Connect with us

ଓଡିଶା

ବିଜୁ ପଟ୍ଟନାୟକ ହିମାଳୟ ଅଭିଯାତ୍ରୀ ଦଳକୁ ସମ୍ବର୍ଦ୍ଧିତ କଲେ କ୍ରୀଡ଼ା ମନ୍ତ୍ରୀ

ସାଙ୍କେତିକ ଚିତ୍ର

ବିଜୁ ପଟ୍ଟନାୟକ ହିମାଳୟ ଅଭିଯାତ୍ରୀ ଦଳକୁ ସମ୍ବର୍ଦ୍ଧିତ କଲେ କ୍ରୀଡ଼ା ମନ୍ତ୍ରୀ
ଭୁବନେଶ୍ୱର:- ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଅ।ନୁକୂଲ୍ୟରେ ଆୟୋଜିତ ତୃତୀୟ ବିଜୁ ପଟ୍ଟନାୟକ ହିମାଳୟ ଅଭିଯାତ୍ରୀ ଦଳଙ୍କୁ ବିଭାଗୀୟ ମନ୍ତ୍ରୀ ଶ୍ରୀ ଚନ୍ଦ୍ରସାରଥୀ ବେହେରା ବୁଧବାର ସମ୍ବର୍ଦ୍ଧିତ କରିଛନ୍ତି । ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଅ।ୟୋଜିତ ଏକ ନିରାଡ଼ମ୍ବର ପରିବେଶରେ ଏହି ୧୨ ଜଣିଅ। ଅଭିଯାତ୍ରୀ ଦଳଙ୍କୁ ମନ୍ତ୍ରୀ ଶ୍ରୀ ବେହେରା ସେମାନଙ୍କ ଶୃଙ୍ଖଳା ଓ ଦୁଃସାହସିକ ଯାତ୍ରା ପାଇଁ ଅଭିନନ୍ଦନ ଜଣାଇବା ସହିତ ସେମାନଙ୍କ ସଫଳ ପ୍ରତ୍ୟାବର୍ତନରେ ସନ୍ତୋଷ ପ୍ରକଟ କରିଛନ୍ତି ।

ଏଭେରେଷ୍ଟ ଅ।ରାହଣକାରୀ ଗଣେଶଚନ୍ଦ୍ର ଜେନାଙ୍କ ନେତୃତ୍ୱରେ ୮ ଜଣ ଯୁବକ ଓ ୪ ଜଣ ଯୁବତୀ ସେପ୍ଟେମ୍ବର ୧୬ରୁ ସେପ୍ଟେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ହିମାଳୟ ଅଭିଯାତ୍ରାରେ ସାମିଲ ହୋଇଥିଲେ । ସେପ୍ଟେମ୍ବର ୧୨ ତାରିଖ ଦିନ ମନ୍ତ୍ରୀ ଶ୍ରୀ ବେହେରା ଅଭିଯାତ୍ରୀ ଦଳଙ୍କ ଅଭିଯାନର ଶୁଭାରମ୍ଭ କରିଥିଲେ । ଜାମସେଦପୁର ସହର ସ୍ଥିତ ଟାଟା ଷ୍ଟିଲ୍ ଅ।ଡ଼ଭେଞ୍ଚର ଫାଉଣ୍ଡେସନ୍ ତୃତୀୟ ବିଜୁ ପଟ୍ଟନାୟକ ଦୁଃସାହସିକ ପର୍ବତାରୋହଣ ବୈଷୟିକ ସହାୟତା ଯୋଗାଇ ଦେଇଥିଲେ । ଅଭିଯାତ୍ରୀ ଦଳ ଉତରକାଶୀରୁ ସେପ୍ଟେମ୍ବର ୧୮ ତାରିଖ ଦିନ ହିମାଳୟ ପଥରେ ଯାତ୍ରା କରି ୨୬ ତାରିଖ ଦିନ ରୁଦୁଗାଇରା ଶୃଙ୍ଗ ସଫଳତାର ସହିତ ଅ।ରୋହଣ କରିଥିଲେ ।

ଶ୍ରୀ ଜେନାଙ୍କ ନେତୃତ୍ୱରେ ଚିନ୍ମୟ ମହାରଣା, ନିରଞ୍ଜନ ଦାସ, ଦେବଦତ ସାମନ୍ତରାୟ, ରାହୁଲ ପ୍ରଧାନ, ଶାନ୍ତା ସୋରେନ୍, ଚନ୍ଦନ କୁମାର ପ୍ରଧାନ, ଶ୍ରୀକ୍ଷେତ୍ର ଚନ୍ଦ୍ର ପ୍ରଧାନ, ସୋମନାଥ ମୁଣ୍ଡାରୀ, ସସ୍ମିତା ସାହୁ, ସଂଘମିତ୍ରା ଦଳାଇ, ରୋଜାଲିନ୍ ଗୋଛାୟତ ଓ ସୁଦେଷ୍ଣା ସାହୁ ଅଭିଯାତ୍ରୀ ଦଳରେ ସାମିଲ ହୋଇଥିଲେ ।
ଏହି କାର୍ଯ୍ୟକ୍ରମରେ କ୍ରୀଡ଼ା ଓ ଯୁବସେବା ବିଭାଗର ବରିଷ୍ଠ ପଦାଧିକାରୀ ବେଦବନ୍ଧୁ ମିଶ୍ର ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା