Connect with us

ଆଞ୍ଚଳିକ

ଲିଙ୍ଗରାଜ ମନ୍ଦିର ଚର୍ତୁପାଶ୍ୱର୍ରେ ଚାଲିଥିବା ଉଚ୍ଛେଦ କାର୍ଯ୍ୟ ଅବ୍ୟାହତ ରହିବ- ବିଏମସି କମିଶନର

ସାଙ୍କେତିକ

ଲିଙ୍ଗରାଜ ମନ୍ଦିର ଚର୍ତୁପାଶ୍ୱର୍ରେ ଚାଲିଥିବା ଉଚ୍ଛେଦ କାର୍ଯ୍ୟ ଅବ୍ୟାହତ ରହିବ- ବିଏମସି କମିଶନର
ଭୁବନେଶ୍ୱର, ୧୧ ଡ଼ିସେମ୍ବର – ଶ୍ରୀ ଲିଙ୍ଗରାଜ ମନ୍ଦିର ଚର୍ତୁପାଶ୍ୱର୍ରେ ଚାଲିଥିବା ଉଚ୍ଛେଦ କାର୍ଯ୍ୟ ଆଗାମୀ ଦିନରେ ମଧ୍ୟ ଅବ୍ୟାହତ ରହିବ ବୋଲି ବିଏମସି କମିଶନର ପ୍ରେମଚାନ୍ଦ ଚୌଧୁରୀ ପ୍ରକାଶ କରିଛନ୍ତି ।

ଆଜି ଉଚ୍ଛେଦ ସମ୍ପର୍କରେ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଗଠିତ ୧୦ ଜଣିଆ କମିଟିର ସଭ୍ୟ ମାନେ ଉପସ୍ଥିତ ଥିଲେ । ବୈଠକ ପରେ ଶ୍ରୀ ଚୌଧୁରୀ କହିଥିଲେ ଯେ, ବ୍ୟବସାୟୀ ମାନଙ୍କୁ ଥଇଥାନ କରାଯିବ । ନିଜ ସ୍ଥିତିବାନ ଜମିରେ ଦୋକାନ କରିଥିବା ଦୋକାନୀ ମାନଙ୍କୁ ଥଇଥାନ ଦିଗରେ ପ୍ରାଥମିକତା ଦିଆଯିବ । କ୍ଷୁଦ୍ର ବ୍ୟବସାୟୀଙ୍କୁ ଆଜି ସଂନ୍ଧ୍ୟା ସୁଦ୍ଧା ଥଇଥାନ କରାଯିବ । ୨ରୁ ୩ ଦିନ ମଧ୍ୟରେ ଲିଙ୍ଗରାଜ ମନ୍ଦିର ସୌନ୍ଦର୍ଯ୍ୟକରଣର ବ୍ଲୁପ୍ରିଂଟ ପ୍ରସ୍ତୁତ କରାଯିବା ସହ ଏହାକୁ ସାର୍ବଜନୀନ କରାଯିବ । ବର୍ତମାନ ଏହି ବ୍ଲୁପ୍ରିଂଟ ପ୍ରସ୍ତୁତି ନେଇ କାର୍ଯ୍ୟ ଆରମ୍ଭ ହୋଇଯାଇଛି ।

ଅନ୍ୟପକ୍ଷରେ ବ୍ରାହ୍ମଣ ନିଯୋଗର ସମ୍ପାଦକ ଶ୍ରୀ ବିରଂଚି ନାରାୟଣ ପତି କହିଛନ୍ତି ଯେ, କମିଶନରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଯେଉଁ ପ୍ରତିଶୃତି ଦିଆଯାଇଛି ତାହା ଲିଖିତ ଭାବେ ସେମାନଙ୍କୁ ଦିଆଯାଇନାହିଁ । କେବଳ ମୌଖିକ ଭାବେ କୁହାଯାଇଛି । ଯଦି ଉଚ୍ଛେଦ ବ୍ୟବସାୟୀଙ୍କୁ ଉପଯୁକ୍ତ କ୍ଷତିପୂରଣ ବା ଥଇଥାନ କରାନଯାଏ, ଆମେ ଉଚ୍ଛେଦକୁ ବିରୋଧ କରିବୁ ।
ଜଟଣୀ ବିଧାୟକ ସୁର ରାଉତରାୟ ଏନେଇ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଉଚ୍ଛେଦକୁ ଆମେ ବିରୋଧ କରୁନାହୁଁ, କିନ୍ତୁ ଏହି ଉଚ୍ଛେଦ ଯୋଗୁଁ ଯେଉଁମାନେ କ୍ଷତିଗ୍ରସ୍ତ ହେବାକୁ ଯାଉଛନ୍ତି, ସେମାନଙ୍କୁ ସର୍ବପ୍ରଥମେ ଥଇଥାନର ବ୍ୟବସ୍ଥା କରାଯାଉ, ଇତିମଧ୍ୟରେ ସେମାନଙ୍କର ଯେଉଁ ବ୍ୟବସାୟିକ କ୍ଷତି ଘଟିଛି ଏହାକୁ ସରକାର ଭରଣ କରନ୍ତୁ ବୋଲି ସେ ଦାବି ଉପସ୍ଥାପନ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ