Connect with us

ଅପରାଧ

ଭୁବନେଶ୍ୱରେ ଦେହ ବେପାର :- ୩ ଯୁବତୀ ଉଦ୍ଧାର

ସାଙ୍କେତିକ ଚିତ୍ର

ଭୁବନେଶ୍ୱରେ ଦେହ ବେପାର, ପୁଣି କିଙ୍ଗ୍‌ପିନ୍‌ ସମେତ ୩ ଗିରଫ, ୩ ଯୁବତୀ ଉଦ୍ଧାର

ଖଣ୍ଡଗିରି :- ଜନଗହଳି ଅଂଚଳର ଆପାର୍ଟମେଣ୍ଟ ଭିତରେ ଚାଲିଥିଲା ଦେହ ବେପାର । ଏଥର ମାର୍କେଟିଂ ଏଜେନ୍ସି ଅଫିସ ନାଁରେ ଚାଲିଥିଲା ଏହି ସେକ୍ସ‌ ବେପାର । ନୂଆଗାଁ(ଖଣ୍ଡଗିରି) ସ୍ଥିତ ଏହି ଆପାର୍ଟମେଣ୍ଟର ତୃତୀୟ ମହଲା ସି-୨ରେ ସେକ୍ସ ରାକେଟ୍‌ ଚାଲିଛି ବୋଲି କ୍ୟୁଏଟି ଟିମ୍‌ ସନ୍ଧାନ ପାଇବା ପରେ ଖଣ୍ଡଗିରି ଥାନା ପୁଲିସ ସହଯୋଗରେ ଏଠାରେ ଚଢ଼ଉ କରି ଏହି ସେକ୍ସ ରାକେଟ୍‌ର ପର୍ଦାଫାଶ କରିଛି ।

ପୁଲିସ ଜଣେ ଗ୍ରାହକ ଉମାଶଙ୍କରଙ୍କ ସହ କିଙ୍ଗ୍‌ପିନ୍ କେଶବ ସାହୁ ଓ କେୟାର୍ ଟେକର ସନ୍ତୋଷ ସାହୁକୁ ଗିରଫ କରିଛି । ଉଦ୍ଧାର ହୋଇଥିବା ୩ ଦେହଜୀବୀଙ୍କ ମଧ୍ୟରୁ ୨ ଜଣ ବଙ୍ଗୀୟ ଯୁବତୀ ହୋଇଥିବାବେଳେ ଅନ୍ୟ ଜଣକ ବଲାଙ୍ଗୀର ଅଞ୍ଚଳର ବୋଲି ପୁଲିସ ସୂଚନା ଦେଇଛି । ଉକ୍ତ ଘରୁ ପୁଲିସ ପ୍ରଚୁର ପରିମାଣର ଆପତ୍ତିଜନକ ସାମଗ୍ରୀ ସହିତ ନଗଦ ୨ ହଜାର ଟଙ୍କା ମଧ୍ୟ ଜବତ କରିଛି । ସେଠାରୁ କେଶବର ଅଲ୍‌ଟୋ କାର୍(ଓଆର୍୦୨ଏଏସ-୨୭୮୮), ଗୋଟିଏ ବୁଲେଟ୍‌ (ଓଡି୩୩ୟୁ-୩୪୭୮) ଓ ଦୁଇଟି ସ୍କୁଟି (ଓଡି୩୩ଏନ୍‌-୪୯୩୮, ଏମ୍‌ଏଚ୍‌୧୨ଡିକେ-୬୪୬୭) ଜବତ କରାଯାଇଛି ।

ପୋଲିସ ତଥା ସ୍ଥାନୀୟ ସୂଚନା ଅନୁସାରେ କେଶବ ହେଉଛି ଏହି କାରବାରର କିଙ୍ଗ୍‌ପିନ୍ । ତା ସହ‌ ବହୁ ଦେହଜୀବୀ ଯୋଗାଯୋଗରେ ଥାନ୍ତି । ତେବେ ତା’ର ବେପାର ତରିକା ଅନ୍ୟମାନଂକ ଠାରୁ ଭିନ୍ନ ଥିଲା । କିଙ୍ଗ୍‌ପିନ୍ କେଶବ ସାହୁ ନିଛାଟିଆ ଅଂଚଳରେ କେବେବି ଘର ନେଉନଥିଲା । ସେ ଜନଗହଳିପୂର୍ଣ ଅଂଚଳରେ ଆପାର୍ଟମେଣ୍ଟ ବାଛି ମାର୍କେଟିଂ ଏଜେନ୍‌ସି ନାଁରେ ରୁମ୍‌ ଭଡ଼ାକୁ ନେଇଥାଏ ଓ ଭଡ଼ାରେ ଆସୁଥିବା ଯୁବତୀମାନଙ୍କୁ ମାର୍କେଟିଂ ପିଲା ବୋଲି ପରିଚୟ ଦେଉଥାଏ । ସେ ସବୁବେଳେ ଯଥା ସମ୍ଭବ ଗ୍ରାହକମାନଙ୍କର ଭିଡ଼ହେବାକୁ ଦେଉନଥିଲା । ଏଥିପାଇଁ ସେ ବହୁ ସମୟରେ କାର୍ ଯୋଗେ ଯୁବତୀମାନଙ୍କୁ ନେଇ ବାହାରେ ଗ୍ରାହକମାନଙ୍କ ନିକଟରେ ପେଶ କରିଥାଏ ।

ସେ କୌଣସି ଗୋଟିଏ ସ୍ଥାନରେ ବହୁ ଦିନ ଧରି ଦେହ ବ୍ୟବସାୟ କରେନାହିଁ । ଯାଯାବର ଭଳି ସେ ସ୍ଥାନ ବଦଳାଉଥାଏ । ଏହି କାରଣ ଯୋଗୁଁ କେହି ତା କାରବାରକୁ ନେଇ ସନ୍ଦେହ କରିବାକୁ ସୁଯୋଗ ପାଇନଥାନ୍ତି । ତେଣୁ ସେ ରାଜଧାନୀରେ ବହୁ ଦିନ ହେଲା ଏହି ବେପାର ଚଳାଇ ଆସୁଥିଲେ ମଧ୍ୟ କେବେ ବି ପୁଲିସ ହାବୁଡ଼ରେ ପଡ଼ି ନଥିଲା ।

ଏହି ଆପାର୍ଟମେଣ୍ଟରେ ରହୁଥିବା ଲୋକମାନେ କେଶବର କାରବାର ଉପରେ ସନ୍ଦେହ କରି କମିସନରେଟ୍‌ ପୁଲିସର ସହଯୋଗ ନେଇଥିଲେ । କେଶବର କାରବାରକୁ ନେଇ ଅଧିକ ଖୋଳତାଡ଼ କ୍ୟୁଏଟି ଟିମ୍‌ କରୁଛି । ଆଜି ମେଡିକାଲ ଯାଞ୍ଚ ହୋଇ ନପାରିବାରୁ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇପାରି ନାହିଁ । ଯୁବତୀମାନଙ୍କୁ ଏକ ସର୍ଟ ଷ୍ଟେ ହୋମ୍‌କୁ ପଠାଯାଇଥିବା ବେଳେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ସୂଚନା ଦେଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ