Connect with us

ଆଞ୍ଚଳିକ

ମହାବଳ ବାଘ ‘ମନୀଷ’ ମୃତ l

ମହାବଳ ବାଘ ‘ମନୀଷ’ ମୃତ l

ମହାବଳ ବାଘ ‘ମନୀଷ’ ମୃତ
ଭୁବନେଶ୍ୱର,୨ା୯ : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରବିବାର ମହାବଳ ବାଘ ‘ମନୀଷ’ର ମୃତ୍ୟୁ ଘଟିଛି । ୮ ବର୍ଷ ବୟସରେ ବାଘଟି ମୃତ୍ୟୁବରଣ କରିଛି । ୬ ମାସ ଧରି ଅସୁସ୍ଥ ରହିବା ପରେ ମହାବଳ ବାଘର ମୃତ୍ୟୁ ହୋଇଥିବା ଜଣାପଡିଛି । ମହାବଳ ବାଘଟି ଅସୁସ୍ଥ ହେବାରୁ ତାକୁ ନନ୍ଦନକାନନ ମେଡିକାଲରେ ଚିକିତ୍ସା କରାଯାଉଥିଲା । ବାଘଟି ଗତ ୬ମାସ ଧରି ବ୍ଲଡ ଡ୍ରୋଟୋଜୋନ ରୋଗରେ ଆକ୍ରାନ୍ତ ଥିଲା ।

ଭୁବନେଶ୍ୱର ଓୟୁଏଟିର ପଶୁ ଡାକ୍ତର ବିଶେଷଜ୍ଞଙ୍କ ଅଧିନରେ ବାଘଟି ଚିକିତ୍ସାଧୀନ ଥିଲା ବେଳେ ଆଜି ଅପରାହ୍ନରେ ତାର ମୃତ୍ୟୁ ଘଟିଥିଲା । ଅନେକ ପ୍ରଚେଷ୍ଟା ସତ୍ବ ବାଘକୁ ପ୍ରାଣୀ ଚିକିତ୍ସକ ବଞ୍ଚାଇବାରେ ବିଫଳ ହୋଇଥିଲେ । ମନୀଷର ମୃତ୍ୟୁ ପରେ ନନ୍ଦନକାନନରେ ଏବେ ଆଉ ୧୦ ବାଘ, ୧୪ ବାଘୁଣୀ ଅଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ