Connect with us

ଦେଶ

ରାମ ମନ୍ଦିର ନିର୍ମାଣ ହେଲେ ଦୋହଲି ଉଠିବ ଦିଲ୍ଲୀରୁ କାବୁଲ : ମାସୁଦ

ସାଙ୍କେତିକ ଚିତ୍ର

ରାମ ମନ୍ଦିର ନିର୍ମାଣ ହେଲେ ଦୋହଲି ଉଠିବ ଦିଲ୍ଲୀରୁ କାବୁଲ : ମାସୁଦ
ନୂଆଦିଲ୍ଲୀ,୩୦ା୧୧ : ଆତଙ୍କବାଦୀ ସଂଗଠନ ଜୈସ ଏ ମହମ୍ମଦ ମୁଖ୍ୟ ମାସୁଦ ଅଜହର ଅଯୋଧ୍ୟା ରାମ ମନ୍ଦିରକୁ ନେଇ ୯ ମିନିଟର ଏକ ଅଡିଓ ଟେପ ଜାରି କରିଛି । ଏହି ଅଡିଓରେ ନିର୍ମାଣ ହେବାକୁ ଥିବା ରାମ ମନ୍ଦିର ପ୍ରସଙ୍ଗକୁ ନେଇ ଚେତାବନୀ ଦିଆଯାଇଛି । ‘ଯଦି ବାବରି ମସ୍ଜିଦ ଜାଗାରେ ରାମ ମନ୍ଦିର ନିର୍ମାଣ ହୁଏ ତେବେ ଦିଲ୍ଲୀଠାରୁ ଆରମ୍ଭ କରି କାବୁଲ ପର୍ଯ୍ୟନ୍ତ ମୁସଲମାନ ଯୁବକ ଏହାର ଜବାବ ଦେବାକୁ ପ୍ରସ୍ତୁତି ଅଛନ୍ତି’ ବୋଲି ଅଡିଓ ଟେପରେ ଉଲ୍ଲେଖ କରାଯାଇଛି ।

ବାବରି ମସ୍ଜିଦ ଭଙ୍ଗା ଘଟଣାର ପ୍ରତିଶୋଧ ନେବାକୁ ପ୍ରସ୍ତୁତ ବୋଲି ମାସୁଦ ଧମକ ଦେଇ କହିଛି ଯେ, ଆମ ବାବରି ମସ୍ଜିଦକୁ ଭାଙ୍ଗି ସେଠାରେ ଅସ୍ଥାୟୀ ରାମ ମନ୍ଦିର ନିର୍ମାଣ କରାଯାଇଛି । ଅସ୍ଥାୟୀ ମନ୍ଦିରରେ ହିନ୍ଦୁମାନେ ହାତରେ ତ୍ରୀଶୁଳ ଧରି ଏକତ୍ରିତ ହେଉଛନ୍ତି । ମୁସଲମାନଙ୍କୁ ଭୟଭୀତ କରାଯାଉଛି । ଏହାର ଉଚିତ ଜବାବ ଦେବାର ସମୟ ଆସିଛି । ଯଦି ସରକାର ଟଙ୍କା ଖର୍ଚ୍ଚ କରି ମସ୍ଜିଦ ଭାଙ୍ଗନ୍ତି ତେବେ ମାସୁଦର ସଂଗଠନ ଜୀବନ ବିନିମୟରେ ଏହି ମସ୍ଜିଦ୍କୁ ରକ୍ଷା କରିବାକୁ ପ୍ରସ୍ତୁତ । ପ୍ରସ୍ତାବିତ କରତାରପୁର କରିଡରକୁ ନେଇ ମଧ୍ୟ ମାସୁଦ ଅଡିଓ ଟେପରେ ଟିପ୍ପଣୀ ଦେଇଛି । କରତାରପୁର କରିଡର ପାଇଁ ଭାରତୀୟ ନେତାଙ୍କୁ ପାକିସ୍ତାନର ଆମନ୍ତ୍ରଣକୁ ମାସୁଦ ବିରୋଧ କରିଛି । ଅଡିଓ ଟେପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ମଧ୍ୟ ସ୍ୱର ଉଠାଇଛି ମାସୁଦ ।

ଭୋଟ ଓ ନିର୍ବାଚନକୁ ଦୃଷ୍ଟିରେ ରଖି ମୋଦି ଏଭଳି କାର୍ଯ୍ୟ କରୁଛନ୍ତି ବୋଲି ମାସୁଦ ଅଭିଯୋଗ କରିଛି । ବିଗତ କିଛିମାସ ମଧ୍ୟରେ ଭାରତୀୟ ସେନା ପକ୍ଷରୁ କାଶ୍ମୀର ଘାଟିରେ ଆତଙ୍କବାଦୀଙ୍କୁ ଯେଭଳି ଭାବେ ନିପାତ କରାଯାଉଛି, ଏଥିରେ ଜୈସ ଏ ମହମ୍ମଦ ପରି ସଂଗଠନ ବିଚଳିତ ହୋଇପଡିଛନ୍ତି । ତେଣୁ ଭାରତକୁ ଏଭଳି ଅଡିଓ ଟେପ ମାଧ୍ୟମରେ ବିଚଳିତ କରିବାକୁ ପ୍ରୟାସ କରି ମାସୁଦ ଦୀର୍ଘଦିନ ପରେ ଭାରତୀୟ ପ୍ରସଙ୍ଗରେ ମତବ୍ୟକ୍ତ କରିଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ