Connect with us

ଓଡିଶା

ରାଫେଲ୍ କିଣା ମାମଲାରେ ରହିଛି କଂଗ୍ରେସ ଓ ବିଜେଡିର ଭିତିରି ସମ୍ପର୍କ :ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର

ସାଙ୍କେତିକ

ରାଫେଲ୍ କିଣା ମାମଲାରେ ରହିଛି କଂଗ୍ରେସ ଓ ବିଜେଡିର ଭିତିରି ସମ୍ପର୍କ :ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର
ଭୁବନେଶ୍ୱର/ ବଲାଙ୍ଗୀର :- ଦେଶର ପ୍ରତିରକ୍ଷା ସାମଗ୍ରୀ ବିଶେଷ ଭାବରେ ରାଫେଲ୍ ଯୁଦ୍ଧ ବିମାନ କିଣା ମାମଲାରେ କଂଗ୍ରେସ ଓ ବିଜେଡିର ଭିତିରି ସମ୍ପର୍କ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ।
ବଲାଙ୍ଗୀର ଠାରେ ଆୟୋଜିତ ବିଶାଳ ଜନସଭାରେ ଉଦବୋଧନ ଦେଇ ଶ୍ରୀ ପାତ୍ର କହିଛନ୍ତି ସଂସଦରେ ବିଜେଡି ସଦସ୍ୟ କଳିକେଶ ସିଂହଦେଓ ରାଫେଲ ବଦଳରେ ୟୁରୋ ଫାଇଟର ଭାରତକୁ ଯୁଦ୍ଧ ବିମାନ ଯୋଗାଇବା ପାଇଁ ଯୋଗ୍ୟ ଓ କାହିଁକି ୟୁରୋ ଫାଇଟର ଠାରୁ ଯୁଦ୍ଧ ବିମାନ କିଣାଗଲା ନାହିଁ ପ୍ରଶ୍ନ ଉଠାଇଥିଲେ । ଯୁଦ୍ଧ ବିମାନ ଯୋଗାଇବା ନେଇ ୟୁରୋ ଫାଇଟର ଭାରତ ସରକାରଙ୍କୁ ଚିଠି ଲେଖିଥିଲା ବୋଲି ସଂସଦରେ ବିଜେଡି ସଦସ୍ୟ ତଥ୍ୟ ଉପସ୍ଥାପନ କରିଥିଲେ । କେନ୍ଦ୍ରରେ କଂଗ୍ରେସ ସରକାର ଥିବା ବେଳେ ୟୁରୋ ଫାଇଟର ଏହି ପ୍ରକଳ୍ପ ପାଇଁ ଚିଠି ଲେଖିବା ନେଇ କିଏ କଳିକେଶକୁ ସୂଚନା ଦେଇଥିଲେ ବୋଲି ଶ୍ରୀ ପାତ୍ର ପ୍ରଶ୍ନ କରିଛନ୍ତି ।
ବିଜେଡିର କଳିକେଶ କଣ ସୋନିଆ ଓ ରାହୁଲ ଗାନ୍ଧିଙ୍କ ପରି ଖ୍ରୀଷ୍ଟ୍ରିଆନ ମିସେଲ ଦରବାରୀ ହୋଇଯାଇଛନ୍ତି କି ବୋଲି ଶ୍ରୀ ପାତ୍ର ପ୍ରଶ୍ନ କରିଛନ୍ତି । ସଂସଦରେ ୟୁରୋ ଫାଇଟର ସପକ୍ଷରେ ଯୁକ୍ତି ବାଢିବା ପାଇଁ ନବୀବ ବାବୁ କଳିକେଶଙ୍କୁ ଟ୍ୟୁସନ କରି ପଠାଇଥିଲେ କି ବୋଲି ସେ ପ୍ରଶ୍ନ କରିଛନ୍ତି । ଏହି ମାମଲାରେ କଂଗ୍ରେସ ଓ ବିଜେଡି ଭିତରେ ଭିତିରି ବୁଝାମଝା ରହିଛି କି ଓ ଏଥିପାଇଁ କଂଗ୍ରେସ ଓ ବିଜେଡି ମଧ୍ୟରେ ମୋଟା ଅର୍ଥ କାରବାର ହୋଇଛି କି ବୋଲି ବିଜେଡି ସନ୍ଧ୍ୟା ସୁଦ୍ଧା ସ୍ପଷ୍ଟ କରିବା ପାଇଁ ଶ୍ରୀ ପାତ୍ର ଆହ୍ୱାନ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା