Connect with us

ଓଡିଶା

ମିଶନ ଶକ୍ତି ମେଳା ମାନବୃଦ୍ଧି କରାଇବାରେ ବିଶେଷ ସହାୟକ ହୋଇପାରିଛି – ମୁଖ୍ୟମନ୍ତ୍ରୀ

ସାଙ୍କେତିକ

ମିଶନ ଶକ୍ତି ମେଳା ମାଧ୍ୟମରେ ଉତ୍ପାଦିତ ପଦାର୍ଥର ମାନବୃଦ୍ଧି କରାଇବାରେ ବିଶେଷ ସହାୟକ ହୋଇପାରିଛି – ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୧୧ ଡିସେମ୍ବର – ଗ୍ରାମ ଓ ସହରାଂଚଳର ମହିଳା ଉତ୍ପାଦକ ଗୋଷ୍ଠୀ ମାନଙ୍କ ଦ୍ୱାରା ମିଶନ ଶକ୍ତି ମେଳା ମାଧ୍ୟମରେ ଉତ୍ପାଦିତ ପଦାର୍ଥର ପ୍ରଦର୍ଶନ, ବିକ୍ରୟ ପାଇଁ ବଜାର ବ୍ୟବସ୍ଥା ଓ ଖାଉଟି ମାନଙ୍କର ପ୍ରାଥମିକତା ଆଧାରରେ ପଦାର୍ଥ ଗୁଡ଼ିକର ମାନବୃଦ୍ଧି କରାଇବାରେ ବିଶେଷ ସହାୟକ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି ।
ସ୍ଥାନୀୟ ଇଡ଼କୋ ପ୍ରଦର୍ଶନୀ ପଡ଼ିଆଠାରେ ମିଶନ ଶକ୍ତି ନିର୍ଦ୍ଦେଶାଳୟ, ମହିଳା ଓ ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗର ମିଳିତ ଉଦ୍ୟମରେ ଗତ ୫ ତାରିଖ ଠାରୁ ଆରମ୍ଭ ହୋଇଛି । ଏହା ୧୬ ତାରିଖରେ ଶେଷ ହେବ । ଆଜି ମୁଖ୍ୟମନ୍ତ୍ରୀ ଏହି ମେଳା ପରିଦର୍ଶନ କରିଥିଲେ । ରାଜ୍ୟର ଗ୍ରାମାଂଚଳ, ସହରାଂଚଳ ମହିଳାମାନଙ୍କର ସଶକ୍ତିକରଣ ନିମନ୍ତେ ୨୦୦୧ରେ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏହି ଯୋଜନା ଏକ ବୈପ୍ଳବିକ ପରିବର୍ତନ ଆଣିପାରିଛି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଉତ୍ପାଦକ ଗୋଷ୍ଠୀକୁ ସ୍ଥାୟୀ ରୋଜଗାର ଉତ୍ସ ମାଧ୍ୟମରେ ଦୀର୍ଘସ୍ଥାୟୀ ରୋଜଗାର ଯୋଗାଇ ଦେବାରେ ସମର୍ଥ ହୋଇଛି ।

ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସାମଗ୍ରୀର ମିଲେଟ, କାଫେ, ପରିବେଶ ଅନୁକୂଳ ଗୁଆ ବାହୁଙ୍ଗାରୁ ପ୍ରସ୍ତୁତ ଥାଳି, ଡୋକ୍ରା ଶିଳ୍ପ, ସବାଇ ଶିଳ୍ପ, ଟେରାକୋଟା, ବାଉଁଶଜାତ ଦ୍ରବ୍ୟ, ଖାଦ୍ୟ ଓ ମସଲା ସାମଗ୍ରୀ ଗୁଡ଼ିକ ଉପରେ ମୁଖ୍ୟମନ୍ତ୍ରୀ ଖୁସି ହୋଇଥିଲେ । ଅନ୍ୟପକ୍ଷରେ ମହିଳା ଉଦ୍ୟୋଗୀ ମାନଙ୍କର ପ୍ରଚେଷ୍ଟାକୁ ଭୂୟସୀ ପ୍ରଶଂସା କରିବା ସହିତ ଓଡ଼ିଶାରେ ମହିଳା ମାନଙ୍କର ସାମାଜିକ, ଅର୍ଥନୈତିକ ସଶକ୍ତିକରଣ ଦିଗରେ ମହିଳା ଗୋଷ୍ଠୀ ମାନଙ୍କର ଉଲ୍ଲେଖନୀୟ ଅବଦାନକୁ ଅଭିନନ୍ଦନ ଜଣାଇଥିଲେ । ବାର୍ଷିକ ଜିରୋ ପ୍ରତିଶତ ସୁଧ ହାରରେ ରାଜ୍ୟ ସରକାର ମିଶନ ଶକ୍ତି ଋଣ (ସୁଧ ରିହାତି ଯୋଜନା) ମାଧ୍ୟମରେ ପ୍ରଦାନ କରାଯାଉଥିବା ଆର୍ଥିକ ସହାୟତା ନିମନ୍ତେ ମହିଳା ସ୍ୱୟଂ ସହାୟକ ଗୋଷ୍ଟୀ ସଦସ୍ୟାମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଏହି ମେଳା ପରିଦର୍ଶନ କରିବା ସମୟରେ ବିଭାଗୀୟ ମନ୍ତ୍ରୀ ଟୁକୁନୀ ସାହୁ, ମିଶନ ଶକ୍ତିର ପରାମର୍ଶଦାତା ଡ. ଲୋପାମୁଦ୍ରା ବକ୍ସିପାତ୍ର, ବିଭାଗୀୟ ପ୍ରମୁଖ ସଚିବ ଶ୍ରୀମତୀ ଅନୁ ଗର୍ଗ, ମିଶନ ଶକ୍ତିର କମିଶନର ସୁଜାତା ଆର କାର୍ତିକେୟନ, ମିଶନ ଶକ୍ତି ନିର୍ଦ୍ଦେଶକ ରାଜେଶ ପ୍ରଭାକର ପାଟିଲ, ଏନଆରଏଲଏମ ଏବଂ ଓରମାସର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନେ ଉପସ୍ଥିତ ଥିଲେ । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ୧୧ ତାରିଖ ସୁଦ୍ଧା ୨.୩ କୋଟି ଟଙ୍କା ବିକ୍ରି ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା