Connect with us

ଓଡିଶା

ଶ୍ରୀମନ୍ଦିର ସଂସ୍କାର ମାମଲା ,ସମସ୍ତ କାମ ଆଇନ ଅନୁସାରେ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ସାଙ୍କେତିକ

ଶ୍ରୀମନ୍ଦିର ସଂସ୍କାର ମାମଲା
ସମସ୍ତ କାମ ଆଇନ ଅନୁସାରେ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ରିପୋର୍ଟ ପ୍ରଦାନ କରିବାକୁ ୨ ସପ୍ତାହ ସମୟ ମାଗିଲେ ଆମିକସ୍ କ୍ୟୁରି
ପରବର୍ତୀ ଶୁଣାଣୀ ଅକ୍ଟୋବର ୩ ତାରିଖ
ନୂଆଦିଲ୍ଲୀ/ପୁରୀ, ୧୭ ସେପ୍ଟେମ୍ବର – ଶ୍ରୀମନ୍ଦିର ସଂସ୍କାର ମାମଲାରେ ଆଜି ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ମେଘନାଦ ପାଚେରୀର ୭୫ ମିଟର ପରିଧିରେ ଉଚ୍ଛେଦ ପ୍ରସଙ୍ଗରେ ସମସ୍ତ କାମ ଆଇନ ଅନୁସାରେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜଷ୍ଟିସ୍ ଅରୁଣ ମିଶ୍ର । ସେ କହିଛନ୍ତି ଯେ, ଉଦ୍ଦେଶ୍ୟ ଯେତେ ମହତ୍ ଥିଲେ ମଧ୍ୟ ସବୁ କିଛି ଆଇନ ଅନୁସାରେ କରାଯାଉ । ଏଥି ସହିତ ଜମି ଅଧିଗ୍ରହଣ ପୂର୍ବରୁ ସମସ୍ତଙ୍କ ଆପତି ଅଭିଯୋଗ ଶୁଣିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆଜିର ଏହି ଶୁଣାଣୀ ବେଳେ ପୁରୀ ଓ ଶ୍ରୀମନ୍ଦିର ଚତୁଃପାଶ୍ୱର୍ର ବିକାଶ ସମ୍ପର୍କିତ ରିପୋର୍ଟ ପ୍ରଦାନ କରିବାକୁ ୨ ସପ୍ତାହ ସମୟ ମାଗିଥିଲେ ଆମିକସ୍ କ୍ୟୁରି ରଞ୍ଜିତ କୁମାର । ସୁପ୍ରିମକୋର୍ଟ ତାଙ୍କ ଆବେଦନକୁ ଗ୍ରହଣ କରିବା ସହ ଦୁଇ ସପ୍ତାହ ସମୟ ଦେଇଛନ୍ତି । ଏହି ମାମଲାର ପରବର୍ତୀ ଶୁଣାଣୀ ଆସନ୍ତା ଅକ୍ଟୋବର ୩ ତାରିଖରେ ହେବ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା