Connect with us

ଓଡିଶା

ଶଙ୍କରାଚାର୍ଯ୍ୟଙ୍କ ହାତରେ ରହିବ ଗୋବର୍ଦ୍ଧନ ମଠର ପରିଚାଳନା ଦାୟିତ୍ୱ

ସାଙ୍କେତିକ

ଶଙ୍କରାଚାର୍ଯ୍ୟଙ୍କ ହାତରେ ରହିବ ଗୋବର୍ଦ୍ଧନ ମଠର ପରିଚାଳନା ଦାୟିତ୍ୱ
ଭୁବନେଶ୍ୱର,୨୧ ଅକ୍ଟୋବର – ପୁରୀର ଗୋବର୍ଦ୍ଧନ ମଠକୁ ଓଡିଶା ହିନ୍ଦୁ ଦେବୋତର ଅଧିନିୟମ ୧୯୫୧ ପରିସରରୁ ବାଦ୍ ଦିଆଯାଇଛି । ଏଣିକି ମଠର ପରିଚାଳନାଗତ ଅଧିକାର ଜଗଦ୍ ଗୁରୁ ଶଙ୍କରାଚାର୍ଯ୍ୟଙ୍କ ଅଧୀନରେ ରହିବ । ଏହି ଅଧିନିୟମକୁ ସଂଶୋଧନ ପାଇଁ ଆସିଥିବା ପ୍ରସ୍ତାବ ଉପରେ ସୋମବାର ରାଜ୍ୟ କ୍ୟାବିନେଟ୍ ମୋହର ଲଗାଇଛି ।

ରାଜ୍ୟରେ ହିନ୍ଦୁ ଧାର୍ମିକ ଅନୁଷ୍ଠାନ ଗୁଡିକ କ୍ଷେତ୍ରରେ ପୁରୀର ଗୋବର୍ଦ୍ଧନ ମଠ ଓ ଶ୍ରୀ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ଅଗ୍ରଣୀ ଓ ମୁଖ୍ୟ ଭୂମିକା ରହିଥିବାରୁ ଏବଂ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମଟି ଦ୍ୱାରା ଅନୁମୋଦିତ ହୋଇ ଗୋବର୍ଦ୍ଧନ ମଠ ସମେତ ବିଭିନ୍ନ କ୍ଷେତ୍ରରୁ ପ୍ରାପ୍ତ ଅନୁରୋଧକୁ ବିଚାରକୁ ନେଇ ଓଡିଶା ହିନ୍ଦୁ ଦେବୋତର ଅଧିନିୟମ ୧୯୫୧କୁ ସଂଶୋଧନ କରିବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା