Connect with us

ଅପରାଧ

ଶିକାର ବେଳେ ଆଘାତ ପାଇଥିଲା ମହାବୀର

ସାଙ୍କେତିକ ଚିତ୍ର

ମହାବଳ ମହାବୀରର ଏନ୍‌ଟିସିଏ-ଡବ୍ଲୁଆଇଆଇ ରିପୋର୍ଟ : ଶିକାର ବେଳେ ଆଘାତ ପାଇଥିଲା ମହାବୀର

ଅନୁଗୁଳ: ସାତକୋଶିଆ ଅଭୟାରଣ୍ୟରେ ଚଳପ୍ରଚଳ କରୁଥିବା ମହାବଳ ବାଘ ମହାବୀରର ମୃତ୍ୟୁ ନେଇ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଏହି ତଥ୍ୟ ବାଘର ବ୍ୟବଚ୍ଛେଦ ରିପୋର୍ଟର ସମ୍ପୂର୍ଣ ବିପରୀତ । ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନ୍‌ଟିସିଏ) ଓ ଓ୍ଵାଇଲ୍ଡ ଲାଇଫ୍‌ ଇନଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ (ଡବ୍ଲୁଆଇଆଇ) ପକ୍ଷରୁ ବାଘ ମୃତ୍ୟୁ ନେଇ ହୋଇଥିବା ତଦନ୍ତ ପରେ ମହାବୀରର ମୃତ୍ୟୁ କାରଣ ଅନ୍ୟ କୌଣସି ପଶୁର ଶିକାର ବେଳେ ହୋଇଥିବା ଆଘାତ ବୋଲି ଜଣାପଡ଼ିଛି । ଶିକାର ବେଳେ ଟାର୍ଗେଟ ଭିତରକୁ ମହାବଳ ଆସିଥିବା କୁହାଯାଇଛି। ପରୋକ୍ଷରେ ଏହା ଶିକାର କାରଣରୁହିଁ ମହାବଳର ମୃତ୍ୟୁ ହୋଇଥିବା କୁହାଯାଇଛି ।
ମହାବଳର ମୃତ୍ୟୁ ପରେ ଏନ୍‌ଟିସିଏ ଓ ଡବ୍ଲୁଆଇଆଇର ସ୍ୱତନ୍ତ୍ର ଟିମ୍‌ ଘଟଣା ସ୍ଥଳକୁ ଆସି ତଦନ୍ତ କରିଥିଲେ । ଏନ୍‌ଟିସିଏର ଆଇଜି ଅମିତ ମଲିକ ଓ ଡବ୍ଲୁଆଇଆଇର ଡିଆର୍‌ ରମେଶ ପୁଙ୍ଖାନୁପୁଙ୍ଖ ତଦନ୍ତ କରିଥିଲେ । ଆଉ ତଦନ୍ତ ପରେ ଏନ୍‌ଟିସିଏ ଏଡିଜିଙ୍କୁ ରିପୋର୍ଟ ଦେଇଛନ୍ତି । ସେମାନଙ୍କ ରିପୋର୍ଟରେ ଶିକାରୀର ଶିକାର ଉଦ୍ୟମରୁ ମହାବୀରର ମୃତ୍ୟୁ ହୋଇଥିବା ଦର୍ଶା ଯାଇଛି । ତେବେ ପୋଷ୍ଟମର୍ଟମ ରିପୋର୍ଟରୁ ମଲଟିପୁଲ ଅର୍ଗାନ୍‌ ଫେଲୁଏର ଯୋଗୁଁ ମହାବଳ ମହାବୀର ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା । ବେକରେ ଥିବା ଆଘାତ ଅଧିକ ସଂକ୍ରମିତ ହେବାରୁ ଅର୍ଗାନ୍‌ ଫେଲୁଏର ହୋଇଥିବା ବନ ବିଭାଗ ତରଫରୁ କୁହାଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ