Connect with us

ଓଡିଶା

ମନ୍ତ୍ରୀଙ୍କୁ ଦାୟିତ୍ୱ ବାଂଟିଲେ ନବୀନ : ନିରଂଜନଙ୍କୁ ଅର୍ଥ , ପ୍ରତାପ ଜେନାଙ୍କୁ ପଂଚାୟତରାଜ ବିଭାଗ ଦାୟିତ୍ୱ

ସାଙ୍କେତିକ

ମନ୍ତ୍ରୀଙ୍କୁ ଦାୟିତ୍ୱ ବାଂଟିଲେ ନବୀନ : ନିରଂଜନଙ୍କୁ ଅର୍ଥ , ପ୍ରତାପ ଜେନାଙ୍କୁ ପଂଚାୟତରାଜ ବିଭାଗ ଦାୟିତ୍ୱ
– ରଣେନ୍ଦ୍ରଙ୍କୁ ଖାଦ୍ୟ ଯୋଗାଣ , ନବଙ୍କୁ ସ୍ୱାସ୍ଥ୍ୟ , ଅରୁଣଙ୍କୁ କୃଷି ସହ ଉଚ୍ଚଶିକ୍ଷା ବିଭାଗର ଦାୟିତ୍ୱ ମିଳିଲା
ଭୁବନେଶ୍ୱର, ୨୯ ମଇ – ବୁଧବାର ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀ ମଣ୍ଡଳର ଶପଥ ଗ୍ରହଣ ଉତ୍ସବ ପରେ ଅପରାହ୍ନରେ ମନ୍ତ୍ରୀ ମାନଙ୍କୁ ଦାୟିତ୍ୱ ବଂଟନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ପାଖରେ ଗୃହ ,ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ଏବଂ ଅନ୍ୟାନ୍ୟ ବିଭାଗ ରଖିଛନ୍ତି । ସେହିପରି ନିରଂଜନ ପୂଜାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଅର୍ଥ ବିଭାଗ ସହିତ ଅବକାରୀ ବିଭାଗ ଦାୟିତ୍ୱ ମିଳିଛି । ପ୍ରଫୁଲ୍ଲ ମଲ୍ଲିକ ପୂର୍ବଥର ଭଳି ଖଣି , ଇସ୍ପାତ ଓ ପୂର୍ତ ବିଭାଗ ଦାୟିତ୍ୱ ତୁଲାଇବା ସହ ଗୃହ ବିଭାଗର ଅତିରିକ୍ତ ଦାୟିତ୍ୱରେ ରହିବେ । ବିକ୍ରମ କେଶରୀ ଆରୁଖ ର୍ପୂଥର ଭଳି ସଂସଦୀୟ ବ୍ୟାପାର ବିଭାଗ ସହ ଜଙ୍ଗଲ ଓ ପରିବେଶ ବିଭାଗ ଦାୟିତ୍ୱରେ ରହିବେ । ପ୍ରତାପ ଜେନାଙ୍କୁ ପଂଚାୟତିରାଜ ଓ ପାନୀୟ ଜଳ , ଆଇନ୍ ,ନଗର ଉନ୍ନୟନ ବିଭାଗ ଦାୟିତ୍ୱ ମିଳିଥିବା ବେଳେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଙ୍କୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଓ ସମବାୟ ,ଅରୁଣ ସାହୁ ଙ୍କୁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପଶୁ ସମ୍ପଦ ଏବଂ ଉଚ୍ଚ ଶିକ୍ଷା ,ସୁଦାମ ମାରାଣ୍ଡିଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଏବଂ ସୁଶାନ୍ତ ସିଂହଙ୍କୁ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ଦାୟିତ୍ୱ ଦିଆଯାଇଛି ।
ସେହିପରି ପ୍ରଥମ ଥର ପାଇଁ ମନ୍ତ୍ରୀ ହୋଇଥିବା ଟୁକୁନି ସାହୁଙ୍କୁ ମହିଳା ଓ ଶିଶୁ କଲ୍ୟାଣ,ନବ କିଶୋର ଦାସ ଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମିଳିଛି ।
ଅପରପକ୍ଷରେ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପାଇଥିବା ପଦ୍ମିନୀ ଦିଆନ୍ ଙ୍କୁ ହସ୍ତ ଓ ବୟନ ଶିଳ୍ପ ବିଭାଗ, ଅଶୋକ ପଣ୍ଡା ଙ୍କୁ ବିଜ୍ଞାନ ଓ କାରିଗରୀ , ସାଧାରଣ ଉଦ୍ୟୋଗ ଏବଂ ସାମାଜିକ ସୁରକ୍ଷା ବିଭାଗ , ସମୀର ରଂଜନ ଦାସଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗ , ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଙ୍କୁ ପର୍ଯ୍ୟଟନ , ଓଡିଆ ଭାଷା ଓ ସଂସ୍କୃତି ବିଭାଗ ,ଦିବ୍ୟ ଶଙ୍କର ମିଶ୍ରଙ୍କୁ ଶକ୍ତି, ଶିଳ୍ପ ଏବଂ ଏମଏସଏମଇ ବିଭାଗ , ପ୍ରେମାନନ୍ଦ ନାୟକଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଦାୟିତ୍ୱ ମିଳିଛି । ସେହିପରି ରଘୁନନ୍ଦନ ଦାସଙ୍କୁ ଜଳ ସମ୍ପଦ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ଦାୟିତ୍ୱ ମିଳିଥିବା ବେଳେ ତୁଷାରକାନ୍ତି ବେହେରାଙ୍କୁ କ୍ରୀଡା ଓ ଯୁବସେବା , ଇଲେକ୍ଟ୍ରୋନିକସ୍ ଓ ଆଇଟି ଏବଂ ଜଗନ୍ନାଥ ସାରକାଙ୍କୁ ଅନୁସୂଚିତ ଜାତି ଓ ଜନଜାତି ବିକାଶ ବିଭାଗର ଦାୟିତ୍ୱ ମିଳିଛି ।
କାହାକୁ କେଉଁ ବିଭାଗ ମିଳିଲା …

କ୍ୟାବିନେଟ୍ ମନ୍ତ୍ରୀ ବିଭାଗ
ନବୀନ ପଟ୍ଟନାୟକ – ଗୃହ , ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ଅନ୍ୟାନ୍ୟ ବିଭାଗ
ପ୍ରଫୁଲ୍ଲ ମଲ୍ଲିକ – ଖଣି ,ଇସ୍ପାତ , ପୂର୍ତ , ଗୃହ (ରାଷ୍ଟ୍ର ପାହ୍ୟା)
ବିକ୍ରମ କେଶରୀ ଆରୁଖ – ସଂସଦୀୟ ବ୍ୟାପାର , ଜଙ୍ଗଲ ଓ ପରିବେଶ
ନିରଂଜନ ପୂଜାରୀ – ଅର୍ଥ ଓ ଅବକାରୀ
ଟୁକୁନି ସାହୁ – ମହିଳା ଓ ଶିଶୁ କଲ୍ୟାଣ
ରଣେନ୍ଦ୍ର ପ୍ରତାପ ସ୍ୱାଇଁ – ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ , ସମବାୟ
ଅରୁଣ ସାହୁ – କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପଶୁ ସମ୍ପଦ , ଉଚ୍ଚ ଶିକ୍ଷା
ପ୍ରତାପ ଜେନା – ପଂଚାୟତିରାଜ ଓ ପାନୀୟ ଜଳ , ଆଇନ୍ ,ନଗର ଉନ୍ନୟନ
ସୁଦାମ ମାରାଣ୍ଡି – ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା
ପଦ୍ମନାଭ ବେହେରା – ବାଣିଜ୍ୟ ଓ ପରିବହନ ,ଯୋଜନା ଓ ସଂଯୋଜନା
ସୁଶାନ୍ତ ସିଂହ – ଶ୍ରମ , ଗ୍ରାମ୍ୟ ଉନ୍ନୟନ
ନବ କିଶୋର ଦାସ – ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ

ରାଷ୍ଟ୍ରମନ୍ତ୍ରୀ ବିଭାଗ
ପଦ୍ମିନୀ ଦିଆନ୍ – ହସ୍ତ ଓ ବୟନ ଶିଳ୍ପ
ଅଶୋକ ପଣ୍ଡା – ବିଜ୍ଞାନ ଓ କାରିଗରୀ , ସାଧାରଣ ଉଦ୍ୟୋଗ,ସାମାଜିକ ସୁରକ୍ଷା
ସମୀର ରଂଜନ ଦାସ – ସ୍କୁଲ ଓ ଗଣଶିକ୍ଷା
ଜ୍ୟୋତି ପ୍ରକାଶ ପାଣିଗ୍ରାହୀ – ପର୍ଯ୍ୟଟନ , ଓଡିଆ ଭାଷା ଓ ସଂସ୍କୃତି
ଦିବ୍ୟ ଶଙ୍କର ମିଶ୍ର – ଶକ୍ତି, ଶିଳ୍ପ, ଏମଏସଏମଇ
ପ୍ରେମାନନ୍ଦ ନାୟକ – ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା
ରଘୁନନ୍ଦନ ଦାସ – ଜଳ ସମ୍ପଦ ,ସୂଚନା ଓ ଲୋକସମ୍ପର୍କ
ତୁଷାରକାନ୍ତି ବେହେରା – କ୍ରୀଡା ଓ ଯୁବସେବା , ଇଲେକ୍ଟ୍ରୋନିକସ୍ ,ଆଇଟି
ଜଗନ୍ନାଥ ସାରକା – ଅନୁସୂଚିତ ଜାତି ଓ ଜନଜାତି ବିକାଶ

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା