Connect with us

ଓଡିଶା

ବର୍ଷ ଶେଷ ସୁଦ୍ଧା ବସୁଧା ଯୋଜନା ସହରାଂଚଳର ସବୁ ଘରକୁ

ସାଙ୍କେତିକ

ବର୍ଷ ଶେଷ ସୁଦ୍ଧା ବସୁଧା ଯୋଜନାର ସହରାଂଚଳର ସବୁ ଘରକୁ ଜଳଯୋଗାଣ କରାଯିବ
ଭୁବନେଶ୍ୱର:- ୨୦୧୯ ସୁଦ୍ଧା ରାଜ୍ୟରେ ସମସ୍ତ ସହରାଂଚଳରେ ୱାର୍ଡ଼ର ରାସ୍ତା ଗୁଡ଼ିକୁ ଶତ ପ୍ରତିଶତ ପାଇପ ଦ୍ୱାରା ବସୁଧା ଯୋଜନା ମାଧ୍ୟମରେ ଜଳଯୋଗାଣ କରିବା ଏବଂ ଗୃହ ସଂଯୋଜକୁ ୪ ଲକ୍ଷରୁ ୮ ଲକ୍ଷ କରିବା ପାଇଁ ଗୃହ ନିର୍ମାଣ ନଗର ଉନ୍ନୟନ ବିଭାଗ ଓ ଜନସ୍ୱାସ୍ଥ୍ୟ ଯାନ୍ତ୍ରିକ ସଂସ୍ଥା ପକ୍ଷରୁ ନିଷ୍ପତି ନିଆଯାଇଛି । ନିଷ୍ପତି ଅନୁଯାୟୀ ପ୍ରତ୍ୟେକ ୱାର୍ଡ଼ରେ ଜଳ ମନିଟର ଚିହ୍ନଟ କରିବା, ୱାଟସନ କମିଟି ଗଠନ କରିବା, ଗରୀବ ଲୋକଙ୍କୁ ସଂଯୋଗୀକରଣ ଦେୟ ଛାଡ଼ କରିବା, ଅନ୍ୟ ଗ୍ରାହକ ମାନଙ୍କୁ ସହଜ କିସ୍ତି ଯୋଗେ ଅଗ୍ରିମ ଦେୟ ପ୍ରଦାନ ସୁବିଧା ଦେବା, ପାଇପ ବିଛାଣ ସମୟରେ ରାସ୍ତାକଟା ପୁନଃ ସଂଯୋଗ କରିବା ପାଇଁ ଦେୟ ଛାଡ଼ କରାଯାଉଛି । ଏହା ବ୍ୟତୀତ ବ୍ୟାପକ ସଚେତନତା ସୃଷ୍ଟି ପାଇଁ ଡାକବାଜି ଯନ୍ତ୍ର ଜରିଆରେ ସାର୍ବଜନୀନ ଘୋଷଣା, ଲିଫଲେଟ ବଂଟନ, ଦ୍ୱାର ଦ୍ୱାର ପ୍ରଚାର କରାଯାଉଛି । ସଂଯୋଗୀକରଣ ସମୟରେ ଗ୍ରାହକ ମାନଙ୍କୁ ସଂଯୋଗ ନିମେନ୍ତ ଆବଶ୍ୟକ ପାଇପ, ଅନ୍ୟାନ୍ୟ ସରଂଜାମ ତଥା ଶ୍ରମିକ ଦେୟ ବାବଦ ପ୍ରାୟ ୪ ହଜାର ଟଙ୍କା ଆବଶ୍ୟକ । ଏହି ଦେୟ ପ୍ରଦାନ ତଥା ଠିକାଦାର ନିଯୁକ୍ତି ପାଇପ ଜଳଯୋଗାଣ ସଂଯୋଗୀକରଣରେ ବାଧା ସୃଷ୍ଟି କରିଥାଏ । ଯେହେତୁ ଠିକାଦାର, ମିସ୍ତ୍ରୀ କାର୍ଯ୍ୟ ପାଇଁ ଦାୟୀ ନୁହଁନ୍ତି ତେଣୁ ନିକୃଷ୍ଟ ଉପକରଣ ବ୍ୟବହାର କରାଯିବା ସହିତ ସଠିକ୍ ଭାବେ ସଂଯୋଗୀକରଣ ହୁଏ ନାହିଁ । ଯାହାଦ୍ୱାରା ଦୃଷ୍ଟିକୁ ଆସୁନଥିବା ଭଳି ଛିଦ୍ର ରହିଯାଇ ବିନା ରାଜସ୍ୱ ପ୍ରାର୍ଥୀରେ ଜଳ ଉପଲବ୍ଧି ସହିତ ଜଳଯୋଗାଣ ପାଇବ ସଂକ୍ରମଣର କାରଣ ସାଜିଥାଏ ।
ସମସ୍ତ ସହରାଂଳରେ ଥିବା ଗୃହ ମାନଙ୍କୁ ନିର୍ବିଘ୍ନରେ ଜଳ ଯୋଗାଣ ଓ ଜନସାଧାରଣଙ୍କର ଗୃହ ଗୁଡ଼ିକୁ ସଂଯୋଗୀ କରଣ ବ୍ୟବସ୍ଥା ନିମନ୍ତେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ତଦନୁଯାୟୀ ଜନସ୍ୱାସ୍ଥ୍ୟ ଯାନ୍ତ୍ରିକ ସଂସ୍ଥାକୁ ଗୃହ ଗୁଡ଼ିକୁ ଜଳଯୋଗାଣ ସଂଯୋଗ ଦାୟିତ୍ୱ ପ୍ରଦାନ କରିବା ନିମନ୍ତେ ଏକ ସଂକଳ୍ପ ଦ୍ୱାରା ଓଡ଼ିଶା ୱାଟର ୱାକ୍ସ (ଅର୍ବାନ ଲୋକାଲ ବଡି ରୁଲସ ୧୯୮୦)ରେ ପରିବର୍ତନ କରି ନିର୍ଦ୍ଦେଶନାମା ଜାରି କରାଯାଇଛି । ଜନସ୍ୱାସ୍ଥ୍ୟ ଯାନ୍ତ୍ରିକ ସଂସ୍ଥା ସଂଯୋଗୀକରଣ କାର୍ଯ୍ୟ କରିବା ସହିତ ପାଇପ ଅନ୍ୟାନ୍ୟ ଉପକରଣ, ମିସ୍ତ୍ରୀ, ଶ୍ରମିକ ଇତ୍ୟାଦି ବାବଦରେ ଅର୍ଥ ଖର୍ଚ୍ଚ କରିବ । ଏବଂ ଏ ବାବଦରେ ପ୍ରତ୍ୟେକ ସଂଯୋଗ ପାଇଁ ସମାନ ଦର ୩ ହଜାର ୬୦୦ ଟଙ୍କା ଗ୍ରାହକମାନଙ୍କ ଠାରୁ ଅଗ୍ରିମ ଭାବରେ କିମ୍ବା ମାସିକ ୧୦୦ ଟଙ୍କା ସମାନ କିସ୍ତିରେ ୩୬ ଗୋଟି କ୍ରମାଗତ କିସ୍ତିରେ ଅସୁଲ କରାଯିବ । ଏହି ପରିବର୍ତନ ପାଇପଲାଇନରେ ସଠିକ୍ ମାନର ଉପକରଣ ବ୍ୟବହାର, ଉତମ କାରିଗରୀ, ପାନୀୟ ଜଳ ଯୋଗାଣ ଓ ପାଇପଲାଇନରେ ସଂକ୍ରମଣର ପ୍ରତିରୋଧ, ଅଣରାଜସ୍ୱ ଜଳର ପରିମାଣର ହ୍ରାସ, ଗ୍ରାହକଙ୍କୁ ବାଧା ରହିତ ସଂଯୋଗୀକରଣ ଓ ସାର୍ବଜନୀନ ଜଳଯୋଗାଣ ପରିସରଭୁକ୍ତ କାର୍ଯ୍ୟ ତ୍ୱରାନ୍ୱିତ କରିବା ନିଶ୍ଚିତ କରିବ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା