Connect with us

ଓଡିଶା

ଶ୍ରୀମନ୍ଦିର ସୁରକ୍ଷା ଜୋନରେ ପୁଣି ଉଛେଦ ଆରମ୍ଭ

ସାଙ୍କେତିକ

ଶ୍ରୀମନ୍ଦିର ସୁରକ୍ଷା ଜୋନରେ ପୁଣି ଉଛେଦ ଆରମ୍ଭ
ପୁରୀ, ୦୪ ଡିସେମ୍ବର – ଶ୍ରୀମନ୍ଦିର ସୁରକ୍ଷା ଜୋନର ୭୫ମିଟର ଭିତରେ ଆସୁଥିବା କୋଠାବାଡିଗୁଡିକ ପୁଣି ଭଙ୍ଗା ଯାଉଛି । ବୁଧବାର ସକାଳୁ ଭଙ୍ଗାକାର୍ଯ୍ୟର ୫ମ ପର୍ଯ୍ୟାୟରେ ଦୋଳବେଦୀ କୋଣରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରକୁ ଭଙ୍ଗାଯାଇଛି । ସ୍ୱାସ୍ଥ୍ୟକେନ୍ଦ୍ରର ପାଚେରୀ, ପରେ ତଳମହଲାର ସମସ୍ତ କାନ୍ଥ ଓ ଉପର ମହଲାର କାନ୍ଥଗୁଡିକ ଭଙ୍ଗାଯାଇଛି ।
ଆସନ୍ତାକାଲି ପିଲରଗୁଡିକ ଭଙ୍ଗାଯିବା ପରେ ଛାତଟି ଭୁଷୁଡି ଯିବ । ଏଥିପାଇଁ ବ୍ୟାପକ ପୁଲିସ ଫୋର୍ସ ଦୋଳବେଦୀ କୋଣରେ ମୁତୟନ ହୋଇଛନ୍ତି । ଦୋଳବେଦୀ କୋଣ ମନ୍ଦିର କାର୍ଯ୍ୟାଳୟ ପାଖ, ସତ୍ୟ ନାରାୟଣ ମନ୍ଦିର ପାଖ ଓ ଲକ୍ଷ୍ମୀବଜାର ଏବଂ ବଡଆଖେଡା ପାଖରେ ଲୁହାବାଡ ଦ୍ୱାରା ଆବଦ୍ଧ କରାଯାଇଛି । ଦୁଇଟି ଜେସିବି ସାହାର୍ଯ୍ୟରେ ଭଙ୍ଗାଯାଉଛି । ପ୍ରଥମେ ମେଘନାଦ ପାଚେରୀକୁ ଲାଗି ରହିଥିବା ସରକାରୀ ଗୃହ, ଦୋକାନ ଭଙ୍ଗାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ଲଙ୍ଗୁଳି ମଠ, ତୃତୀୟ ପର୍ଯ୍ୟାୟରେ ଏମାରମଠ ଲାଇବ୍ରେରୀ ଓ ଏମାରମଠ, ଚତୁର୍ଥ ପର୍ଯ୍ୟାୟରେ ବଡଆଖେଡା ମଠ ଭଙ୍ଗାଯାଇଥିଲା । ପଂଚମ ପର୍ଯ୍ୟାୟରେ ବୁଧବାର ଦିନ ଦୋଳବେଦୀ କୋଣ ମେଡିକାଲକୁ ଭଙ୍ଗାଯାଇଛି । ଏ ପର୍ଯ୍ୟନ୍ତ ବଡଆଖେଡା ମଠର କିଛି ଘର ରହିଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା