Connect with us

ଦେଶ

ଶହାବୁଦ୍ଦିନଙ୍କ ମାମଲା ଖାରଜ : ଆଜୀବନ କାରାଦଣ୍ଡ କାଏମ୍

ସାଙ୍କେତିକ ଚିତ୍ର

ଶହାବୁଦ୍ଦିନଙ୍କ ମାମଲା ଖାରଜ : ଆଜୀବନ କାରାଦଣ୍ଡ କାଏମ୍
ନୂଆଦିଲ୍ଲୀ,୩୦ା୧୦ : ବିହାରର ବାହୁବଳୀ ନେତା ମହମ୍ମଦ ଶହାବୁଦ୍ଦିନଙ୍କ ମାମଲାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛି । ସିବାନରେ ଦୁଇ ଭାଇଙ୍କୁ ହତ୍ୟା ମାମଲାରେ ତାଙ୍କୁ ହୋଇଥିବା ଆଜୀବନ କାରାଦଣ୍ଡ ଦଣ୍ଡାଦେଶକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି । ପାଟନା ଉଚ୍ଚ ନ୍ୟାୟାଳୟ ଏହି ମାମଲାରେ ଶହାବୁଦ୍ଦିନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ଏହି ରାୟକୁ ଚ୍ୟାଲେଞ୍ଜ କରି ଶହାବୁଦ୍ଦିନ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୋର୍ଟ ଏହାକୁ ଖାରଜ କରିଦେଇଛନ୍ତି ।

ମଙ୍ଗଳବାର ସୁପ୍ରିମକୋର୍ଟରେ ଉକ୍ତ ମାମଲାର ଶୁଣାଣି ସମୟରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଆବେଦନକାରୀ ଆଇନଜୀବୀଙ୍କୁ ଏକାଧିକ ପ୍ରଶ୍ନ କରିଥିଲେ ଯେଉଁ ପ୍ରଶ୍ନର ଉତ୍ତର ଦେବାରେ ଆବେଦନକାରୀ ଆଇନଜୀବୀ ବିଫଳ ହୋଇଥିଲେ । ପ୍ରଧାନ ବିଚାରପତି ତାଙ୍କ ପ୍ରଶ୍ନରେ ହତ୍ୟାକାଣ୍ଡର ପ୍ରମୁଖ ସାକ୍ଷୀ ତଥା ମୃତ ବ୍ୟକ୍ତିଙ୍କ ତୃତୀୟ ଭାଇ କୋର୍ଟରେ ସାକ୍ଷ୍ୟ ଦେବାକୁ ଯାଉଥିବା ବେଳେ ତାଙ୍କୁ କାହିଁକି ହତ୍ୟା କରାଗଲା । ଏହି ହତ୍ୟାକାଣ୍ଡ ପଛରେ କାହାର ହାତ ଥିଲା । ଏହାର ଉତ୍ତର ଆବେଦନ ପକ୍ଷ ଦେଇ ନପାରିବାରୁ ଉଚ୍ଚ ନ୍ୟାୟାଳୟର ରାୟରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟରେ ଗଠିତ ଖଣ୍ଡପୀଠ ମନା କରିଦେଇଛନ୍ତି । ଏଭଳି ଆବେଦନରେ ତଥ୍ୟଗତ ପ୍ରମାଣର ଅଭାବ ହେତୁ ଉଚ୍ଚ ନ୍ୟାୟାଳୟର ରାୟରେ ହସ୍ତକ୍ଷେପ କରାଯିବ ନାହିଁ ବୋଲି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ସ୍ପଷ୍ଟ କରିଛନ୍ତି ।

୨୦୦୪ରେ ବିହାରରର ସିବାନରେ ସତୀଶ ଓ ଗିରିଶଙ୍କୁ ଏସିଡ୍ ଫିଙ୍ଗି ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡରେ ନିମ୍ନ କୋର୍ଟ ୯ ଡିସେମ୍ବର ୨୦୧୫ରେ ଶହାବୁଦ୍ଦିନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ଶହାବୁଦ୍ଦିନ ଏହି ମାମଲାରେ ପାଟନା ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ତ ହୋଇଥିଲେ । ତେବେ ପାଟନା ଉଚ୍ଚ ନ୍ୟାୟାଳୟ ଆଜୀବନ ଦଣ୍ଡାଦେଶ କାଏମ ରଖିଥିଲେ । ୬ ଜୁନ୍ ୨୦୧୪ରେ ଏହି ମାମଲାର ସାକ୍ଷୀ ତଥା ମୃତକଙ୍କ ତୃତୀୟ ଭାଇ ରାଜୀବ ରୋଶନଙ୍କୁ ଗୁଳିମାରି ହତ୍ୟା କରାଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ