Connect with us

ଆଞ୍ଚଳିକ

ଲଗାଣ ବର୍ଷାରେ ବୈତରଣୀ ନଦୀରୁ ଧସୁଛି ଅତଡା

ସାଙ୍କେତିକ

ଲଗାଣ ବର୍ଷାରେ ବୈତରଣୀ ନଦୀରୁ ଧସୁଛି ଅତଡା
ଭଦ୍ରକ, ୨୫ ଅକ୍ଟୋବର – ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଧାମନଗର ବ୍ଲକ ଓ ଦଶରଥପୁର ବ୍ଲକ ଅଂଚଳର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ବନ୍ୟାର ଆଶଙ୍କା ନଥିବା ବେଳେ ବର୍ଷାଜଳ ଯୋଗୁଁ ନଦୀର ଜଳସ୍ତର ବଢିଛି । ଫଳରେ ବୈତରଣୀ ନଦୀର ହସନାବାଦ ପଂଚାୟତ ଜେନାସାହି ଠାରେ ଥିବା ନଦୀବନ୍ଧର ଅତଡା ଧସିଛି । ନଦୀ ଆଡିବନ୍ଧରୁ ଅତଡା ଧସିବା ଯୋଗୁଁ ଲୋକ ଆତଙ୍କିତ ହୋଇ ପଡିଛନ୍ତି ।

ନଦୀଜଳ ବାରମ୍ବାର ଆଡି ବନ୍ଧକୁ ମାଡ କରୁଥିବାରୁ ବାରମ୍ବାର ଏହି ସ୍ଥାନରୁ ଅତଡା ଧସୁଛି । ପୂର୍ବରୁ ନଦୀ ବନ୍ଧଠାରୁ ବହୁ ଦୂରରେ ଥିବା ବେଳେ ଏବେ ତାହା ଧିରେ ଧିରେ କ୍ଷୟହୋଇ ନଦୀ ଆସି ବନ୍ଧ ନିକଟତର ହେଲାଣି । ସେଠାରେ ପଥର ପ୍ୟାକିଂ ହୋଇନଥିବାରୁ ଆଉ କିଛି ବର୍ଷ କିମ୍ବା ବଡ ଧରଣର ବନ୍ୟା ହେଲେ ବନ୍ଧ ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି । ଅପରପକ୍ଷରେ ଦଶରଥପୁର ବ୍ଲକ ଅନ୍ତର୍ଗତ ଧୁଦୁରାଅଣ୍ଟା ପଂଚାୟତ ଅନ୍ତର୍ଗତ ବୈତରଣୀ ନଦୀ ବନ୍ଧ ଲଗାଣ ବର୍ଷ ଯୋଗୁଁ ମାଟି ଅତଡ଼ା ଧସି ଦୁର୍ବଳ ହୋଇଗଲାଣି ।

ପ୍ରକାଶ ଥାଉକି ବୈତରଣୀ ନଦୀର ନଦୀବନ୍ଧ ସୁଦୃଢୀକରଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରାଯାଇ କାର୍ଯ୍ୟ ଚାଲିଥିବା ବେଳେ ଧୁଷୁରୀ ଓ ଦଶରଥପୁର ଜଳସେଚନ ବିଭାଗର ଯନ୍ତ୍ରୀଙ୍କ ସହିତ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଅଧିକାଂଶ ସ୍ଥାନରେ ନିମ୍ନମାନର କାମ ହୋଇଥିବା ଅଭିଯୋଗ ହୋଇଛି । ଏପରିକି ବନ୍ୟା ନଆସିବା ପୂର୍ବରୁ ନଦୀବନ୍ଧରେ ବାଲିବସ୍ତା ପକାଇ ଅର୍ଥ ହରିଲୁଟ କରିବାକୁ ମସୁଧା ଚାଲୁଚି । ଉକ୍ତ ଅଂଚଳର ନଦୀବନ୍ଧରେ ପଥର ପ୍ୟାକିଂରେ ବ୍ୟାପକ ଅନିୟମିତତା ହୋଇଥିବାର ଅଭିଯୋଗ ହୋଇଛି ।

ଏଦିଗରେ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ସ୍ଥାନୀୟ ଅଂଚଳବାସୀ ଦାବି କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ