Connect with us

ଓଡିଶା

ଆଜି ଶପଥ ନେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ସାଙ୍କେତିକ

ଆଜି ଶପଥ ନେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ନୂଆଦିଲ୍ଲୀ,୨୯ମଇ  – କ୍ରମାଗତ ଦ୍ୱିତୀୟ ଥର ଲାଗି ଦେଶର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଆସନ୍ତାକାଲି ଶପଥ ଗ୍ରହଣ କରିବେ । ଏଥିପାଇଁ ରାଷ୍ଟ୍ରପତି ଭବନରେ ପ୍ରସ୍ତୁତି ଜୋରସୋରରେ ·ଲିଛି । ଶପଥ ଗ୍ରହଣ ସମାରୋହରେ ବହୁ ସଂଖ୍ୟାରେ ଅତିଥିଙ୍କୁ ଆମନ୍ତ୍ରଣ କରାଯାଇଥିବା ଦୃଷ୍ଟିରୁ ରାଷ୍ଟ୍ରପତି ଭବନରେ ସେହି ଅନୁଯାୟୀ ଆୟୋଜନ କରାଯାଇଛି । ଗତ ଥର ପରି ଶପଥ ସମାରୋହ ଫୋରକୋର୍ଟରେ ହେବ । ଫୋରକୋର୍ଟରେ ୫ ହଜାର ଲୋକ ବସିବାର ବ୍ୟବସ୍ଥା ଅଛି, ମାତ୍ର ଅତିଥିଙ୍କ ଲମ୍ବା ତାଲିକାକୁ ଦେଖି ୬୦୦୦ ଲୋକଙ୍କ ପାଇଁ ବ୍ୟବସ୍ଥା କରାଯାଇଛି ।
ଏଥିରେ ଯୋଗ ଦେବା ପାଇଁ ବାଂଲାଦେଶ ରାଷ୍ଟ୍ରପତି ମହମ୍ମଦ ଅବଦୁଲ୍ ହମିଦ୍, ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରୀପାଳ ସିରିସେନା, ମ୍ୟାଁମାର ରାଷ୍ଟ୍ରପତି ୟୁ ୱିନ୍ ମି, ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି, ଭୁଟାନ୍ ପ୍ରଧାନମନ୍ତ୍ରୀ ଡକ୍ଟର ଲୋଟେ ଶେରିଙ୍ଗ୍ ଓ ଥାଇଲ୍ୟାଣ୍ଡର ସ୍ୱତନ୍ତ୍ର ଦୂତ ଗ୍ରୀସାଦା ବୁନ୍ରାଚ୍ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ସମ୍ମତି ପ୍ରଦାନ କରିଛନ୍ତି । ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ୍ କୁମାର ଜଗନ୍ନାଥ ଓ କିରଗିଜ୍ ସାଧାରଣତନ୍ତ୍ର ରାଷ୍ଟ୍ରପତି ସୁରନ୍ୱେ ଜିନ୍ୱେକବ ମଧ୍ୟ ଯୋଗ ଦେବାକୁ ସମ୍ମତି ପ୍ରଦାନ କରିଛନ୍ତି ।
ସମସ୍ତ ସାଂସଦଙ୍କୁ ନିମନ୍ତ୍ରଣ ପୂର୍ବରୁ ମଧ୍ୟ ପଠାଯାଇଛି । ଗତ ଥର ଯେଉଁଠି ଶପଥ ଗ୍ରହଣ ସମାରୋହ ପାଇଁ ଷ୍ଟେଜ୍ ତିଆରି କରାଯାଇଥିଲା, ଏଥର ମଧ୍ୟ ସେଠି ଷ୍ଟେଜ୍ ତିଆରି କରାଯାଇଛି । ଅତିଥିଙ୍କ ପାଇଁ ହାଇ ଟି ବ୍ୟବସ୍ଥା କରାଯାଇଛି । ଏହା ବ୍ୟତୀତ ବିଶିଷ୍ଟ ଅତିଥିଙ୍କ ପାଇଁ ଡିନରର ମଧ୍ୟ ବ୍ୟବସ୍ଥା ହୋଇଛି । ପ୍ରଥମ ଧାଡିରେ ବିଦେଶୀ ଅତିଥିଙ୍କ ସହିତ ଦେଶର ଖାସ୍ ବ୍ୟକ୍ତି ବସିବେ ।
ଗତଥର ଶପଥ ଗ୍ରହଣ ସନ୍ଧ୍ୟା ୬ଟାରେ ଆରମ୍ଭ ହୋଇଥିଲା, ମାତ୍ର ଗରମ କାରଣରୁ ଏଥର ୭ଟାରେ କରିବାକୁ ନିଷ୍ପତି ନିଆଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା