Connect with us

ଦେଶ

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ସାରା ଦେଶରେ ପାଳିତ ହେଉଛି ।

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ସାରା ଦେଶରେ ପାଳିତ ହେଉଛି ।

ପୁରୀ/ଭୁବନେଶ୍ୱର : ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ସାରା ଦେଶରେ ପାଳିତ ହେଉଛି । ଏ ନେଇ ଗାଁରୁ ସହର ପର୍ଯ୍ୟନ୍ତ ଉତ୍ସବ ମୁଖର ହୋଇ ଉଠିଛି ସାରା ଭାରତ ବର୍ଷ । ମନ୍ଦିର ଗୁଡ଼ିକ ଆଲୋକମାଳାରେ ସଜାଇ ଦିଆ ହୋଇଛି। ଜନ୍ମାଷ୍ଟମୀ ପାଇଁ ଶ୍ରୀକ୍ଷେତ୍ର ପୁରୀରେ ବ୍ୟାପକ ପ୍ରସ୍ତୁତି ଚାଲିଥିବା ବେଳେ ଭୁବନେଶ୍ୱର ସ୍ଥିତ ଶ୍ରୀ ରାମ ମନ୍ଦିର ଓ ଇସ୍କନ ମନ୍ଦିର ଗୁଡିକ ସୁସଜିତ ହୋଇ ଭକ୍ତଙ୍କ ଅପେକ୍ଷାରେ ଅଛନ୍ତି l

ଶ୍ରୀକ୍ଷେତ୍ର ପୁରୀରେ ବର୍ଷର ବିଭିନ୍ନ ସମୟରେ ହର୍ଷୋଲ୍ଲାସ ସହିତ ବିଭିନ୍ନ ପର୍ବପର୍ବାଣୀ ପାଳନ କରାଯାଇଥାଏ । ଆସନ୍ତା ୨ ତାରିଖରେ ଶ୍ରୀକୃଷ୍ଣଙ୍କ ଜନ୍ମ । ବୈଷ୍ଣବ ଧର୍ମର ଚାରିଟି ଧାମ ମଧ୍ୟରୁ ପୁରୀ ଅନ୍ୟତମ ହୋଇଥିବାରୁ ଏଠାରେ ଶ୍ରୀକୃଷ୍ଣ ଜନ୍ମ ମହତ୍ୱ ରଖିଥାଏ। ତେଣୁ ଜନ୍ମାଷ୍ଟମୀକୁ ହସଖୁସିର ସହିତ ପାଳନ କରାଯାଇଥାଏ। ଏଠାରେ ଶ୍ରୀଜଗନ୍ନାଥ ମନ୍ଦିର ସମେତ ବହୁ ମଠ ଓ ମନ୍ଦିର ଥିବାରୁ ଜନ୍ମାଷ୍ଟମୀର ମହତ୍ୱ ଅଧିକ।
ଶ୍ରୀମନ୍ଦିରରେ ଆରମ୍ଭ ହେବ ଜନ୍ମ ଲୀଳା ଓ ଏହି ଲୀଳା କଂସ ବଧରେ ସମାପ୍ତ ହେବ l ମହାପ୍ରଭୁଙ୍କ ଠାରେ ଜେଉଡ଼ ଭୋଗ ଲାଗିଛି । ଜ଼ଉଡ ଏକ ଖଟା ଫଳ। ଏହି ଫଳକୁ ତରକାରୀ କରି ମହାପ୍ରଭୁଙ୍କୁ ଲାଗି କରାଯାଇଛି । ସନ୍ଧ୍ୟା ସାଢ଼େ ୫ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ରତ୍ନସିଂହାସନରେ ବିରାଜିତ ଦାରୁବିଗ୍ରହଙ୍କ ବିଭିନ୍ନ ବେଶ ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ସାଧାରଣ ଦର୍ଶନ ବନ୍ଦ ରଖାଯାଇଛି।
ଆସନ୍ତା ୫ ତାରିଖରେ ରତ୍ନସିଂହାସନରେ ଠାକୁରଙ୍କ ବଣଭୋଜି ବେଶ ହେବ । ଏହାସହିତ ଶ୍ରୀମନ୍ଦିରରେ କୋଳି ବିକା ନୀତି, ବକାସୁର ଓ ଅର୍ଘାସୁର ବଧ ପ୍ରକ୍ରିୟା ପ୍ରଥା କାର୍ଯ୍ୟକାରୀ ହେବ । ୬ରେ ମହାପ୍ରଭୁଙ୍କ କାଳୀୟଦଳନ ବେଶ ଅନୁଷ୍ଠିତ ହେବ। ଏଥିସହ ଧେନୁକାସୁର ବଧ ପ୍ରକ୍ରିୟା ପ୍ରଥା କାର୍ଯ୍ୟକାରୀ ହେବ। ୭ରେ ଠାକୁରଙ୍କ ପ୍ରଳମ୍ବାସୁର ବଧ ବେଶ ଏବଂ ୮ ତାରିଖରେ ଦାରୁବିଗ୍ରହଙ୍କ କୃଷ୍ଣବଳରାମ ବେଶ ଅନୁଷ୍ଠିତ ହେବ। ଏଥିସହ ଶ୍ରୀମନ୍ଦିରରେ କୃଷ୍ଣ ଲୀଳାରେ ୯ ତାରିଖରେ ବସ୍ତ୍ରହରଣ ଲୀଳା, ୧୦ରେ ଦାବାଗ୍ନି ଲୀଳା, ୧୧ରେ ନିକୁଞ୍ଜ ଲୀଳା, ୧୨ରେ ଅନ୍ଧ ଲୀଳା, ୧୪ରେ ଦାହ ଲୀଳା, ୧୫ରେ ବିମ୍ବାସୁର ବଧ, ୧୬ରେ କେକେଶୀ ବଧ ଓ ୧୯ ତାରିଖରେ କଂସ ବଧ ଲୀଳା କାର୍ଯ୍ୟ ସୂଚୀରେ ରହିଛି।

Click to comment

Leave a Reply

Your email address will not be published. Required fields are marked *

More in ଦେଶ