Connect with us

ଓଡିଶା

ବାଣିଜ୍ୟ ଓ ପରିବହନ ବିଭାଗ ହାତକୁ ଗଲା ବେସାମରିକ ବିମାନ ଚଳାଚଳ ବିଷୟ

ସାଙ୍କେତିକ

ବାଣିଜ୍ୟ ଓ ପରିବହନ ବିଭାଗ ହାତକୁ ଗଲା ବେସାମରିକ ବିମାନ ଚଳାଚଳ ବିଷୟ
ଭୁବନେଶ୍ୱର,୨୧ ଅକ୍ଟୋବର – ବେସାମରିକ ବିମାନ ଚଳାଚଳ ବିଷୟକୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗରୁ ବାଣିଜ୍ୟ ଓ ପରିବହନ ବିଭାଗକୁ ସ୍ଥାନାନ୍ତର କରିବାକୁ ଓଡିଶା ସରକାରୀ କାର୍ଯ୍ୟ ନିୟମାବଳୀରେ ସଂଶୋଧନ କରିବାକୁ ରାଜ୍ୟ କ୍ୟାବିନେଟ୍ ନିଷ୍ପତି ନେଇଛି ।

ରାଜ୍ୟରେ ସାମ୍ପ୍ରତିକ ପ୍ରଶାସନିକ , ଅର୍ଥନୈତିକ ଓ ସାମଗ୍ରିକ ବିକାଶ ପରିପ୍ରେକ୍ଷୀରେ ଏବଂ ସାଧାରଣ ଜନତାଙ୍କ ଦୈନିନ୍ଦିନ ଜୀବନରେ ବେସାମରିକ ବିମାନ ଚଳାଚଳ ବ୍ୟବସ୍ଥାର କ୍ରମ ବର୍ଦ୍ଧିୁଷ୍ଣୁ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟ ରେ ସଡକ , ରେଳ ଏବଂ ବିମାନ ଚଳାଚଳ ସମ୍ବଳିତ ବ୍ୟବସ୍ଥାକୁ ସୁରକ୍ଷିତ ଓ ସମନ୍ୱିତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ସମଗ୍ର ଗଣ ଗମନାଗମନ ପ୍ରଶାସନକୁ ବାଣିଜ୍ୟ ଓ ପରିବହନ ବିଭାଗକୁ ସ୍ଥାନାନ୍ତର କରିବାକୁ ନିଷ୍ପତି ନେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା