Connect with us

ଓଡିଶା

ଲଗାଣ ବର୍ଷା ଯୋଗୁଁ ୮ ଜିଲ୍ଲାରେ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ବନ୍ଦ

ସାଙ୍କେତିକ

ଲଗାଣ ବର୍ଷା ଯୋଗୁଁ ୮ ଜିଲ୍ଲାରେ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ବନ୍ଦ
– ଆଜି ୫ ଜିଲ୍ଲାରେ ବନ୍ଦ ରହିବ
ଭୁବନେଶ୍ୱର, ୨୪ ଅକ୍ଟୋବର – ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ରାଜ୍ୟର ୮ଟି ଜିଲ୍ଲାରେ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ନିର୍ଦେଶ ଦେଇଛନ୍ତି । କଟକ, ଗଞ୍ଜାମ, ଗଜପତି, ଭଦ୍ରକ, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଯାଜପୁର ଓ ପୁରୀ ଜିଲ୍ଲାରେ ଗୁରୁବାର ଦିନକ ପାଇଁ ସମସ୍ତ ବିଦ୍ୟାଳୟ ଏବଂ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ନିଷ୍ପତି ନିଆଯାଇଛି ।
ତେବେ ଯାଜପୁର , କେନ୍ଦୁଝର , ଭଦ୍ରକ , ବାଲେଶ୍ୱର ଓ ଖୋର୍ଦ୍ଧା ଜିଲ୍ଲାରେ ସମସ୍ତ ସ୍କୁଲ୍ ଏବଂ ଅଙ୍ଗନବାଡ଼ି ଶୁକ୍ରବାର ଦିନ ବନ୍ଦ ରଖିବାକୁ ଜିଲ୍ଲାପାଳମାନେ ନିର୍ଦେଶ ଦେଇଛନ୍ତି ।
ବୁଧବାର ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । କିଛି ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ବହୁ ଅଂଚଳ ଜଳମଗ୍ନ ହୋଇଯାଇଛି । ଭୁବନେଶ୍ୱର ସମେତ ଖୋର୍ଦ୍ଧା ଜିଲ୍ଲା. କଟକ, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହେଉଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ସମସ୍ତ ସ୍କୁଲ୍ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ନିର୍ଦେଶ ଦେଇଛି । କିନ୍ତୁ ଶିକ୍ଷକମାନେ ସେମାନଙ୍କ ପାଇଁ ନିର୍ଦ୍ଧାରିତ ସମୟରେ ସ୍କୁଲକୁ ଆସିବାକୁ କୁହାଯାଇଛି ।
ଆସନ୍ତା ୨୪ ଘଂଟା ମଧ୍ୟରେ ରାଜ୍ୟର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷ ହୋଇପାରେ । ଏହାର ପ୍ରଭାବରେ ତଳିଆ ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସହ କଚ୍ଚା ରାସ୍ତା ଧୋଇଯିବାର ସମ୍ଭାବନା ରହିଛି । ଏହି ପରିପ୍ରେକ୍ଷୀରେ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଢେଙ୍କାନାଳ , କେନ୍ଦୁଝର , କଟକ , ଖୋର୍ଦ୍ଧାକୁ ରେଡ୍ ୱାର୍ଣ୍ଣିଂ ଜାରୀ କରାଯାଇଛି । ସେହିପରି ମୟୁରଭଂଜ, ବାଲେଶ୍ୱର , ଭଦ୍ରକ , ଯାଜପୁର , କେନ୍ଦ୍ରାପଡା , ଜଗତସିଂହପୁର, ଗଂଜାମ , ନୟାଗଡ, ଦେବଗଡ ଓ ଅନୁଗୁଳ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହରିଥିବାରୁ ଅରେଂଜ ୱାର୍ଣ୍ଣିଂ ଜାରୀ କରାଯାଇଛି । ଏହା ବ୍ୟତୀତ ସୁନ୍ଦରଗଡ, ସମ୍ବଲପୁର , ବୌଦ୍ଧ, କନ୍ଧମାଳ ଓ ଗଜପତି ଜିଲ୍ଲାକୁ ୟେଲୋ ୱାର୍ଣ୍ଣଂ ଜାରୀ କରାଯାଇଛି ।
ଶୁକ୍ରବାର ବେଳକୁ ବର୍ଷାର ପରିମାଣ କମ୍ ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ହାରାହାରି ୪୫.୧ ମିମି ବର୍ଷା ରେକର୍ଡ କରାଯାଇଛି । ପୁରୀ ଜିଲ୍ଲାରେ ସର୍ବାଧିକ ୧୩୮.୩ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଗଂଜାମ ରେ ୧୨୫.୨ ମିମି , ଖୋର୍ଦ୍ଧାରେ ୧୦୫.୭ମିମି , ଗଜପତିରେ ୧୦୦.୬ ମିମି . ଜଗତସିଂହପୁରରେ ୧୦୦ ମିମି ବର୍ଷା ରେକର୍ଡ ହୋଇଛି । ଅପରପକ୍ଷରେ ନବରଙ୍ଗପୁରରେ ସର୍ବନିମ୍ନ ୧.୦ ମିମି ବର୍ଷା ହୋଇଛି । ଭୁବନେଶ୍ୱରରେ ୧୦୩.୬ ମିମି ବର୍ଷା ରେକର୍ଡ ହୋଇଛି । ସେହିପରି ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ୍ ରେ ସର୍ବାଧିକ ୨୪୯.୪ମିମି ବର୍ଷା ରେକର୍ଡ ହୋଇଛି । ସେହିପରି ଗଂଜାମ ଜିଲ୍ଲାର ଚିକିଟି ବ୍ଲକ୍ ରେ ୨୦୩ ମିମି , ରଙ୍ଗେଇଲୁଣ୍ଡାରେ ୧୯୨.୪ ମିମି , ପାତ୍ରପୁର ୧୮୫.୫ ମିମି , ପୁରୀର ବ୍ରହ୍ମଗିରିରେ ୧୮୨ , ଜଗତସିଂହପୁରର ଏରସମାରେ ୧୮୦ ମିମି , କୁକୁଡାଖଣ୍ଡି ବ୍ଲକ୍ ରେ ୧୭୫ ମିମି ବର୍ଷା ରେକର୍ଡ ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା