Connect with us

ଓଡିଶା

ଜାତୀୟ ରାଜପଥ ଉନ୍ନତିକରଣ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ସାଙ୍କେତିକ

ମୟୁରଭଂଜ ଦେଇ ଯାଇଥିବା ଜାତୀୟ ରାଜପଥ ଉନ୍ନତିକରଣ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର :- ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୁରଭଂଜର ରାସ୍ତା ସମସ୍ୟା ଦୂର ପାଇଁ ଦାବି କରି କେନ୍ଦ୍ରମନ୍ତ୍ରୀ ନିତୀନ ଗଡ଼କରିଙ୍କୁ ଚିଠି ଲେଖିଛନ୍ତି । ଉଚିତ୍ ସମୟରେ ରକ୍ଷଣାବେକ୍ଷଣ, ଉନ୍ନତିକରଣ ଏବଂ ସମ୍ପ୍ରସାରଣ କାର୍ଯ୍ୟ ହେଉନଥିବାରୁ ରାଜ୍ୟରେ ଥିବା ଜାତୀୟ ରାଜପଥ ଗୁଡ଼ିକ ଦିନକୁ ଦିନ ଶୋଚନୀୟ ହୋଇପଡ଼ିଛି । ଯାହାଫଳରେ ଯାନବାହାନ ଚଳାଚଳରେ ବାଧା ଉପୁଜୁଛି ।

ଉଦାହରଣ ସ୍ୱରୂପ ମୟୁରଭଂଜ ଜିଲ୍ଲା ମଧ୍ୟରେ ଥିବା ଝାରପୋଖରୀଆ-କେଉଁଝର-ସମ୍ବଲପୁରରେ ଏନଏଚ-୪୯ ଉପରୋକ୍ତ କାରଣ ପାଇଁ ଗମନାଗମନରେ ବିଭିନ୍ନ ସମସ୍ୟା ଦେଖାଦେଇଛି । ଜନସାଧାରଣ ପକ୍ଷରୁ ଏ ସମ୍ପର୍କରେ ବାରମ୍ବାର କରାଯାଇଥିବା ଅଭିଯୋଗ ରାଜ୍ୟ ସରକାରଙ୍କର ହସ୍ତଗତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସଡ଼କ ପରିବହନ ରାଜପଥ ଏବଂ ଜାହାଜ ଚଳାଚଳ ମନ୍ତ୍ରୀ ନୀତିନ ଗଡ଼କରିଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି । ସମ୍ପୃକ୍ତ ଜିଲ୍ଲା ଦେଇ ଯାଇଥିବା ହାଟଗମାରିଆ-ବେନିସାଗର ରାସ୍ତାକୁ ଜାତୀୟ ରାଜପଥ ଭାବେ ଘୋଷଣା କରାଯାଇଥିଲେ ହେଁ ବର୍ତମାନ ସୁଦ୍ଧା ସେ ଦିଗରେ କୌଣସି କାର୍ଯ୍ୟ ଆରମ୍ଭ ହୋଇନାହିଁ ।

ଅନ୍ୟପକ୍ଷରେ ମୟୁରଭଂଜ ଜିଲ୍ଲା ଦେଇ ଯାଇଥିବା ୪ଟି ଗୁରୁତ୍ୱପୂର୍ଣ୍ଣ ରାସ୍ତାକୁ ଜାତୀୟ ରାଜପଥ ଭାବେ ଘୋଷଣା କରିବା ପାଇଁ ଚିଠିରେ ଦାବି କରିଛନ୍ତି । ସେହି ରାସ୍ତା ଗୁଡ଼ିକ ହେଲା ଭଦ୍ରକ-ଆନନ୍ଦପୁର-ଠାକୁରମୁଣ୍ଡା- କରଂଜିଆ-ସିଂଗଡ଼ା ୧୩୫ କିମି. ରାସ୍ତା, ଶେରଗଡ଼-ନୀଳଗିରି-କପ୍ତିପଦା-ବାରିପଦା-ପଶ୍ଚିମବଙ୍ଗ ସୀମା ୧୧୦ କିିମି., ରାଇରଙ୍ଗପୁର-ବିଷୋଇ-ବାଙ୍ଗିରିପୋଷୀ-କଳାବାଡ଼ିଆ ୫୪ କି.ମି., ଯଶୀପୁର-ଚମ୍ପୁଆ ୭୦ କି.ମି. ରାସ୍ତା ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା