Connect with us

ଓଡିଶା

ରାଫେଲ ପ୍ରସଙ୍ଗରେ ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କର ସାମ୍ବାଦିକ ସମ୍ମିଳନୀ

ସାଙ୍କେତିକ ଚିତ୍ର

ରାଫେଲ ପ୍ରସଙ୍ଗରେ ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କର ସାମ୍ବାଦିକ ସମ୍ମିଳନୀ
ରାହୁଲ ଗାନ୍ଧୀ ନୈତିକତା ଦୃଷ୍ଟିରୁ ନିଜର ପଦ ଛାଡନ୍ତୁ : ବିିଜୟ ରୁପାନୀ
→ ୨୦୦୭ରୁ ୨୦୧୪, ପ୍ରାୟ ୭ ବର୍ଷ କାଳ ଏହି ଡିଲକୁ ଚୂଡାନ୍ତ କରିବାରେ କଂଗ୍ରେସ ସରକାର କାହିଁକି ବିଫଳ ହୋଇଥିଲା ?
→ ୭ ବର୍ଷ କାଳ ରାଫେଲ କିଣା ପ୍ରକିୟାକୁ ଅଟକାଇ କଂଗ୍ରେସ ସରକାର ଦେଶର ସୁରକ୍ଷା ସହ ଖେଳୁଆଡ କରିଥିଲା

ଭୁବନେଶ୍ୱର,ତା୧୭/୧୨ : ରାଫେଲ ବିମାନ କିଣା ପ୍ରସଙ୍ଗରେ କଂଗ୍ରେସର ଡ୍ରାମା ପଦାରେ ପଡିବା ପରେ ଏନେଇ କଂଗ୍ରେସ ଦଳର ନୀତି ଏବଂ ନୈତିକତାକୁ ନେଇ ବର୍ଷିଛନ୍ତି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ରୁପାନୀ । ଶ୍ରୀ ରୁପାନୀ ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରାଫେଲ କିଣାପାଇଁ ହୋଇଥିବା ଚୁକ୍ତିରେ କେନ୍ଦ୍ର ସରକାର କୌଣସି ଖିଲାଫ କରିନଥିବା ଏବଂ ଏହାକୁ ନେଇ କଂଗ୍ରେସ ଦଳ କରୁଥିବା ଦୁର୍ନୀତି ଅଭିଯୋଗକୁ ମାନ୍ୟବର ସର୍ବୋଚ୍ଚ ଅଦାଲତ ସମ୍ପୃର୍ଣ୍ଣ ଖାରଜ କରିବା ପରେ କଂଗ୍ରେସ ଦଳ ଏବଂ ତାଙ୍କର ମୁଖିଆ ରାହୁଲ ଗାନ୍ଧୀଙ୍କର ମୁଖା ଖୋଲିଯାଇଛି । ଦେଶର ସାମରିକ ସୁରକ୍ଷା ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ଏଭଳି ଅସମ୍ବେଦନଶୀଳ ଏବଂ ମନଗଢା କାହାଣୀ କହି ସାରାଦେଶର ଲୋକମାନଙ୍କୁ ଭ୍ରମିତ କରିଥିବାରୁ ରାହୁଲ ଗାନ୍ଧୀ ଦେଶବାସୀ ଆଗରେ କ୍ଷମା ମାଗିବା ସହ ନିଜେ ତାଙ୍କ ଦଳର ମୁଖିଆ ପଦରୁ ଇସ୍ତଫା ଦେଇଦେବା ଉଚିତ୍ ଶ୍ରୀ ରୁପାନୀ କହିଛନ୍ତି ।

ଶ୍ରୀ ରୁପାନୀ କହିଛନ୍ତି ଯେ, ୨୦୦୭ ମସିହାରେ କଂଗ୍ରେସର ୟୁପିଏ ସରକାର ରାଫେଲ ବିମାନ କିଣାର ପ୍ରକିୟା ଆରମ୍ଭ କରିଥିଲେ ମଧ୍ୟ ସେମାନେ ୨୦୧୪ ସୁଦ୍ଧା ଏହାକୁ ସାରିପାରି ନଥିଲେ । ୭ ବର୍ଷ କାଳ ରାଫେଲ କିଣା ପ୍ରକିୟାକୁ ଅଟକାଇ କଂଗ୍ରେସ ସରକାର ଦେଶର ସୁରକ୍ଷା ସହ ଖେଳୁଆଡ କରିଥିଲା । ୨୦୦୭ରୁ ୨୦୧୪, ପ୍ରାୟ ୭ ବର୍ଷ କାଳ ଏହି ଡିଲକୁ ଚୂଡାନ୍ତ କରିବାରେ କଂଗ୍ରେସ ସରକାର ବିଫଳ ହୋଇଥିଲା ? କେନ୍ଦ୍ରରେ ମୋଦିଙ୍କର ସରକାର ଆସିବା ପରେ ହିଁ ଯାଇ ରାଫେଲ କିଣାଯାଇ ପାରିଲା ।

କଂଗ୍ରେସ ସରକାର ସମୟରେ ପୁର୍ବରୁ ଯେତେ ବିମାନ କିଣା ହୋଇଛି ସବୁଥିରେ ଦଲାଲ ମାନେ ମଧ୍ୟସ୍ଥତା କରି ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି । ହେଲେ ପ୍ରଥମ ଥର ପାଇଁ ଭାରତୀୟ ଜନତା ପାର୍ଟିର ନରେନ୍ଦ୍ର ମୋଦୀଙ୍କର ସରକାରରେ ହିଁ ସରକାର ଏବଂ ସରକାର ମଧ୍ୟରେ କିଣାବିକା ହେବା ଆରମ୍ଭ ହେଲା । ଯାହା ଫଳରେ ଦଲାଲ ମାନଙ୍କର ବେପାର ଶେଷ ହେଲା । ନିଜର କ୍ଷୁଦ୍ର ରାଜନୈତିକ ସ୍ୱାର୍ଥ ପାଇଁ କଂଗ୍ରେସ ଦଳ ଏତେ ବଡ ମିଛର ସାହାରା ନେଇ ଏକ ନିନ୍ଦନୀୟ ରାଜନୈତିକ ଆଭିମୁଖ୍ୟର ପ୍ରକିୟା ଆରମ୍ଭ କରିଛି । ମାନ୍ୟବର ସୁପ୍ରିମ କୋର୍ଟଙ୍କର ଏହି ଆଦେଶ ଆଜି ନିଜର ରାଜନୈତିକ ସ୍ୱାର୍ଥ ପାଇଁ ଦେଶର ସ୍ୱାର୍ଥକୁ ବଳି ପକାଇବାକୁ ପଛାଉନଥିବା ସେହିପରି ରାଜନୈତିକ ଦଳମାନଙ୍କ ଉପରୁ ପରଦା ହଟାଇଲା ଭଳି ବୋଲି ଶ୍ରୀ ରୂପାନୀ କହିଛନ୍ତି । ରାୟ ଆସିଲା ପରେ କଂଗ୍ରେସ ଦଳ ଏତେ ତଳକୁ ଖସି ଯାଇଛି ଯେ ସେମାନେ ସୁପ୍ରିମକୋର୍ଟ ଉପରେ ବି ପ୍ରଶ୍ନ ଉଠାଉଛନ୍ତି ।

ପୁର୍ବରୁ କଂଗ୍ରେସ ଦଳ ନିର୍ବାଚନ ହାରିଲା ପରେ ଇଭିଏମ ମେସିନ ଉପରେ ପ୍ରଶ୍ନ ଉଠାଉଥିଲା । କଂଗ୍ରେସ ଦଳ ତାର ନିଜ ଭୁଲକୁ ଲୁଚାଇବାପାଇଁ ଦେଶର ସାମ୍ବିଧାନିକ ସଂସ୍ଥା ଉପରେ ବି ପ୍ରଶ୍ନ ଉଠାଇବା ପାଇଁ ପଛାଉ ନାହିଁ । ସଂସଦର ଅଧିବେସନ ଚାଲୁଛି । କଂଗ୍ରେସ ଦଳ ସଂସଦରେ ଆଲୋଚନା ପାଇଁ ଆସୁ । ସଂସଦରେ ଆଲୋଚାନ କରିବା ପାଇଁ କଂଗ୍ରେସ ଦଳ ଡରୁଛି ।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ବିଧାୟକ ଦଳ ନେତା ଶ୍ରୀ କେ.ଭି ସିଂହଦେଓ, ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଭୃଗୁ ବକ୍ସିପାତ୍ର, ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା