Connect with us

ଓଡିଶା

“ଓଡିଶା ସରକାର ନିଦରେ ଶୋଇଛନ୍ତି’:-ପ୍ରଧାନମନ୍ତ୍ରୀ

ସାଙ୍କେତିକ

ବଲାଙ୍ଗୀର ମାଟିରେ ଜବାବ ମାଗୁଛି ଓଡିଶା ସଭାରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
“ଓଡିଶା ସରକାର ନିଦରେ ଶୋଇଛନ୍ତି’
ଭୁବନେଶ୍ୱର/ବଲାଙ୍ଗୀର,୧୫ା୧ : ସରକାରଙ୍କ ପାଖରେ ପଇସା ଅଛି । ଲୋକଙ୍କର ଆବଶ୍ୟକତା ମଧ୍ୟ ଅଛି । କିନ୍ତୁ ଓଡିଶାରେ ରାଜ୍ୟ ସରକାର ଶୋଇଛନ୍ତି । ଟଙ୍କା ଖର୍ଚ୍ଚ ନକରି ପକାଇ ରଖୁଛନ୍ତି । ନିର୍ବାଚନ ଆସିବ ନିର୍ବାଚନ ଯିବ । ନିର୍ବାଚନକୁ ଅପେକ୍ଷା ନକରି କିନ୍ତୁ ଲୋକଙ୍କ ପାଇଁ ଥିବା ଅର୍ଥକୁ ଖର୍ଚ୍ଚ କର । ମୋ ଆଦିବାସୀ ଭାଇ ଭଉଣୀ ମାନଙ୍କ ଅଧିକାର ଏବଂ ସେମାନଙ୍କର ହିତ ପାଇଁ ଥିବା କେନ୍ଦ୍ର ସରକାର ଦେଉଥିବା ଅର୍ଥକୁ କାହିଁକି ରାଜ୍ୟ ସରକାର ଖର୍ଚ୍ଚ କରିବାରେ ବିଫଳ ହେଉଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି କି ସବକା ସାଥ ସବକା ବିକାଶରେ ଆଦିବାସୀ ଅଂଚଳରେ ଥିବା ଭାଇ ଭଉଣୀଙ୍କୁ ଫୋକସ କରାଯାଉଛି । ଖଣି ଅଂଚଳରେ ରହୁଥିବା ଆଦିବାସୀ ଭାଇ ଭଉଣୀମାନଙ୍କୁ ଖଣି ନିଲାମରୁ ମିଲୁଥିବା ଅର୍ଥର ଭାଗ ମିଳୁ ଏଥିପାଇଁ ଖଣି ଆଇନରେ କେନ୍ଦ୍ର ସରକାର ସଂଶୋଧନ କରି ଜିଲ୍ଲା ମିନେରାଲ ଫଣ୍ଡର ବ୍ୟବସ୍ଥା କରିଛନ୍ତି । ଓଡିଶାକୁ ଏଥିରେ ୪ହଜାର କୋଟିର ରାଶି ପ୍ରଦାନ କରାଯାଇଛି । କିନ୍ତୁ ରାଜ୍ୟ ସରକାର ଏହା ମଧ୍ୟରୁ ବହୁତ କମ ଟଙ୍କା ଖର୍ଚ୍ଚ କରିଛନ୍ତି । ଯାହା ଦୁଃଖର ବିଷୟ । ଟଙ୍କା ଅଛି, ଲୋକଙ୍କର ପାଇବାର ହକ ଅଛି କିନ୍ତୁ ସରକାର ଶୋଇଛନ୍ତି । ଓଡିଶା ସରକାର ନିର୍ବାଚନ ପାଇଁ ଏହାକୁ ପକାଇ ରଖିଛନ୍ତି । ନିର୍ବାଚନ ଆସିବ ଯିବ । ହେଲେ ଏ ଟଙ୍କା ଲୋକଙ୍କ ବିକାଶରେ ଖର୍ଚ୍ଚ କରନ୍ତୁ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ତଫସିଲଭୁକ୍ତ ଜାତି ଓ ଜନଜାତିଙ୍କ ହକକୁ ନଛଡାଇ ସାଧାରଣ ବର୍ଗର ଗରୀବଲୋକମାନଙ୍କୁ ଆରକ୍ଷଣ ଦିଆଯାଇଛି । ଓଡିଆ ଗରୀବଙ୍କ ପାଇଁ ଏହା ଅନେକ ଗୁରୁତ୍ୱ ବହନ କରୁଛି । ଖେଳକୁଦରେ ଦେଶର ପାଦ ଆଗକୁ ବଢୁଛି । ଏଥିରେ ଆଦିବାସୀ ଅଂଚଳର ଯୁବଗୋଷ୍ଠିଙ୍କ ସହଯୋଗ ରହିଛି । ଓଡିଶା ଦେଶକୁ ଅନେକ ଖେଳାଳି ଦେଇଛି । ଯାହା ବହୁତ ଗୌରବର କଥା । ନୂଆ ଭାରତ ଏବଂ ଓଡିଶା ସମୃଦ୍ଧ ହେବା ଆବଶ୍ୟକ । ଏଥିପାଇଁ ନିରନ୍ତର ପ୍ରୟାସ ଆବଶ୍ୟକ ବୋଲି ସେ କହିଥିଲେ ।

ସଭା ଆରମ୍ଭରେ ପ୍ରଧାନମନ୍ତ୍ରୀ ମୋଦି ମା ସମଲେଇ, ପ୍ରଭୁ ଜଗନ୍ନାଥ, ମା ପାଟଣେଶ୍ୱରୀ, ମା ରାମଚଣ୍ଡୀ, ମା ବିନ୍ଧ୍ୟବାସୀନୀ, ଶ୍ରୀ ହରିଶଙ୍କର, ଶ୍ରୀ ନରସିଂହନାଥଙ୍କୁ ମନେ ପକାଇ ନିଜର ଭାଷଣ ଆରମ୍ଭ କରିଥିଲେ । ଏହା ସହ ମାଟିର ବରପୁତ୍ର ବୀର ସୁରେନ୍ଦ୍ର ସାଏ, ସନ୍ଥ କବି ଭୀମ ଭୋଇ, ସ୍ୱବାବ କବି ଗଙ୍ଗାଧର ମେହେର, ମାଧୋ ସିଂ, ରେଣ୍ଢୋ ମାଝି ଆଦିଙ୍କୁ ପ୍ରଣାମ ଜଣାଇଥିଲେ । ଏପରିକି ନକ୍ସଲ ଆକ୍ରମଣରେ ସହିଦ ହୋଇଥିବା ଦୁରଦର୍ଶନ ସାମ୍ବାଦିକ ଅଚ୍ୟୁତାନନ୍ଦଙ୍କୁ ସେ ସ୍ମରଣ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା