Connect with us

ଓଡିଶା

ଦୈନିକ ଖବରକାଗଜ ଦର୍ଶନର ଉତ୍ତର ଓଡ଼ିଶା ମହୋତ୍ସବ

ସାଙ୍କେତିକ

ଦୈନିକ ଖବରକାଗଜ ଦର୍ଶନର ଉତ୍ତର ଓଡ଼ିଶା ମହୋତ୍ସବ
ଭଦ୍ରକ, ୨୫ ଅକ୍ଟୋବର – ଭୁବନେଶ୍ୱରରୁ ପ୍ରକାଶିତ ଅଗ୍ରଣୀ ଦୈନିକ ଖବରକାଗଜ ଦର୍ଶନର ଚଳିତବର୍ଷର ବନ୍ଧୁମିଳନ, ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପ୍ରତିକୂଳ ପାଗ ସତ୍ୱେ ସନ୍ଧ୍ୟାରେ ସ୍ଥାନୀୟ ସହୀଦ ସ୍ମୃତି ଭବନ ପରିସରରେ ଶତାଧିକ ଶୁଭେଚ୍ଛୁଙ୍କ ଗହଣରେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ଏହି ଉତ୍ସବକୁ ଉଦ୍ଘାଟନ କରିଥିଲେ ।

ଏଥିରେ ମୁଖ୍ୟଅତିଥି ଭାବେ ସୂଚନା ଓ ଲୋକ ସଂପର୍କ ବିଭାଗର ଉପନିର୍ଦ୍ଦେଶକ ଚନ୍ଦ୍ରକାନ୍ତ ନାୟକ, ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ଆଞ୍ଚଳିକ ଅଧିକାରୀ ଅଶ୍ୱିନୀ ନାୟକ ଓ ରାଷ୍ଟ୍ରପତି ଓ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ନରେନ୍ଦ୍ର ମହାନ୍ତି, ଅନ୍ୟତମ ଅତିଥି, ସିମୁଳିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ବିଶିଷ୍ଟ ସ୍ତମ୍ଭକାର ଡ. ନରହରି ବେହେରା ମୁଖ୍ୟବକ୍ତା, ଶିଶୁ ସାହିତ୍ୟିକ ତଥା ଗବେଷକ ଡ. ମନୀନ୍ଦ୍ର ମହାନ୍ତି ଓ ଜ୍ୟୋତି ରଂରାଜୀ ମାଧ୍ୟମ ବିଦ୍ୟାଳୟର ଅଧ୍ୟକ୍ଷ ଫାଦର ଭର୍ଗିଜ୍ ଅନ୍ୟତମ ବକ୍ତା ଭାବେ ଯୋଗଦେଇଥିଲେ ।

ବରିଷ୍ଠ ସାମ୍ବାଦିକ ନିହାର ଦାସଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ପ୍ରାରମ୍ଭରେ ଅନୁଷ୍ଠିତ ଆଲୋଚନା ଚକ୍ର ବିଷୟବସ୍ତୁ ‘ଗଣତନ୍ତ୍ର ଓ ଗଣାମଧ୍ୟମ ପରସ୍ପର ପରିପରୂକ” ଉପରେ ଉତର ଓଡ଼ିଶାରୁ ସାମ୍ବାଦିକ ଦୁର୍ଗାଚରଣ ବିଶ୍ୱାଳ, କୃଷ୍ଣଚନ୍ଦ୍ର ଜେନା (ଭଦ୍ରକ), ସାମ୍ବାଦିକ ଦୀପକ କୁମାର ନାଏକ (ବାରିପଦା) ପ୍ରମୁଖ ମତବ୍ୟକ୍ତ କରିଥିଲେ । ଉଦ୍ଘାଟକ ବିଧାୟକ ଶ୍ରୀ ମଲ୍ଲିକ ଏହି ଅବସରରେ ନିଜସ୍ୱ ମତ ରଖି ଗଣତନ୍ତ୍ରର ସୁରକ୍ଷା ଓ ସୁଦୃଢତା ନାଗରିକମାନଙ୍କୁ ସେମାନଙ୍କ ଅଧିକାର ଓ କର୍ତବ୍ୟବୋଧର ସଚେତନ କରାଇବାରେ ଗଣମାଧ୍ୟମର ବହୁତ ବଡ ଭୂମିକା ଅଛି ବୋଲି କହିଥିଲେ ।

ମୁଖ୍ୟଅତିଥି ଶ୍ରୀ ନାୟକ ନିଜସ୍ୱ ମତରେ “ଗଣତନ୍ତ୍ର ଓ ଗଣମାଧ୍ୟମ ଏକ ମୁଦ୍ରାର ଦୁଇ ପାର୍ଶ୍ୱ ” ବୋଲି କହି ଗଣତନ୍ତ୍ରରେ ଗଣମାଧ୍ୟମ ସାଧାରଣ ଜନତାଙ୍କ ମଙ୍ଗଳ ପାଇଁ ଜାଗ୍ରତ ଥାଏ ବୋଲି ମତ ରଖିଥିଲେ । ସେହିପରି ମୁଖ୍ୟବକ୍ତା ଡ. ବେହେରା ଅଧୁନା ସମାଜ ଓ ଗଣତନ୍ତ୍ର ପାଇଁ ଗଣମାଧ୍ୟମ ଜାଗ୍ରତ ପ୍ରହରୀ ଭାବେ କାର୍ଯ୍ୟ କରେ । ଏବଂ ନାଗରିକର ଉନ୍ନତି ଓ ସୁରକ୍ଷାର କବଚର ଭୂମିକା ଲିଭାଏ ମତପ୍ରକାଶ କରିଥିଲେ । ଅନ୍ୟତମ ଅତିଥି ଓ ବକ୍ତାମାନେ ମଧ୍ୟ ଗଣତନ୍ତ୍ରରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଓ କର୍ତବ୍ୟ ତଥା ଗୁରୁତ୍ୱର ଅବତାରଣା କରିଥିଲେ ।

ପରିଶେଷରେ ସମ୍ବର୍ଦ୍ଧନା ପର୍ବରେ ଉଦ୍ଘାଟକ ଶ୍ରୀ ମଲ୍ଲିକ ଓ ମୁଖ୍ୟ ଅତିଥି ଶ୍ରୀ ନାୟକ ସାମ୍ବାଦିକତା, ଶିକ୍ଷକତା, ପରିବେଶ, ସମାଜସେବା, ପ୍ରଶାସନିକ ସେବା ପ୍ରଭୃତି କ୍ଷେତ୍ରରେ ଉତ୍ତର ଓଡ଼ିଶାର ବହୁ ପ୍ରତିଭା ସଂପନ୍ନ ବ୍ୟକ୍ତିବିଶେଷ ଓ ଛାତ୍ରଛାତ୍ରୀଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଏବଂ ଉପଢୌକନ ପ୍ରଦାନ ପୂର୍ବକ ମାନପତ୍ର / ପ୍ରମାଣପତ୍ର ପ୍ରଦାନ କରିଥିଲେ ।

ସଭା ପ୍ରାରମ୍ଭରେ ଦର୍ଶନର ଉତ୍ତର ଓଡ଼ିଶା ମୁଖ୍ୟ ଦୀପକ ନାୟକ ପ୍ରାରମ୍ଭିକ ସୂଚନା, ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଦର୍ଶନର ଭଦ୍ରକ ପ୍ରତିନିଧି ଆଶିଷ ମହାନ୍ତି, ସାମ୍ବାଦିକ ପ୍ରଶାନ୍ତ ମହାପାତ୍ର, ସତ୍ୟବ୍ରତ ମହାପାତ୍ର, ରମେଶ ଦାସ, ମାନସ ପଣ୍ଡା, ଆନନ୍ଦ ବେହେରା, ପ୍ରଶାନ୍ତ ସାହୁ ପ୍ରମୁଖ ସମସ୍ତ କାର୍ଯ୍ୟର ପରିଚାଳନା କରିଥିଲେ । ଶେଷରେ କବି ଓ ନାଟ୍ୟକାର ନିର୍ମଳ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା