Connect with us

ଆଞ୍ଚଳିକ

ତିତଲି କ୍ଷୟକ୍ଷତି ଆକଳନ ପାଇଁ ଆଜି ଆସିବ କେନ୍ଦ୍ରୀୟ ଟିମ୍

ତିତଲି କ୍ଷୟକ୍ଷତି ଆକଳନ ପାଇଁ ଆଜି ଆସିବ କେନ୍ଦ୍ରୀୟ ଟିମ୍
ଭୁବନେଶ୍ୱର,୩୧ା୧୦ : ଘୂର୍ଣ୍ଣିଝଡ ତିତଲିରେ ପ୍ରଭାବିତ ଜିଲ୍ଲା ଗୁଡିକରେ କ୍ଷୟକ୍ଷତି ଆକଳନ କରିବାପାଇଁ ଆସନ୍ତାକାଲି ଏକ ୮ ଜଣିଆ କେନ୍ଦ୍ରୀୟ ଟିମ୍ ଓଡିଶା ଆସିବେ । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଯୁଗ୍ମ ସଚିବ ଏସ.କେ ସାହିଙ୍କ ନେତୃତ୍ୱରେ ଆସୁଥିବା ଏହି ଟିମ୍ ୨ ଭାଗରେ ବିଭକ୍ତ ହୋଇ ଗଂଜାମ ଓ ଗଜପତି ଜିଲ୍ଲା ଗସ୍ତ କରିବେ । ୩ ଦିନ ଧରି ସେମାନେ ସ୍ଥିତି ଅନୁଧ୍ୟାନ କରିବେ ।ସେମାନେ ସାଧାରଣ ଲୋକ ଓ ଜିଲ୍ଲା ପ୍ରଶାସନିକ ଅଧିକାରଙ୍କ ସହ ଆଲୋଚନା କରିବେ । ଏହାପରେ ୨ ତାରିଖରେ ରାଜ୍ୟ ସରକାରଙ୍କ ଅଧିକାରୀମାନଙ୍କ ସହ ଏହି ଟିମ୍ ର ସଦସ୍ୟମାନେ ସଚିବାଳୟ ଠାରେ ଆଲୋଚନା କରିବେ । ଆବଶ୍ୟକ ହେଲେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଆଲୋଚନା କରିପାରନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ