Connect with us

ଆଞ୍ଚଳିକ

ଶ୍ରୀମନ୍ଦିରକୁ ସୁରକ୍ଷାକର୍ମୀଙ୍କ ଜୋତା ପିନ୍ଧି ପ୍ରବେଶ କରିବା ମାମଲା ନଭେମ୍ବର ୩୦କୁ ଶୁଣାଣି ଘୁଞ୍ଚିଲା

ସାଙ୍କେତିକ ଚିତ୍ର

ଶ୍ରୀମନ୍ଦିରକୁ ସୁରକ୍ଷାକର୍ମୀଙ୍କ ଜୋତା ପିନ୍ଧି ପ୍ରବେଶ କରିବା ମାମଲା
ନଭେମ୍ବର ୩୦କୁ ଶୁଣାଣି ଘୁଞ୍ଚିଲା
ଭୁବନେଶ୍ୱର,୩୧ା୧୦: ଧାଡ଼ି ଦର୍ଶନକୁ ନେଇ ଗତ ୩ ତାରିଖରେ ପୁରୀରେ ବନ୍ଦ ପାଳନ ବେଳେ ହୋଇଥିବା ଗଣ୍ଡଗୋଳରେ ମୁତୟନ ହୋଇଥିବା ବନ୍ଧୁକଧାରୀ ପୋଲିସ୍ ଜୋତା ପିନ୍ଧି ମନ୍ଦିର ଭିତରେ ପ୍ରବେଶ କରିବା ମାମଲାର ଶୁଣାଣିକୁ ଘୁଂଚାଇ ଦିଆଯାଇଛି । ଆମିକସ୍ କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ ଅସୁସ୍ଥ ଥିବାରୁ ସୁପ୍ରିମକୋର୍ଟ ମାମଲାର ଶୁଣାଣି ଘୁଂଚାଇଛନ୍ତି ।

ଆସନ୍ତା ନଭେମ୍ବର ୩୦ରେ ମାମଲାର ଶୁଣାଣି ହେବ । ସୂଚନାଯୋଗ୍ୟ ଯେ, ପୂର୍ବ ଶୁଣାଣିରେ ଦୁଇସପ୍ତାହ ମଧ୍ୟରେ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଜବାବ ଦେବାକୁ କୋର୍ଟ କହିଥିଲେ । ଗତ ୩ ତାରିଖରେ ପୁରୀ ବନ୍ଦ ଡାକରା ବେଳେ ବ୍ୟାପକ ହିଂସାକାଣ୍ଡ ହୋଇଥିଲା । ଗତ ୧୦ ତାରିଖରେ ଏହାର ଜରୁରୀକାଳୀନ ଶୁଣାଣି କରି ସୁପ୍ରିମକୋର୍ଟ ରାଜ୍ୟ ସରକାର ଓ ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ଜବାବ ମାଗିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ