
ସଂସଦର ଶୀତକାଳୀନ ଅଧିବେଶନ ଦିନକ ପୂର୍ବରୁ ଶେଷ丨
ନୂଆଦିଲ୍ଲୀ :- 22-12-ନିର୍ଧାରିତ ସମୟ ପୂର୍ବରୁ ସଂସଦର ଶୀତକାଳୀନ ଅଧିବେଶନକୁ ସମାପ୍ତ ଘୋଷଣା କରାଯାଇଛି 丨ଏହି ଅଧିବେଶନରେ ନିଲମ୍ବିତ ହୋଇଥିବା 12 ଏମ ପିଙ୍କ ନିଲମ୍ବନ ଆଦେଶକୁ ନେଇ ବିରୋଧୀ ଦଳମାନେ ହଟ୍ଟଗୋଳ ଜାରି ରଖିବାରୁ ଗୃହକୁ ଅନିଶ୍ଚିତ କାଳ ପାଇଁ ସ୍ଥଗିତ ରଖାଯାଇଛି 丨 ଏହି ଅଧିବେଶନରେ ସମୁଦାୟ 13 ଟି ବିଲ ଆଗତ ହୋଇଥିବା ବେଳେ ମାତ୍ର 11 ଟି ବିଲ ପାରିତ ହୋଇପାରିଛି 丨 ଏହି ଅଧିବେଶନ ନଭେମ୍ବର 29 ତାରିଖରୁ ଆରମ୍ଭ ହୋଇଥିଲା ଓ ନିର୍ଧାରିତ ଗୋଟିଏ ଦିନ ପୂର୍ବରୁ ଶେଷ ହୋଇଯାଇଛି 丨
