Connect with us

ଓଡିଶା

ଶ୍ରୀକାନ୍ତଙ୍କ ବିଦ୍ରୋହ ତେଜିଲା

ସାଙ୍କେତିକ ଚିତ୍ର

ଶ୍ରୀକାନ୍ତଙ୍କ ବିଦ୍ରୋହ ତେଜିଲା : “ନିଷ୍ପତି ନେବାରେ ଏତେ ଡେରି କାହିଁକି ହେଲା ”
ଭୁବନେଶ୍ୱର :- ଓଡିଶା କଂଗ୍ରେସ ଇସ୍ତାହାର କମିଟିରୁ ହଟିବା ପରେ ଶ୍ରୀକାନ୍ତ ଜେନା ଏକ ସାମ୍ବାଦିକ ସମ୍ମିଳନୀ ଡାକି କହିଛନ୍ତି ଯେ, ପୂର୍ବରୁ ଇସ୍ତାହାର ରେ ଥିବା ମୁଖବନ୍ଧରେ ୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇ ପ୍ରଭାରୀ ଜିତେନ୍ଦ୍ର ସିଂଙ୍କୁ ଗତ ମେ ୧ରେ ଚିଠି ଲେଖିଥିଲି ଯେ, ଯଦି ଉକ୍ତ ପ୍ରସ୍ତାବ ପସନ୍ଦ ନ ଆସେ ତେବେ ତାଙ୍କୁ କମିଟିରୁ ବାଦ୍‌ ଦେବା ପାଇଁ ଅନୁରୋଧ କରିଥିଲି । କିନ୍ତୁ ସେ ସମୟରେ ତାଙ୍କୁ ବିଦା ନ କରି ବର୍ତ୍ତମାନ କରିବାର ମାନେ କ’ଣ ବୋଲି ଶ୍ରୀକାନ୍ତ ପ୍ରଶ୍ନ କରିଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ଶ୍ରୀକାନ୍ତ ଜିତେନ୍ଦ୍ର ସିଂଙ୍କୁ ମେଲ୍‌ କରିଥିବା ଚିଠିକୁ ପ୍ରଦର୍ଶନ କରିବା ସହ ଏହାର ଅବିକଳ ନକଲ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ପ୍ରଦାନ କରିଛନ୍ତି । ଆକ୍ରମଣାତ୍ମକ ଢଙ୍ଗରେ ପଟ୍ଟନାୟକ ପରିବାର ଉପରେ ଆକ୍ରମଣ କରି କହିଛନ୍ତି ଯେ, ଓଡ଼ିଶାର ୯୪ ଭାଗ(ଏସ୍‌ସି,ଏସ୍‌ଟି, ଓବିସି ଓ ସଂଖ୍ୟାଲଘୁ)ଙ୍କ ରାଜନୈତିକ ଅଧିକାର ବନାମ ୨ଟି ପରିବାର କଥା ଉଠାଇବା କ’ଣ ବିଶୃଙ୍ଖଳା ଓ ଦଳବିରୋଧୀ କାର୍ଯ୍ୟ ? ଖଣି ଲୁଟେରାଙ୍କ ସମ୍ପତ୍ତି ବାଜ୍ୟାପ୍ତି କରିବା କଥା କ’ଣ ଭୁଲ୍‌ ବୋଲି ଶ୍ରୀକାନ୍ତ ପଚାରିଛନ୍ତି ।

ଅପରପକ୍ଷରେ ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷ ହେମାନନ୍ଦ ବିଶ୍ୱାଳ ପ୍ରକାଶ କରିଛନ୍ତି ଯେ, ବିଶୃଙ୍ଖଳା କାରଣରୁ ଶ୍ରୀକାନ୍ତଙ୍କୁ ବାଦ୍‌ ଦିଆଯାଇଛି । ଭବିଷ୍ୟତରେ କାରଣ ଦର୍ଶାଅ ଠାରୁ ଆରମ୍ଭ କରି ନିଲମ୍ବନ ପର୍ଯ୍ୟନ୍ତ କଥା ଉଠିବ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ଦଳରେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ । ତାଙ୍କ ନାଁରେ କୌଣସି ଖଣି ନାହିଁ । କାହା ନାଁରେ କ’ଣ ଅଛି, ଭବିଷ୍ୟତରେ ଜଣାପଡିବ ବୋଲି ନିରଞ୍ଜନ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା