Connect with us

ଦେଶ

ମୁକ୍ତ ହେଲେ ପୋଲିସ କର୍ମୀଙ୍କ ପରିଜନ l

ମୁକ୍ତ ହେଲେ ପୋଲିସ କର୍ମୀଙ୍କ ପରିଜନ l

ମୁକ୍ତ ହେଲେ ପୋଲିସ କର୍ମୀଙ୍କ ପରିଜନ
ଶ୍ରୀନଗର,୩୧ା୮ : ଜାମ୍ମୁ-କାଶ୍ମୀରରେ ଗତ ଦୁଇଦିନରେ ଆତଙ୍କବାଦୀଙ୍କ ଦ୍ୱାରା ଅପହରଣ ହୋଇଥିବା ପୋଲିସକର୍ମୀ ପରିବାରଙ୍କ ୧୦ଜଣ ପରିଜନଙ୍କୁ ଆତଙ୍କବାଦୀମାନେ ଛାଡି ଦେଇଛନ୍ତି । ଅନ୍ୟପଟେ ଆତଙ୍କୀ ସଂଗଠନ ହିଜବୁଲ ମୁଜାହିଦ୍ଦୀନ୍ ମଧ୍ୟ ପ୍ରତି ବଦଳରେ ତାଙ୍କ ସମ୍ପର୍କୀୟଙ୍କୁ ଛାଡିଦେବାକୁ ଦାବି କରିଛି । ସମସ୍ତ ଅପହୃତାଙ୍କୁ ଆତଙ୍କବାଦୀମାନେ ମୁକ୍ତ କରିଥିବା ଜଣାପଡିଛି ।

ଅନ୍ୟପଟେ ଜାରି ଅଡିଓ ଟେପରେ ହିଜବୁଲ ଆତଙ୍କୀ ରିୟାଜ ନାୟକୁ ସମସ୍ତ ବନ୍ଧକଙ୍କୁ ମୁକ୍ତ କରୁଥିବା କଥା ଜଣାପଡିଛି । ମାତ୍ର ଅଡିଓ ଟେପ୍ ଜରିଆରେ ସେ ଧମକ ଦେଇ କହୁଛି ଯେ, ଯଦି ଆଗାମୀ ୩ଦିନର ସେମାନଙ୍କର ସମ୍ପର୍କୀୟଙ୍କୁ ମୁକ୍ତ କରାନଯାଏ ତେବେ ପରିଣାମ ଭୋଗିବାକୁ ପ୍ରସ୍ତୁତ ରୁହନ୍ତୁ । ଏହାପୂର୍ବରୁ ଆଜି ସଂଧ୍ୟା ପ୍ରାୟ ୫ଟା ୧୦ ମିନିଟରେ ୧୦ ବନ୍ଧକ ମଧ୍ୟରୁ ୩ ଜଣଙ୍କୁ ମୁକ୍ତ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ମୁକ୍ତ ହୋଇଥିବା ୩ଜଣଙ୍କ ମଧ୍ୟରୁ କୁଲଗାମର ଡେପୁଟୀ ଏସପିଙ୍କ ଭାଇ ମଧ୍ୟ ସାମିଲ ଅଛନ୍ତି । ଦକ୍ଷିଣ କାଶ୍ମୀର ଅଞ୍ଚଳରୁ ୫ଜଣ ପୋଲିସ ଅଧିକାରୀଙ୍କ ପରିବାରର ୧୦ଜଣ ସଦସ୍ୟଙ୍କୁ ଆତଙ୍କବାଦୀମାନେ ଅପହରଣ କରି ନେଇଥିଲେ । ପୁଲ୍ୱାମା, ଅନନ୍ତନାଗ ଓ କୁଲ୍ଗାମ ଜିଲ୍ଲାରୁ ଏକ ସଙ୍ଗରେ ଆତଙ୍କବାଦୀମାନେ ଏହି ଅଭିଯାନ ଆରମ୍ଭ କରିଥିଲେ । ଅପହୃତ ସଦସ୍ରଙ୍କ ମଧ୍ୟରେ ଦୁଇଜଣ ପୋଲିସ ବିଭାଗରେ କାମ କରୁଥିବା ଜଣାପଡିଛି ।

ଗୁରୁବାର ସଂଧ୍ୟାରେ ପୁଲ୍ୱାମା ଜିଲ୍ଲାରୁ ଜଣେ ପୋଲିସ କର୍ମଚାରୀଙ୍କୁ ଆତଙ୍କବାଦୀମାନେ ଅପହରଣ କରି ନେଇ କିଛି ସମୟ ପରେ ଛାଡି ଦେଇଥିଲେ । ଏହାପରେ ପରେ ୫ ପୋଲିସ ଅଧିକାରୀଙ୍କ ପରିବାର ସଦସ୍ୟଙ୍କୁ ଅପହରଣ କରାଯାଇଥିଲା । ଏହାପୂର୍ବରୁ ଟ୍ରାଲ୍ ଅଞ୍ଚଳରେ ଜଣେ ପୋଲିସ ଅଧିକାରୀଙ୍କ ପୁଅକୁ ଆତଙ୍କବାଦୀମାନେ ଅପହରଣ କରି ନେଇଛନ୍ତି । ଅପରପକ୍ଷରେ ଆତଙ୍କବାଦୀମାନେ ପ୍ରତିଶୋଧ ନେବା ପାଇଁ ଏଭଳି କରିଥିବା କୁହାଯାଉଛି । ସୁରକ୍ଷାକର୍ମୀମାନେ ଆତଙ୍କବାଦୀଙ୍କୁ ହତ୍ୟା କରିବା ସହିତ ସେମାନେ ରହୁଥିବା ଘରଗୁଡିକ ପୋଡି ଦେଇଥିବା ଏବଂ ଆତଙ୍କବାଦୀଙ୍କ ପରିବାର ସଦସ୍ୟଙ୍କୁ ଅପହରଣ କରି ନେଇଥିବା ଅଭିଯୋଗ ଆସିଥିଲା ।

ସୁରକ୍ଷାକର୍ମୀଙ୍କ କାର୍ଯ୍ୟରେ ପ୍ରତିବାଦ କରି ଲୋକମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତେଣୁ ଆତଙ୍କବାଦୀମାନେ ପ୍ରତିଶୋଧ ପରାୟଣ ହୋଇ ପୋଲିସ ଅଧିକାରୀଙ୍କ ପରିବାର ସଦସ୍ୟଙ୍କୁ ଅପହରଣ କରି ନେଇଥିବା କୁହାଯାଉଛି । ପ୍ରାୟ ୨୮ ବର୍ଷ ପରେ ଜାମ୍ମୁ-କାଶ୍ମୀରରେ ଏଭଳି ଘଟଣା ଘଟିଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ