Connect with us

ଦେଶ

ରାହୁଲ, ସୋନିଆଙ୍କ ଉପରେ ଚାଲିବ ଆୟକର ମାମଲା

ସାଙ୍କେତିକ ଚିତ୍ର

ରାହୁଲ, ସୋନିଆଙ୍କ ଉପରେ ଚାଲିବ ଆୟକର ମାମଲା
ନୂଆଦିଲ୍ଲୀ,୪ା୧୨ : ନ୍ୟାସନାଲ ହେରାଲ୍ଡ ମାମଲାରେ ସୁପ୍ରିମକୋର୍ଟର ରାୟ ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ସୋନିଆ ଗାନ୍ଧିଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । କାରଣ ଏହି ମାମଲାରେ ଆୟକର ସମ୍ପର୍କିତ ତଦନ୍ତ ପ୍ରକ୍ରିୟାକୁ ଜାରି ରଖିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛି । ଉଭୟଙ୍କ ଟେକ୍ସ ଏସେସମେଣ୍ଟ ଉକ୍ତ ମାମଲାରେ ଜାରି ରହିବ ।

ସୁପ୍ରିମକୋର୍ଟର ଉପରୋକ୍ତ ରାୟ ପ୍ରଦାନ ପରେ ଆୟକର ବିଭାଗ ରାହୁଲ ଗାନ୍ଧି ଓ ସୋନିଆ ଗାନ୍ଧିଙ୍କ ଆୟ ସମ୍ପର୍କିତ ୨୦୧୧-୧୨ ଆର୍ଥିକ ବର୍ଷରୁ ପୁନଃମୂଲ୍ୟାଙ୍କନ କରିବ । ଆୟକର ବିଭାଗ ଉକ୍ତ ମାମଲାର ତଦନ୍ତ କରୁଥିଲେ ମଧ୍ୟ ବିଭାଗ ଏ ସମ୍ପର୍କରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ନାହିଁ । ଉକ୍ତ ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରୀ ୮ରେ ହେବ । ସୁପ୍ରିମକୋର୍ଟ ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଓ ଅସ୍କାର ଫର୍ଣ୍ଣାଡିଜଙ୍କ ନାମରେ ଜାରି ହୋଇଥିବା ଆୟକର ନୋଟିସ ଉପରେ ଶୁଣାଣି କରୁଛି ।

ଆବେଦନକାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ପି ଚିଦାମ୍ବରମ ଉପରୋକ୍ତ ଆର୍ଥିକ ବର୍ଷରେ ନ୍ୟାସନାଲ ହେରାଲ୍ଡକୁ ନେଇ କେବଳ ସେୟାର ଆଦାନ ପ୍ରଦାନ କରାଯାଇଥିଲା । ଏହାଦ୍ୱାରା କାହାରି କାହାରି ଆୟ ଜନିତ କ୍ଷତି କିମ୍ବା ଲାଭ ହୋଇନାହିଁ । ତେଣୁ ନ୍ୟାସନାଲ ହେରାଲ୍ଡ ମାମଲାରେ ଆୟକର ପକ୍ଷରୁ ପ୍ରଦାନ କରାଯାଇଥିବା ନୋଟିସର କୌଣସି ଗୁରୁତ୍ୱ ନାହିଁ ବୋଲି ଚିଦାମ୍ବରମ ସୁପ୍ରିମକୋର୍ଟରେ ଯୁକ୍ତି ଦର୍ଶାଇଥିଲେ । ୯ ସେପ୍ଟେମ୍ବରରେ ଆୟକରର ନୋଟିସକୁ ନେଇ ସୋନିଆ ଗାନ୍ଧି ଓ ଅନ୍ୟମାନେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ ।

ଆୟକର ପକ୍ଷରୁ ଆୟକର ସମ୍ପର୍କିତ ପୁନଃମୂଲ୍ୟାଙ୍କନ ନୋଟିସକୁ ବାତିଲ କରିବାକୁ ସେମାନେ ଆବେଦନ କରିଥିଲେ । ତେବେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଉକ୍ତ ମାମଲାକୁ ଖାରଜ କରିଦେବାରୁ ପରେ ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି । ଏପରିକି ଏହି ପ୍ରକ୍ରିୟାରେ ମିଡିଆ ରିପୋଟିଂ ଉପରେ ପ୍ରତିବନ୍ଧକ ଲଗାଇବାକୁ ସୋନିଆ ଗାନ୍ଧିଙ୍କ ପକ୍ଷରୁ ଆବେଦନ କରାଯାଇଥିଲା । ତେବେ କୋର୍ଟ ଏହାକୁ ମଧ୍ୟ ଖାରଜ କରିଦେଇଥିଲେ । ଆୟକର ବିଭାଗ ପକ୍ଷରୁ କୋର୍ଟରେ ଉପରୋକ୍ତ ଅଭିଯୋଗ ସମ୍ପର୍କରେ ସ୍ପଷ୍ଟୀକରଣ ପ୍ରଦାନ କରାଯାଇଥିଲା ।

୨୦୧୧-୧୨ ଆର୍ଥିକ ବର୍ଷରେ ରାହୁଲ ଗାନ୍ଧି ୟଙ୍ଗ ଇଣ୍ଡିଆ ପ୍ରାଇଭେଟ ଲିଃ କମ୍ପାନୀର ନିର୍ଦ୍ଦେଶକ ଥିଲେ । ତେବେ ୨୦୧୦ରେ ରାହୁଲ ଏ ସମ୍ପର୍କରେ ଆୟକରକୁ କୌଣସି ସୂଚନା ଦେଇ ନଥିବାରୁ ତାଙ୍କ ଉପରେ ଆୟକର ପକ୍ଷରୁ ନୋଟିସ ଜାରି କରାଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ