରାଉ ପାଇଁ ଆଜି ଦିଲ୍ଲୀ ଯିବେ ବିଜେଡି ନେତା ଓ କର୍ମୀ
ଭୁବନେଶ୍ୱର :- ଚାଷୀ ପ୍ରସଙ୍ଗକୁ ନେଇ ଆସନ୍ତା ୮ ତାରିଖରେ ବିଜେଡି ପକ୍ଷରୁ ଦିଲ୍ଲୀ ଠାରେ ସଂସଦ ଘେରାଉ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଶନିବାର ଠାରୁ ଆନ୍ଦୋଳନକାରୀମାନେ ଦିଲ୍ଲୀ ଯାତ୍ରା କରିବେ । ଶନିବାର ଦିନ ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ବିଜୁ ଜନତା ଦଳର ସାଂସଦ, ବିଧାୟକ, କର୍ମକର୍ତା ଓ କୃଷକ ପ୍ରତିନିଧିମାନେ ଦିଲ୍ଲୀ ଯାତ୍ରା କରିବେ ।

ସର୍ବପ୍ରଥମେ ଶନିବାର ସନ୍ଧ୍ୟା ୫ଟା ସମୟରେ ବିଧାନସଭା ପରିସରରେ ଥିବା ଜାତିର ପିତା ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ ପରେ ଏହି ଯାତ୍ରା ଆରମ୍ଭ ହେବ । ଏହି ସ୍ୱତନ୍ତ୍ର ଟ୍ରେନ୍ ଭୁବନେଶ୍ୱରରୁ ବାହାରି ସମ୍ବଲପୁର, ଝାରସୁଗୁଡ଼ା ଦେଇ ୭ ତାରିଖ ଦିନ ଦିଲ୍ଲୀରେ ପହଂଚିବ । ୮ ତାରିଖ ଦିନ ଧାରଣା ଓ ବିକ୍ଷୋଭ ପରେ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ପ୍ରଦାନ କରାଯିବ ।
ବିଜୁ କୃଷକ ଜନତା ଦଳ ନେତୃତ୍ୱରେ ଜାନୁଆରୀ ୮ ତାରିଖରେ ସଂସଦ ସମ୍ମୁଖରେ ଧାରଣା ଓ ବିକ୍ଷୋଭ କରାଯିବାକୁ ନିଷ୍ପତି ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା