Connect with us

ଦେଶ

ପ୍ରଦୂଷଣ ଜନିତ ଶିଶୁ ମୃତ୍ୟୁସଂଖ୍ୟା ଭାରତରେ ସର୍ବାଧିକ

ସାଙ୍କେତିକ ଚିତ୍ର

ପ୍ରଦୂଷଣ ଜନିତ ଶିଶୁ ମୃତ୍ୟୁସଂଖ୍ୟା ଭାରତରେ ସର୍ବାଧିକ
ନୂଆଦିଲ୍ଲୀ :- ପ୍ରଦୂଷଣରେ ଭାରତରେ ୨୦୧୬ରେ ୧,୧୦,୦୦୦ ହଜାର ଶିଶୁଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରୁ ୫ବର୍ଷରୁ କମ୍ ଶିଶୁଙ୍କ ସଂଖ୍ୟା ୬୦,୯୮୭ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟରେ ଏହା ପ୍ରକାଶ ପାଇଛି । ପ୍ରଦୂଷଣରେ ଶିଶୁ ମୃତ୍ୟୁ ତାଲିକାରେ ଭାରତ ପ୍ରଥମ ସ୍ଥାନରେ ରହିଛି । “ବାୟୁ ପ୍ରଦୂଷଣ ଓ ଶିଶୁ ସ୍ୱାସ୍ଥ୍ୟ : ସ୍ୱଚ୍ଛ ବାୟୁର ଆବଶ୍ୟକତା’ ଶୀର୍ଷକ ଏହି ରିପୋର୍ଟ ଅନୁଯାୟୀ, ହାରାହାରି ୬୦,୯୮୭ ଭାରତୀୟ ଶିଶୁ ପ୍ରତିବର୍ଷ ପ୍ରଦୂଷଣରେ ପ୍ରାଣ ହରାଉଛନ୍ତି ।

ଭାରତ ପଛକୁ ନାଇଜେରିଆ ଓ ପାକିସ୍ତାନ ରହିଛନ୍ତି । ଏହି ଦୁଇଦେଶର ପ୍ରଦୂଷଣ ଜନିତ ଶିଶୁ ମୃତ୍ୟୁ ସଂଖ୍ୟା ୪୭,୬୭୪ ଓ ୨୧,୧୩୬ । ଭାରତରରେ ପ୍ରଦୂଷଣ ଜନିତ ମୃୁତ୍ୟରେ ବାଳିକାଙ୍କ ସଂଖ୍ୟା ବାଳକଙ୍କ ତୁଳନାରେ ଅଧିକ ରହିଛି । ଭାରତରେ ପ୍ରଦୂଷଣ ଜନିତ ଶିଶୁ ମୃତ୍ୟୁ ପରିମାଣ ସମଗ୍ର ବିଶ୍ୱରେ ପ୍ରଦୂଷଣ ଜନିତ ମୃତ୍ୟୁ ସଂଖ୍ୟାରେ ୨୫% । ବିଶ୍ୱରେ ପ୍ରତିଦିନ ୧୫ ବର୍ଷରୁ କମ୍ ବୟସର ୯୩% ଶିଶୁ ପ୍ରଦୂଷିତ ବାୟୁ ପ୍ରଶ୍ୱାସରେ ନେଉଛନ୍ତି । ୨୦୧୬ରେ ବିଶ୍ୱର ୬ଲକ୍ଷ ଶିଶୁ ବାୟୁ ପ୍ରଦୂଷଣ ଓ ଫୁସ୍ଫୁସ୍ ଜନିତ ସଂକ୍ରମଣ ଯୋଗୁଁ ମୃତ୍ୟୁବରଣ କରିଛନ୍ତି । ନିମ୍ନ ଓ ନିମ୍ନ ମଧ୍ୟବିତ୍ତ ବର୍ଗର ଲୋକ ବସବାସ କରୁଥିବା ଦେଶରେ ଏହି ସ୍ଥିତି ଉଦ୍ବେଗଜନକ ।

ବିଶେଷକରି ଗର୍ଭବତୀମାନେ ପ୍ରଦୂଷିତ ବାୟୁ ପ୍ରଶ୍ୱାସରେ ନେଉଥିବାରୁ ଏହାର ପ୍ରତିକୂଳ ପ୍ରଭାବ ଗର୍ଭସ୍ଥ ଶିଶୁର ମସ୍ତିଷ୍କ ଓ ପୌଷ୍ଟିକତାକୁ ପ୍ରଭାବିତ କରୁଥିବା ରିପୋର୍ଟରେ ଉଲ୍ଲେଖ ରହିଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ