Connect with us

ଅପରାଧ

ର୍ଦୁବ୍ୟବହାର ଏବଂ ଅସଦାଚରଣ ବିରୁଦ୍ଧରେ ମହିଳା ଥାନାରେ ଏତଲା ଦେଲା ମହିଳାମୋର୍ଚ୍ଚା

ସାଙ୍କେତିକ ଚିତ୍ର

ର୍ଦୁବ୍ୟବହାର ଏବଂ ଅସଦାଚରଣ କରିଥିବା ପୋଲିସ ଅଫିସରଙ୍କ ବିରୁଦ୍ଧରେ ମହିଳା ଥାନାରେ ଏତଲା ଦେଲା ମହିଳାମୋର୍ଚ୍ଚା
ଭୁବନେଶ୍ୱର:- ଶାସକ ଦଳର ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ମହିଳାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ବିରୁଦ୍ଧରେ ଗତକାଲି ମହିଳା ମୋର୍ଚ୍ଚା ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଜବାବ ମାଗିବାକୁ ଯିବା ସମୟରେ ପୁରୁଷ ପୋଲିସ ମହିଳାଙ୍କୁ ଅଟକାଇବା ବାହାନାରେ ସେମାନଙ୍କ ସହ ଦୁର୍ବ୍ୟବହାର ସହ ଅସଦାଚରଣ କରିିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏହାକୁ ବିରୋଧ କରି ଆଜି ବିଜେପି ମହିଳା ମୋର୍ଚ୍ଚାର ଏକ ପ୍ରତିନିଧୀଦଳ ଭୁବନେଶ୍ୱର ମହିଳା ଥାନାରେ ସଂପୃକ୍ତ ପୋଲିସଙ୍କ ଅଧିକାରୀଙ୍କ ବିରୁଧରେ ଏତଲା ଦେଇଛି ।
ଗତକାଲି ପବିତ୍ର ଗାନ୍ଧୀ ଜୟନ୍ତୀ ଦିନ ନବୀନ ନିବାସ ସାମ୍ନାରେ ପୋଲିସ ଦ୍ୱାରା ବିଜେପି ମହିଳା ମୋର୍ଚ୍ଚାର କିଛି କାର୍ଯ୍ୟକର୍ତାଙ୍କୁ ପୁରୁଷ ପୋଲିସ ଟଣାଭିଡ଼ା, ଆଶାଳୀନ ଓ ଅସୌଜନ୍ୟ ଭାବେ ବଳପ୍ରୟୋଗ କରିବା ଭଳି ଅଭାବନୀୟ ଘଟଣା ଘଟିଛି । ଯାହାକି ଆଇପିସିର ଧାରା ୩୫୪,୩୫୪(କ),୩୫୪(ଖ), ୨୯୪,୫୦୬,୩୪ ଅର୍ନ୍ତଭୃକ୍ତ ଏକ ଦଣ୍ଡନୀୟ ଅପରାଧ । ବରିଷ୍ଠ ପୋଲିସ ଅଫିସରମାନେ ମହିଳା ମାନଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ମହିଳାମାନଙ୍କ ଶରୀରକୁ ସ୍ପର୍ଶ କରିବା ଆଇନ ବିରୋଧୀ ବୋଲି ଏହି ଏତଲାରେ ଉଲ୍ଲେଖ କରାଯାଇଛି ।
ମହିଳା ବିକ୍ଷୋଭକାରୀଙ୍କୁ ଅସୌଜନ୍ୟ ଓ ଅଶାଳୀନ ଭାବେ ଶାରୀରିକ ପ୍ରତିରୋଧ ମହିଳା ପୋଲିସମାନଙ୍କ ଦ୍ୱାରା ନୁହେଁ ବରଂ ପୁରୁଷ ପୋଲିସଙ୍କ ଦ୍ୱାରା କରାଯିବା ଦେଶର ବିଧି ବ୍ୟବସ୍ଥା ଅନୁସାରେ ଅପରାଧ । ଏହି ପୁରୁଷଙ୍କ ମହିଳା ବିକ୍ଷୋଭକାରୀଙ୍କ ବିରୋଧରେ ବଳପ୍ରୟୋଗ ପ୍ରକ୍ରିୟା ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହୋଇଛି ଓ ଏହାର ପ୍ରମାଣ ସର୍ବସାଧାରଣରେ ସାମାଜିକ ଗଣମାଧ୍ୟମରେ ଉପଲବ୍ଧ ରହିଛି । ମହିଳାମାନଙ୍କୁ ୩ ଜଣ ପୋଲିସ ଅଫିସର ସର୍ବସମ୍ମୁଖରେ ଅଶାଳୀନ ବ୍ୟବହାର କରିଥିବା ଗଣମାଧ୍ୟମରେ ପ୍ରସାରିତ ହୋଇଛି । ଶାସକ ଦଳ ଚାପରେ ପୋଲିସର ଏପରି ଅସୌଜନ୍ୟ ଆଚରଣ ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି ଏହି ଏତଲାରେ ଉଲ୍ଲେଖ କରାଯାଇଛି ।
ରାଜ୍ୟ ସରକାର ଓ ଶାସକ ଦଳର ଚାପରେ ଆସି ପୋଲିସ ମହିଳାଙ୍କ ପ୍ରତି ପୋଲିସ ଏପରି ବ୍ୟବହାର କରୁଛି । ମହିଳାମାନଙ୍କ ପ୍ରତି ଅସଦାଚରଣ କରିଥିବା ଏହି ବରିଷ୍ଠ ଅଫିସରଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ଶ୍ରୀମତି ପ୍ରଭାତି ପରିଡା ଏତଲାରେ ଦର୍ଶାଇଛନ୍ତି ।
ମହିଳାଥାନାରେ ଏତଲା ଦେବା ସମୟରେ ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ସୁରମା ପାଢୀ, ଉପ ସଭାନେତ୍ରୀ କାନନବାଳା ପଟ୍ଟନାୟକ ଓ ଡ.ଐଶ୍ୱର୍ଯ୍ୟା ବିଶ୍ୱାଳ, ରାଜ୍ୟ ସଂପାଦିକା ଦିପ୍ତିରେଖା ନାଏକ, ଭୁବନେଶ୍ୱର ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ମିନାକ୍ଷୀ ପ୍ରିୟଦର୍ଶିନୀଙ୍କ ସମେତ ବହୁ ସଂଖ୍ୟାରେ ମହିଳା କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ