Connect with us

ଓଡିଶା

ଶତାବ୍ଦିର ମହାଦୁର୍ନୀତିି ରାଫେଲ, ଜେପିସିି ତଦନ୍ତ ଦାବି କଲା କଂଗ୍ରେସ l

ଶତାବ୍ଦିର ମହାଦୁର୍ନୀତିି ରାଫେଲ, ଜେପିସିି ତଦନ୍ତ ଦାବି କଲା କଂଗ୍ରେସ l

ଶତାବ୍ଦିର ମହାଦୁର୍ନୀତିି ରାଫେଲ, ଜେପିସିି ତଦନ୍ତ ଦାବି କଲା କଂଗ୍ରେସ
ରାଜ୍ୟର ସମସ୍ତ ଘରେ ପହଞ୍ଚିବ ଦୁର୍ନୀତିର ବାର୍ତ୍ତା : ନିରଞ୍ଜନ
ଜୟପୁର,୨ା୯: ଏହି ଶତାବ୍ଦିର ମହା ଦୁର୍ନୀତି ରାଫେଲ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ଜୟପୁର ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନିରେ କହିଛନ୍ତି । ସମସ୍ତ ଆଇନ କାନୁନକୁ ପଛରେ ପକାଇ ବିମାନ କିଣାରେ ଦୁର୍ନୀତି ହୋଇଛି । ଏହାଦ୍ୱାରା ଦେଶର ୪୨ ହଜାର କୋଟି ଦୁର୍ନୀତି ହୋଇଥିବା ବେଳେ ୧ ଲକ୍ଷ ୨୦ ହଜାର ବେକାରି ଯୁବକ ଯୁବତୀ ଦେଶରେ ଚାକିରି ପାଇବାରୁ ବଂଚିତ ହୋଇଛନ୍ତି । ଗୁରୁପ୍ରିୟା ସେତୁରେ ମଧ୍ୟ ରାଜ୍ୟ ସରକାର ଦୁର୍ନୀତି କରିଛନ୍ତି ।

କେନ୍ଦ୍ରର ଏନଡିଏ ସରକାର ଓ ରାଜ୍ୟର ବିଜେଡି ସରକାର ଏହି ଅଂଚଳର ବିକାଶ ଚାହୁଁ ନାହଁନ୍ତି । ଜେଜେ ବାପା ବିପିଏଲ, ପୁଅ ବିପିଏଲ ଓ ନାତି ବି ବିପିଏଲ । ଏ ହେଉଛି ରାଜ୍ୟ ସରକାରଙ୍କ ବିକାଶ । କୋରାପୁଟ ଜିଲାରେ (ଏଚଏଏଲ) ଥିବା ବେଳେ ଏଠାରେ ୪ ପ୍ରକାର ଇଞ୍ଜିନି ତିଆରି ହୁଏ । ୫୦ ବର୍ଷ ଧରି ବିଶ୍ୱାସନିୟ ହାଲ୍ କୁ ଏହି ଚୁକ୍ତିନାମା ନଦେଇ ଭାରତର ପ୍ରଧାନ ମନ୍ତ୍ରୀ ଅନିଲ ଅମ୍ବାନିଙ୍କ ପ୍ରତି ଅନୁକମ୍ପା ଦେଖାଇଛନ୍ତି । ଫଳରେ ଦୁର୍ନୀତି ଯୋଗୁଁ ଓଡିଶାର ୪୦ ରୁ ୫୦ ହଜାର ଯୁବକ ଯୁବତି ଚାକିରି ପାଇବାରୁ ବଂଚିତ ହୋଇଛନ୍ତି । କିନ୍ତୁ ହାଲ୍ ସହ ଚୁକ୍ତି ନକରି ସିଧାସଳଖ ଭାବରେ ରାଜ୍ୟର ହଜାର ହଜାର ବେକାରୀଙ୍କ ପେଟରେ ଲାତ୍ ମାରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ମାତ୍ର ୧୨ ଦିନ ମଧ୍ୟରେ ଆମ୍ବାନି ଦ୍ୱାରା ପଞ୍ଜିକୃତ ହୋଇଥିବା ଏହି କମ୍ପାନିକୁ ପ୍ରଧାନ ମନ୍ତ୍ରୀ ଦଳିୟ ସ୍ୱାର୍ଥକୁ ଆଖିରେ ରଖି ଯେଉଁ ଭଳି ଅନୁକମ୍ପା ଦେଖାଇଲେ, ତାହା ଦେଶ ଦ୍ରୋହ ଠାରୁ କମ ନୁହେଁ ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଦର୍ଶାଇଛନ୍ତି ।

ଅନ୍ୟପକ୍ଷରେ ଅମ୍ବାନି ବଦଳରେ ଯଦି ଏଚଏଏଲକୁ ଏହି ଦାୟିତ୍ୱ ମିଳନ୍ତା ତେବେ ଅବିଭକ୍ତ କୋରାପୁଟ ଜିଲା ଭଳି ପଛୁଆ ଅଂଚଳର ମଧ୍ୟ ଭାଗ୍ୟରେ ପରିବର୍ତନ ଆସନ୍ତା ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । ସବୁ କ୍ଷେତ୍ରରେ କେନ୍ଦ୍ରକୁ ଦାୟି କରୁଥିବା ବିଜେଡି ମଧ୍ୟ ରାଫେଲ ଦୁର୍ନିତି କ୍ଷେତ୍ରରେ ଚୁପ ରହିବା ଘଟଣା ବିଜେଡି ଓ ବିଜେପିର ସମ୍ପର୍କକୁ ଦର୍ଶାଉଛି । ଏହି ଦୁଇ ଦଳ ଭୁବନେଶ୍ୱରରେ କଳି ଲାଗୁଥିବା ବେଳେ ଦିଲ୍ଲୀରେ ହୁଅନ୍ତି କୋଳା କୋଳି ବୋଲି ବିରୋଧି ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନିପତି କହିଥିଲେ । ସିବିଆଇ ଭୟରେ ବିଜେପିର ଇସାରାରେ ବିଜେଡି ଚୁପ ରହିଛିି ।

ରାଜ୍ୟରେ ୩୬ ଲକ୍ଷ ଶିକ୍ଷିତ ଯୁବକ ଯୁବତି ଚାକିରି ପାଇଁ ସରକାରଙ୍କ ନିକଟରେ ପଞ୍ଜିକୃତ ହୋଇଥିବା ବେଳେ ୬୦ ଲକ୍ଷ ଯୁବକ ସୁରତ, ହାଇଦ୍ରାବାଦ, ଚେନ୍ନାଇ ଏବଂ ବେଙ୍ଗାଲୁର ପରି ସହରରେ ନିଜ ଭବିଷ୍ୟତ ଖୋଜୁଛନ୍ତି । ୪ର୍ଥ ଶ୍ରେଣି ପଦବି ପାଇଁ ଏମବିଏ ପିଲା ଭାଗ ନେଉଥିବା ଅତି ଦୁର୍ଭାଗ୍ୟଜନକ ବୋଲି ପିସିସି ସଭାପତି କହିଥିଲେ । ଏହାକୁ ରାଜ୍ୟ ସରକାର ଗୁରୁତ୍ୱ ନଦେଇ ବିଜୁ ଯୁବ ବାହିନି ନାମରେ ବିଜୁ ସେନା ଗଠନ କରିବାର ଅଭିପ୍ରାୟ କଣ ବୋଲି କଂଗ୍ରେସ ପ୍ରଶ୍ନ କରିଛି । ଅନ୍ତତଃ ପକ୍ଷେ ବିଜୁ ସେନାରେ ସାମିଲ କରିଥିବା ଯୁବକଯୁବତୀଙ୍କୁ ସରକାରି ନିଯୁକ୍ତି ପତ୍ର ମିଳିଥିଲେ କଂଗ୍ରେସ ଖୁସି ହୋଇଥାନ୍ତା ବୋଲି ସେ କହିଛନ୍ତି ।

ଓଡିଶାର ଯୁବକ ମାନଙ୍କୁ ହିରୋ ନାମରେ ଜିରୋ କରିସାରିଲେଣି ବିଜେଡି ସରକାର ବୋଲି ସେ ଅଭିଯୋଗ ବାଢିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା