Connect with us

ଓଡିଶା

ଶପଥ ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ସାଙ୍କେତିକ

ଶପଥ ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
– ୧୧ କ୍ୟାବିନେଟ୍ , ୯ ରାଷ୍ଟ୍ରମନ୍ତ୍ରୀ ନେଲେ ଶପଥ
ଭୁବନେଶ୍ୱର, ୨୯ ମଇ – ମୁଖ୍ୟମନ୍ତ୍ରୀ ଭାବେ ପଂଚମ ଥର ପାଇଁ ଶପଥ ଗ୍ରହଣ କରିଛନ୍ତି ନବୀନ ପଟ୍ଟନାୟକ । ଏହା ବ୍ୟତୀତ ମନ୍ତ୍ରୀ ପରିଷଦର ୨୦ ଜଣ କ୍ୟାବିନେଟ୍ ଓ ରାଷ୍ଟ୍ରମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ।
ବୁଧବାର ପୂର୍ବାହ୍ନରେ ଭୁବନେଶ୍ୱର ଖାରବେଳ ନଗର ସ୍ଥିତ ଇଡକୋ ପ୍ରଦର୍ଶନୀ ପଡିଆ ଠାରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ପରିଷଦର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ପୂର୍ବାହ୍ନ ୧୦ଟା ୪୫ ରୁ ଶପଥ ପାଠ ଉତ୍ସବ ଆରମ୍ଭ ହୋଇ ୧୧ ଟା ୪୨ ପର୍ଯ୍ୟନ୍ତ ଚାଲିଥିଲା । ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସମେତ ୧୧ ଜଣ କ୍ୟାବିନେଟ୍ ଓ ୯ ଜଣ ରାଷ୍ଟ୍ର ମନ୍ତ୍ରୀ ଶପଥ ଗ୍ରହଣ କରିଥିଲେ । ୧୧ ଜଣ କ୍ୟାବିନେଟ୍ ମନ୍ତ୍ରୀ ହେଲେ ପ୍ରଫୁଲ୍ଲ ମଲ୍ଲିକ ,ବିକ୍ରମ କେଶରୀ ଆରୁଖ , ନିରଂଜନ ପୂଜାରୀ , ଟୁକୁନି ସାହୁ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ , ଅରୁଣ ସାହୁ , ପ୍ରତାପ ଜେନା , ସୁଦାମ ମାରାଣ୍ଡି , ପଦ୍ମନାଭ ବେହେରା , ସୁଶାନ୍ତ ସିଂହ ଓ ନବ କିଶୋର ଦାସ । ସେହିପରି ରାଷ୍ଟ୍ରମନ୍ତ୍ରୀ ମାନେ ହେଲେ ପଦ୍ମିନୀ ଦିଆନ୍ , ଅଶୋକ ପଣ୍ଡା , ସମୀର ରଂଜନ ଦାସ , ଜ୍ୟୋତି ପ୍ରକାଶ ପାଣିଗ୍ରାହୀ , ଦିବ୍ୟ ଶଙ୍କର ମିଶ୍ର , ପ୍ରେମାନନ୍ଦ ନାୟକ , ରଘୁନନ୍ଦନ ଦାସ , ତୁଷାରକାନ୍ତି ବେହେରା ଓ ଜଗନ୍ନାଥ ସାରକା ।
ମୁଖ୍ୟମନ୍ତ୍ରୀ , ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ପ୍ରେମାନନ୍ଦ ନାୟକ ଇଂରାଜୀରେ ଶପଥ ନେଇଥିବା ବେଳେ ସୁଦାମ ମାରାଣ୍ଡି ନିଜର ମାତୃଭାଷା ଶାନ୍ତାଳିରେ ଶପଥ ପାଠ କରିଥିଲେ । ଅନ୍ୟ ସମସ୍ତେ ଓଡିଆ ଭାଷାରେ ଶପଥ ପାଠ କରାଇଥିଲେ । ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁଯାୟୀ ସମୁଦାୟ ସଭ୍ୟର ୧୫ ପ୍ରତିଶତ ସଦସ୍ୟ ମନ୍ତ୍ରୀ ପରିଷଦରେ ରହିବା କଥା । ସେହି ହିସାବରେ ୨୨ ଜଣ ମନ୍ତ୍ରୀ ରହିବା କଥା । ତେବେ ମୁଖ୍ୟମନ୍ତ୍ରୀ ଗୋଟିଏ ପଦବୀ ଖାଲି ରଖିଛନ୍ତି । ଏହି ପଦବୀ ପରବର୍ତୀ ଅବସ୍ଥାରେ ପୂରଣ କରାଯିବ । ନୂତନ ମନ୍ତ୍ରୀ ମଣ୍ଡଳରେ ୧୦ ଜଣ ନୂଆ ମୁହଁ ସ୍ଥାନ ପାଇଛନ୍ତି । ପ୍ରଥମ ଥର ପାଇଁ ବିଧାୟକ ହୋଇ ମନ୍ତ୍ରୀ ହାଇଥିବା ସଦସ୍ୟମାନେ ହେଲେ ରଘୁନନ୍ଦନ ଦାସ, ତୁଷାରକାନ୍ତି ବେହେରା , ପଦ୍ମିନୀ ଦିଆନ୍ , ରଘୁ ନନ୍ଦନ ଦାସ ଓ ଜଗନ୍ନାଥ ସାରକା । ସେହିପରି ପ୍ରଥମ ଥର ପାଇଁ ମନ୍ତ୍ରୀ ହୋଇଥିବା ବିଧାୟକ ମାନେ ହେଲେ ସମୀର ରଂଜନ ଦାସ, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ , ଦିବ୍ୟ ଶଙ୍କର ମିଶ୍ର , ପ୍ରେମାନନ୍ଦ ନାୟକ ଓ ଟୁକୁନି ସାହୁ । ଚଳିତ ମନ୍ତ୍ରି ମଣ୍ଡଳରେ ୧୩ ଜିଲ୍ଲାର ବିଧାୟକମାନେ ସ୍ଥାନ ପାଇନାହାନ୍ତି । ଶପଥ ପାଠ ପରେ ନବ ନିର୍ବାଚିତ ମନ୍ତ୍ରୀ ମାନେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ସହ ଫଟୋ ଉଠାଇଥିଲେ ।
ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ଭାଇ ପ୍ରେମ ପଟ୍ଟନାୟକ ଓ ଭଉଣୀ ଗୀତା ମେହେଟ୍ଟା ଉପସ୍ଥିତ ଥିଲେ । ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗ , ପୂର୍ବତନ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଙ୍କ ବ୍ୟତୀତ ବହୁ ପୂର୍ବତନ ମନ୍ତ୍ରୀ , ପୂର୍ବତନ ବିଧାୟକ , ସାଂସଦ , ବର୍ତମାନର ବିଧାୟକ ଓ ସାସଂଦ ,ରାଜ୍ୟ ତଥା ଦେଶର ବହୁ ଶିଳ୍ପପତି , ପୁରସ୍କାର ବିଜେତା ଯୋଗ ଦେଇଥିଲେ ।
ଉତ୍ସବରେ ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀ ମନ୍ତ୍ରୀମଣ୍ଡଳ ସଦସ୍ୟମାନଙ୍କର ନାମ ଘୋଷଣା କରିଥିଲେ । ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରତିନିଧି ତଥା ସଦସ୍ୟାମାନଙ୍କ ସମେତ ବହୁ ଯୁବଛାତ୍ର ସାମିଲ ହୋଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା